Home ଓଡ଼ିଶା ମୋଦିଙ୍କ ପ୍ରମୁଖ ସଚିବ ହେଲେ ଏହି ଓଡ଼ିଆ ଆଇଏଏସ ଅଧିକାରୀ

ମୋଦିଙ୍କ ପ୍ରମୁଖ ସଚିବ ହେଲେ ଏହି ଓଡ଼ିଆ ଆଇଏଏସ ଅଧିକାରୀ

370

ନୂଆଦିଲ୍ଲୀ,୧୧/୦୯,(ଓଡ଼ିଆ ପୁଅ ପି ନାଏକ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରମୁଖ ସଚିବ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ବରିଷ୍ଠ ଆଇଏଏସ ଅଧିକାରୀ ପ୍ରମୋଦ କୁମାର ମିଶ୍ର । ୧୯୭୨ ବ୍ୟାଚ୍ ର ଗୁଜୁରାଟ କ୍ୟାଡର ଆଇଏଏସ ଅଧିକାରୀ ହେଉଛନ୍ତି ପ୍ରମୋଦ କୁମାର ମିଶ୍ର । ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ନୃପେନ୍ଦ୍ର ମିଶ୍ର ଅବସର ନେବା ପରେ ପ୍ରମୋଦ କୁମାର ମିଶ୍ରଙ୍କୁ ଏହି ଗୁରୁ ଦାୟିତ୍ବ ଦିଆଯାଇଛି ।

ପ୍ରମୋଦ ମିଶ୍ର ପ୍ରଧାନମନ୍ତ୍ରୀଙ୍କ ଅତିରିକ୍ତ ପ୍ରମୁଖ ସଚିବ ଭାବେ କାର୍ଯ୍ୟରତ ଥିଲେ । ଚଳିତ ବର୍ଷ ଜୁନ୍ ୧୧ତାରିଖରୁ ସେ ଅତିରିକ୍ତ ପ୍ରମୁଖ ସଚିବ ଭାବେ ଦାୟିତ୍ବ ନେଇଥିଲେ । ସେ ପ୍ରଧାନମନ୍ତ୍ରୀଙ୍କ ବିଶ୍ବସ୍ତ ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ ।

୧୯୪୮ ମସିହା ଅଗଷ୍ଟ ୧୧ ତାରିଖରେ ସମ୍ବଲପୁରରେ ଜନ୍ମ ଗ୍ରହଣ କରିଥିଲେ ପ୍ରମୋଦ ମିଶ୍ର । ସେ ଅର୍ଥନୀତିରେ ସ୍ନାତକ, ସ୍ନାତକୋତ୍ତର, ପିଏଚଡି ଡିଗ୍ରି ହାସଲ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.