Home ଅପରାଧ ମୁସଲମାନ ଯୁବକକୁ ପିଟିପିଟି ଲଗାଇଲେ ‘ଜୟ ଶ୍ରୀରାମ’ ନାରା, ଚିକିତ୍ସା ସମୟରେ ମୃତ୍ୟୁ

ମୁସଲମାନ ଯୁବକକୁ ପିଟିପିଟି ଲଗାଇଲେ ‘ଜୟ ଶ୍ରୀରାମ’ ନାରା, ଚିକିତ୍ସା ସମୟରେ ମୃତ୍ୟୁ

177

ଘଟଣା ସମ୍ପର୍କିତ ଅନେକ ଭିଡ଼ିଓ ସାମନାକୁ ଆସିଛି। ଗୋଟିଏ ଭିଡ଼ିଓରେ ଲୋକ ତାକୁ ଲାଠିରେ ପିଟୁଥିବା ନଜର ଆସୁଛି ଏବଂ ସେ ବଞ୍ଚାଇବା ପାଇଁ କାକୁତି ମୀନତୀ କରୁଛି। ଦ୍ୱିତୀୟ ଭିଡ଼ିଓରେ ଭୀଡ଼ ସେଥିରେ ଜୟ ଶ୍ରୀରାମ ଏବଂ ଜୟ ହନୁମାନ କହିବାକୁ କୁହାଯାଉଛି।

ଝାରଖଣ୍ଡ ୨୪-୬ (ଓଡ଼ିଆ ପୁଅ) ମୁସଲମାନ ଯୁବକକୁ ପିଟିପିଟି ଲଗାଇଲେ ଜୟ ଶ୍ରୀରାମ ନାରା, ଚିକିତ୍ସା ସମୟରେ ମୃତ୍ୟୁ ହୋଇଯାଇଥିବା ଖବର ମିଳିଛି। ଖବର ଅନୁଯାୟୀ ଅନେକ ଲୋକ ଭୀଡ଼ରେ ଚୋରୀ କରିଥିବା ସନ୍ଦେହ କରି ତବରେଜ ଅଂସାରୀକୁ ଅନେକ ଘଣ୍ଟା ପର୍ଯ୍ୟନ୍ତ ପିଟିଥିଲେ ଏବଂ ପରେ ପୁଲିସ ହାତରେ ଧରାଇଥିଲେ ଲୋକେ।

ଝାରଖଣ୍ଡର ଖରସାୱାଂ ଜିଲ୍ଲାରେ ଚୋରୀ ସନ୍ଦେହରେ ଲୋକଙ୍କ ଭୀଡ଼ ମୁସ୍ଲିମ ଯୁବକକୁ ବିଜୁଳୀ ଖୁଣ୍ଟରେ ବାନ୍ଧକରି ବହୁତ ଜୋରରେ ପିଟି ଥିଲେ। ଆହତ ଯୁବକର ପରେ ଚିକିତ୍ସା ସମୟରେ ହସ୍ପିଟାଲରେ ମୃତ୍ୟୁ ହୋଇଯାଇଛି। କେବଳ ଏତିକି ନୁହେଁ ଭୀଡ଼ ମୁସ୍ଲିମ ଯୁବକକୁ ବାରମ୍ବାର ‘ଜୟ ଶ୍ରୀ ରାମ’ ର ନାରା ମଧ୍ୟ ଲଗାଇବାକୁ ବାଧ୍ୟ କରିଥିଲେ।

ଏହି ଘଟଣାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ୍ ହେଉଛି। ପୁଲିସ ଏହି ଆଧାରରେ ମାମଲା ରୁଜୁ କରି ଜାଞ୍ଚ କରୁଛି।

କୁହାଯାଉଛିଯେ, ୨୪ ବର୍ଷର ତବରେଜ ଅଂସାରୀ ଜମଶେଦପୁରରେ ନିଜର ଗ୍ରାମକୁ ଫେରୁଥିଲା। ସେହି ସମୟରେ ତାଙ୍କୁ ଘାତକୀଡୀହ ଗ୍ରାମରେ ଲୋକଙ୍କର ଭୀଡ଼ ଚୋରୀ ସନ୍ଦେହରେ ଘେରି ନେଇଥିଲେ। ଚୋରୀ ଆରୋପରେ ଲୋକମାନେକୁ ବିଜୁଳି ଖୁଣ୍ଟରେ ବାନ୍ଧି ଅତି କଠୋର ଏବଂ ଦୟନୀୟ ଭାବରେ ପିଟିଥିଲେ। ପୀଡ଼ିତ ଯୁବକକୁ ଅନେକ ଘଣ୍ଟା ପର୍ଯ୍ୟନ୍ତ ପିଟିବାପରେ ତା’କୁ ୧୮ ଜୁନରେ ପୋଲିସ ହାତରେ ଧରାଇ ଦେଇଥିଲେ। ଏହା ପରେ ତବରେଜକୁ କୋର୍ଟରେ ହାଜର କରାଯାଇଥିଲା ଏବଂ ତାକୁ ହାଜତକୁ ପଠାଇ ଦିଆଯାଇଥିଲା। ଜେଲରେ ତବରେଜ ଅବସ୍ଥା ଖରାପ ହେବାରୁ ପରେ ୨୨ ଜୁନରେ ତାକୁ ଗମ୍ଭୀର ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତି କରାଯାଇଥିଲା। ଚିକିତ୍ସା ସମୟରେ ତା’ର ମୃତ୍ୟୁ ହୋଇଯାଇଛି।

ତବରେଜର ପରିଜନମାନଙ୍କର ଆରୋପଯେ, ମୁସ୍ଲିମ ନାମ ହେବା କାରଣରୁ ଲୋକମାନେ ତାକୁ ବହୁତ ମାରିଥିଲେ ଓ ‘ଜୟ ଶ୍ରୀ ରାମ’ ଏବଂ ‘ଜୟ ହନୁମାନ’ ବାରମ୍ବାର ନାରା ଲଗାଇବାକୁ ବାଧ୍ୟ କରିଥିଲେ। ତବରେଜର ହତ୍ୟା କରିଥିବା ଲୋକମାନଙ୍କୁ ଗିରଫ କରିବାକୁ ଦାବି ହେଉଛି।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.