Home କେନ୍ଦୁଝର ଯୋଡ଼ା : ରୋଟାରୀ କ୍ଲବ ପକ୍ଷରୁ କର୍କଟ ରୋଗୀଙ୍କୁ ଆର୍ଥିକ ସହାୟତା

ଯୋଡ଼ା : ରୋଟାରୀ କ୍ଲବ ପକ୍ଷରୁ କର୍କଟ ରୋଗୀଙ୍କୁ ଆର୍ଥିକ ସହାୟତା

34

ଯୋଡା, ୨୧ା୯ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ପ୍ରେମ ପ୍ରସାଦ ଲାମିଚାନେ (୩୬) ନାମକ ଜଣେ କର୍କଟ ରୋଗୀଙ୍କୁ ଯୋଡ଼ା ରୋଟାରୀ କ୍ଲବ ପକ୍ଷରୁ ୫୧ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଥିବା ଜଣାପଡ଼ିଛି। ଏହି ଟଙ୍କା ତାଙ୍କର ସ୍ତ୍ରୀ ଲକ୍ଷ୍ମୀଙ୍କ ହାତରେ ଦିଆଯାଇଛି। ପ୍ରେମ ପ୍ରସାଦ ଯୋଡ଼ା ପୌରପାଳିକା ଅନ୍ତର୍ଗତ ୧ନଂ ୱାର୍ଡ ଗୋଆଲା ହାଟିଂରେ ବାସ କରନ୍ତି। ତିନି ମାସ ପୂର୍ବେ ହଠାତ୍ ସେ କର୍କଟ ରୋଗରେ ପୀଡିତ ଥିବା ଚିକିତ୍ସାରୁ ଜଣାପଡିଥିଲା। ଡାକ୍ତର ତାଙ୍କୁ ତୁରନ୍ତ ଅସ୍ତ୍ରପ୍ରଚାର ପାଇଁ କହିବା ପରେ ସେ ଏକ ଘରୋଇ ଚିକିତ୍ସାଳୟରେ ଏହାରର ଅସ୍ତ୍ରପ୍ରଚାର କରାଇଥିଲେ। ପ୍ରେମ ପ୍ରସାଦ ପେଶାରେ ଜଣେ କ୍ଷୀର ବ୍ୟବସାୟ। ଯାହା କିଛି ଅର୍ଥ ସଞ୍ଚୟ କରିଥିଲେ, ତାହା ଏହି ଅସ୍ତ୍ରପ୍ରଚାରରେ ସରିଯାଇଥିଲା। ପରବର୍ତ୍ତି ସମୟରେ ସେ ସମ୍ପୂର୍ଣ୍ଣ ଆରୋଗ୍ୟ ନହେବାରୁ କଟକସ୍ଥିତ ଆଚାର୍ଯ୍ୟ ହରିହର କର୍କଟ ଚିକିତ୍ସା କେନ୍ଦ୍ରକୁ ଯାଇ ଚିକିତ୍ସିତ ହେଉଛନ୍ତି। ସେଠାରେ ତାଙ୍କର ଏବେ କେମୋ ଚିକିତ୍ସା ଚାଲିଥିବା ବେଳେ ଡାକ୍ତର ତାଙ୍କୁ ୧୨ଟି କେମୋ ନେବା ପାଇଁ ପରାମର୍ଶ ଦେଇଛନ୍ତି। ସେଥି ମଧ୍ୟରୁ ସେ ତିନୋଟି କେମୋ ନେଇସାରିଥିବା ବେଳେ ତାଙ୍କର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନଥିବାରୁ ତାଙ୍କ ଚିକିତ୍ସାରେ ବାଧକ ସାଜିଛି। ତେଣୁ ଏହି ଖବର ପାଇ ରୋଟାରୀ କ୍ଲବ ପକ୍ଷରୁ ବୁଧବାର ଅପରାହ୍ନରେ ତାଙ୍କୁ ଏହି ସହାୟତା ରାଶି ପ୍ରଦାନ କରାଯାଇଛି। ରୋଟାରୀ କ୍ଲବର ସଭାପତି ରୋଟାରିଆନ ରାକେଶ ସିଙ୍ଗାନିଆ, ଜିତେନ୍ଦ୍ର ବୈଦ୍ୟ, ସାରଦା ପ୍ରସାଦ ଆଚାର୍ଯ୍ୟ, ପ୍ରକାଶ ମହାନ୍ତି, ସିଦ୍ଧାର୍ଥ ସାରଥି କର ପ୍ରମୁଖ ଉପସ୍ଥିତ ରହିଥିଲେ। ଏହି ବଦାନ୍ୟତା ପାଇଁ ପ୍ରେମ ପ୍ରସାଦଙ୍କ ସ୍ତ୍ରୀ ଲକ୍ଷ୍ମୀ ରୋଟାରୀ କ୍ଲବର କର୍ମକର୍ତ୍ତାମାନଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି। ପ୍ରେମ ପ୍ରସାଦଙ୍କ ଚିକିତ୍ସା ନିମନ୍ତେ ବଦାନ୍ୟ ବ୍ୟକ୍ତିମାନେ ସହଯୋଗର ହାତ ବଢାଇବା ପାଇଁ ରୋଟାରୀ କ୍ଲବର ସଭାପତି ଜନସାଧାରଣଙ୍କୁ ବିନମ୍ର ନିବେଦନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.