Home ଓଡ଼ିଶା ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପ୍ରତିବାଦରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ପକ୍ଷରୁ ବିକ୍ଷୋଭ

ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପ୍ରତିବାଦରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ପକ୍ଷରୁ ବିକ୍ଷୋଭ

87

ଭୁବନେଶ୍ୱର ୨୪-୭ (ଓଡ଼ିଆ ପୁଅ) – ରାଜ୍ୟରେ କ୍ରମାଗତ ଭାବେ ବୃଦ୍ଧି ପାଉଥିବା ଶିଶୁ, ନାବାଳିକା ଓ ନାରୀ ନିର୍ଯ୍ୟାତନା, ବଳାକ୍ରାର ଓ ଗଣବଳାକ୍ରାର, ଅପହରଣ ଓ ନିଖୋଜ ଓ ବିପର୍ଯ୍ୟସ୍ତ ଆଇନ୍ ଶୃଙ୍ଖଳା ପରିସ୍ଥିତି ପ୍ରତିବାଦରେ ଆଜି ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଏକ ଗଣଧାରଣା ଓ ବିକ୍ଷୋଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଭୁବନେଶ୍ୱର ଏଡିଏମ୍ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପୂର୍ବାହ୍ନ ୧୦ଘଟିକା ଠାରୁ ୧ ଘଂଟା ପର୍ଯ୍ୟନ୍ତ ପ୍ରତିବାଦ ସଭା ଜିଲ୍ଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ଶ୍ରୀମତୀ ରଶ୍ମି ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ରାଜ୍ୟରେ ପ୍ରତିଦିନ ନାରୀ ନିର୍ଯ୍ୟାତନା, ନାବାଳିକା ବଳାକ୍ରାର, ଗଣ ବଳାକ୍ରାର, ଅପହରଣ ଓ ନିଖୋଜ ଭଳି ଉଦ୍ ବେଗଜନକ ଘଟଣା ଘଟିଚାଲିଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ଆଇନ୍ ଶୃଙ୍ଖଳା ଠିକ୍ ଅଛି ବୋଲି ବିବୃତି ଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଶ୍ରୀମତୀ ମହାପାତ୍ର ଉଦ୍ ବୋଧନ ଦେଇ କହିଥିଲେ। ବରିଷ୍ଠ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟ କହିଲେ ଯେ ବିଜେଡି ସରକାରଙ୍କର ମା’କୁ ସମ୍ମାନ ନାରା ପ୍ରହସନରେ ପରିଣତ ହୋଇଛି। ଆଇନ୍ ଶୃଙ୍ଖଳା ସଂପୂର୍ଣ୍ଣ ଭୁଷୁଡି ପଡିଥିବା ବେଳେ ମୁଖ୍ୟମନ୍ତ୍ରୀ ମହିଳାମାନଙ୍କୁ ସୁରକ୍ଷା ଦେବାରେ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି।

ଏହି ଅବସରରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏଡିଏମ୍ ଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ କଂଗ୍ରେସ ନେତୃବୃନ୍ଦ ସଂଗ୍ରାମ କେଶରୀ ରାଉତରାୟ, ଜାନକୀ ବଲ୍ଲଭ ପଟ୍ଟନାୟକ, ପଦ୍ମାକର ଗୁରୁ, ବିସ୍ମୟ ମହାପାତ୍ର, ଗୀତାଞ୍ଜଳି ମହାନ୍ତି, ମୋହନ ଜେନା, ଜୟକୃଷ୍ଣ ସୁବୁଦ୍ଧି, ଚିନ୍ମୟ ସୁନ୍ଦର ଦାସ, ମାନସ ଆଚାର୍ଯ୍ୟ, ରସିକ ପଟ୍ଟନାୟକ, ସିପ୍ରା ସେନାପତି, ସେକ୍ ଅଫତାବ ଅଲ୍ଲୀ, ନିରୋଦ ମଞ୍ଜରୀ ଗଡନାୟକ, ମନୋଜ ସାହୁ, ସଂଜୟ ନାୟକ, ସରୋଜ ମହାନ୍ତି, ଶୈଳେନ୍ଦୁ ମଜୁମଦାର, କୈଳାସ ସାହୁ, କୁସୁମ ପ୍ରଧାନ, ଜ୍ୟୋତିଷ ସାହୁ, ସଂକୁନା କହଁର, ମୁନି ଥାପା, ନିରୁପମା ପାତ୍ର, ଆଦିତ୍ୟ ସାହୁ, କ୍ଷୀରୋଦ ବାବୁ, ପ୍ରମୁଖ ଶତାଧିକ କଂଗ୍ରେସ ନେତୃମଣ୍ଡଳୀ ଓ କର୍ମୀ ବିକ୍ଷୋଭ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.