Home ଖେଳ ଯଶୋଟିକିରି ମହାବୀର କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ; ସେମିରେ ଭଦ୍ରକ ୟୁନିକ ଏକାଡେମୀ

ଯଶୋଟିକିରି ମହାବୀର କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ; ସେମିରେ ଭଦ୍ରକ ୟୁନିକ ଏକାଡେମୀ

70

ଭଦ୍ରକ, ୧୭ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ୨୬ତମ ଯଶୋଟିକିରି ମହାବୀର କପ କ୍ରିକେଟ ଟୁର୍ଣ୍ଣାମେଣ୍ଟର ତୃତୀୟ କ୍ୱାଟର ଫାଇନାଲ ମ୍ୟାଚ ଭଦ୍ରକ ୟୁନିକ ଏକାଡେମୀ ଓ ଭୁବନେଶ୍ୱର ଟାଉନ କ୍ଲବ ମଧ୍ୟରେ ଆଜି ଅନୁଷ୍ଠିତ ହୋଇଯାଇଛି। ଯଶୋଟିକିରୀ ମହାବୀର କ୍ରିକେଟ ପଡିଆରେ ଅନୁଷ୍ଠିତ ଏହି ମ୍ୟାଚରେ ଟାଉନ କ୍ଲବ ଟସ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଏହି ଦଳ ୨୫ ଓଭରରେ ସମସ୍ତ ଉଇକେଟ ବିନିମୟରେ ୧୬୮ ରନ ସ୍କୋର କରିଥିଲା। ଦଳର ବ୍ୟାଟ୍ସମ୍ୟାନ ରାକେଶ ବେହେରା ୪୨ ରନ ଓ ରାଜେଶ ବାରିକ ୩୧ ରନ ସ୍କୋର କରିଥିଲେ। ବିପକ୍ଷ ଦଳର ବୋଲର ଆଲୋକ ବାରିକ ୩.୩ ଓଭର ବୋଲିଂ କରି ୧୨ ରନ ଦେଇ ୨ ଉଇକେଟ ଅକ୍ତିଆର କରିଥିଲେ। ଜବାବରେ ୟୁନିକ ଏକାଡେମୀ ଦଳ ୨୪ ଓଭରରେ ୬ ଉଇକେଟ ହରାଇ ୧୭୨ ରନ ସ୍କୋର କରି ବିଜୟୀ ହୋଇଥିଲା।

ଦଳର ବ୍ୟାଟ୍ସମ୍ୟାନ ସହିଲ ଖାଁ ୯୩ ରନ ଓ ସୁମନ ଦାସ ୨୪ ରନ ସ୍କୋର କରିଥିଲେ। ବିପକ୍ଷ ଦଳର ବୋଲର ସାଗର ମୁଲିଆ ୫ ଓଭର ବୋଲିଂ କରି ୨୩ ରନ ବିନିମୟରେ ୩ ଉଇକେଟ ହାସଲ କରିଥିଲେ। ୟୁନିକ ଏକାଡେମୀ ଦଳର ଖେଳାଳି ସାହିଲ ଖାଁ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ। ସାଈଶୁଭ ଇଲେକ୍ଟିକ୍ସ ପରିଚାଳକ ବିଶ୍ୱଜିତ ରାଉତ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ପ୍ରଦାନ କରିଥିଲେ। ରଞ୍ଜନ ମହାନ୍ତି ଓ ଶରତ ଜେନା ମ୍ୟାଚର ଅମ୍ପାୟାର ଦାଇତ୍ୱ ତୁଲାଇଥିଲେ। ପ୍ରଭୁକଲ୍ୟାଣ ସାମଲ ଓ ବୃନ୍ଦାବନ ନାୟକ ମ୍ୟାଚ ସ୍କୋରର ଦାଇତ୍ୱ ତୁଲାଇଥିଲେ। ଦିଲ୍ଲିପ ପୃଷ୍ଟି ଓ ପ୍ରତ୍ୟୁଷ ସାହୁ ଧାରାବିବରଣୀ ଦେଇଥିଲେ। ମାନସ ରଞ୍ଜନ ପଣ୍ଡା ମ୍ୟାଚ ରେଫରୀ ଭାବେ ମ୍ୟାଚ ପରିଚାଳା କରିଥିଲେ। ମହାବୀର କ୍ରିକେଟ କ୍ଲବର ସଦସ୍ୟ ସମୀର ରଥ, ଅଭିଜିତ ରାଉତରାୟ, ସାଗର ରଥ, ଅମୂଲ୍ୟ ରାଉତ ପ୍ରମୁଖ ଖେଳ ପରିଚାଳନାରେ ସହଯୋଗ କରିଥିଲେ। ବୁଧବାର ବାସୁଦେବପୁର ଉତ୍କଳିକା ସହ ଯଶୋଟିକିରି ରୟାଲ ଷ୍ଟ୍ରାଇକର ମଧ୍ୟରେ ଅନ୍ତିମ କ୍ୱାଟର ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.