Home ଜିଲ୍ଲା ପରିକ୍ରମା ଯାତ୍ରୀବାହୀ ବସ୍ ଦୁର୍ଘଟଣା ଗ୍ରସ୍ତ,୧୦ ଆହତ

ଯାତ୍ରୀବାହୀ ବସ୍ ଦୁର୍ଘଟଣା ଗ୍ରସ୍ତ,୧୦ ଆହତ

28

ଭଦ୍ରକ, ୨୨ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଆନନ୍ଦପୁର ରାଜ୍ୟ ରାଜ ପଥର ବରପଦା ପେଟ୍ରୋଲ ପମ୍ପ ନିକଟରେ ଯାତ୍ରୀବାହି ଲକ୍ଷ୍ମୀ ନାମକ ବସ୍ ଦୁର୍ଘଟଣା ଗ୍ରସ୍ତ ହୋଇଛି । ରାସ୍ତାରେ ଆସୁଥିବା ଏକ ମୋଟର ସାଇକେଲ ଆରୋହୀଙ୍କୁ ରକ୍ଷା କରିବାକୁ ଯାଇ ବସଟି ଅପରପାଶ୍ୱର୍ରେ ଛିଡା ହୋଇଥିବା ଏକ ରୋଲରକୁ ଧକ୍କା ଦେଇଥିଲା । ବସ ମଧ୍ୟରେ ଥିବା ୪୦ରୁ ଉର୍ଦ୍ଧ ଯାତ୍ରୀଙ୍କ ମଧ୍ୟରୁ ୧୦ ଜଣ ଆହତ ହୋଇଥିଲେ । ଆହତଙ୍କୁ ସ୍ଥାନୀୟ ଅଂଚଳର ଲୋକେ ପ୍ରଥମେ ନିକଟସ୍ଥ ବରପଦା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ପରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ଦୁର୍ଘଟଣାରେ କୌଣସି ଜୀବନ ହାନି ଘଟି ନଥିବା ବେଳେ ବସର ସମ୍ମୁଖ ଭାଗଟି କ୍ଷତି ଘଟିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.