Home ଓଡ଼ିଶା ରଣପୁର ଶ୍ରୀଜିୟୁଙ୍କ ନବାଙ୍କ ବେଶ ଅନୁଷ୍ଠିତ

ରଣପୁର ଶ୍ରୀଜିୟୁଙ୍କ ନବାଙ୍କ ବେଶ ଅନୁଷ୍ଠିତ

36

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୪/୦୧- ନୟାଗଡ ଜିଲ୍ଲା ରଣପୁରକୁ ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ଦାବୀ କରି ଆସୁଥିବା ବେଳେ ରଣପୁର ଜଗନ୍ନାଥ ମନ୍ଦିରରେ ଶ୍ରୀକ୍ଷେତ୍ର ଭଳି ବାର ମାସରେ ତେର ଯାତ୍ରା ଓ ୨୪ ବେଶ ଅନୁଷ୍ଠିତ ହୋଇଥାଏ । ୨୪ ବେଶ ମଧ୍ୟରୁ ନବାଙ୍କ ବେଶ ଅନ୍ୟତମ । ପ୍ରତି ବର୍ଷ ପୈାଷମାସ ଶୁକ୍ଲପକ୍ଷ ପୁତ୍ରଦା ଏକାଦଶୀ ତିଥିରେ ଏହିବେଶ ହୋଇଥାଏ । ଚଳିତ ବର୍ଷ ଶ୍ରୀଜିୟୁ ଙ୍କ ସନ୍ଧ୍ୟା ଆଳତି , ସନ୍ଧ୍ୟା ଧୂପ  ଓ ଚନ୍ଦନ ଲାଗି ପୂର୍ବରୁ ଭଗ ମଣ୍ଡପରେ ଚାନ୍ଦୁଆ ଲଗାଯିବା ସହ ମହାପ୍ରଭୁଙ୍କ ନବାଙ୍କ ବେଶ , ଚାଉଳ ମେଲଣ ଓ ଫୁଲ ମେଲଣ ଅନୁଷ୍ଠିତ ହୋଇଯାଇଅଛି । ସନ୍ଧ୍ୟା ଆଳତି ଓ ବେଶ ପରେ ଦଧିବାମନ ମଠରୁ ଆସିଥିବା ମାଳଚୂଳ କୁ ଶ୍ରୀଜିୟୁଙ୍କ ମସ୍ତକରେ ଲାଗି କରାଯାଇଥିଲା ।

ଏହି ମାଳଚୂଳକୁ ୪ ଥର ମନ୍ଦିର ଭିତର ବେଢାରେ ପରିକ୍ରମା କରାଯାଇଥାଏ ।  ତାପରେ ରାତ୍ର ଧୂପ ଓ ବଡ ସିଂହାର କରାଯାଇଥାଏ । ପରଦିନ ସକାଳୁ ୪ ବାଡର ପଣ୍ଡା , ପତ୍ରୀ ମାନେ ସାହାଣମେଲା ପରେ ମାଳଚୂଳକୁ ଶ୍ରୀଜିୟୁଙ୍କ ଠାରୁ ଉଲାଗି କରି ରାଜନଗରକୁ ନେଇଥାନ୍ତି । ରଣପୁର ରାଜା ଦିଲ୍ଲୀପ ଚନ୍ଦ୍ର ସିଂଦେଓ ଦର୍ଶନ କରିବା ପରେ ପଣ୍ଡା , ପତ୍ରୀ ଓ ପଢିଆରୀ ମାନଙ୍କୁ ଦକ୍ଷିଣାଦେଇ ବିଦାୟ କରିଥିବା ଜଣାପଡିଛି । ପୁତ୍ରଦା ଏକାଦଶୀ ଦିନ ଶ୍ରୀଜିୟୁଙ୍କ ନବାଙ୍କ ବେଶ ଦର୍ଶନ କଲେ ପୁତ୍ର ପ୍ରାପ୍ତି ହୁଏ ବୋଲି ବିଶ୍ୱାସ ରହିଅଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.