Home ଜିଲ୍ଲା ପରିକ୍ରମା ମାର୍କେଟ ରାସ୍ତାରେ କୃତିମ ବନ୍ୟା ! ଯାତାୟତରେ ବାଧା

ମାର୍କେଟ ରାସ୍ତାରେ କୃତିମ ବନ୍ୟା ! ଯାତାୟତରେ ବାଧା

101

ରାଉରକେଲା ୨୭-୮ (ଓଡ଼ିଆ ପୁଅ/ସୁବୋଧ ନାୟକ) : ଦକ୍ଷିଣ ରାଉରକେଲା ଅଂଚଳର ଗଂଜୁ ମାର୍କେଟରେ ସାରନଗରୀ ସମେତ ଆଖପାଖ ଅଂଚଳର ଗ୍ରାହକଙ୍କ ଗହଳି ପ୍ରତିଦିନ ସକାଳେ ସନ୍ଧ୍ୟା ସମୟରେ ଦେଖିବାକୁ ମିଳିଥାଏ। ଗ୍ରାହକମାନେ ଏଠାରେ ଥିବା ରାସନ, କପଡ଼ା, ଇଲୋକୋଟ୍ରୋନିକସ, ଇଲେକେଟ୍ରିକାଲ ଦୋକାନ ଓ ଅନ୍ୟାନ୍ୟ ଦୋକାନ ଗୁଡ଼ିକରେ ନିଜ ନିଜର ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ କିଣିବାକୁ ଭିଡ଼ ଜମାଇଥାନ୍ତି। ରାସ୍ତାର ଉଭୟ ପାଶ୍ୱର୍ରେ ଦୋକାନ ଗୁଡ଼ିକ ରହିଛି। ରାସ୍ତାର କଡ଼ର ଗୋଟିଏ ପାଶ୍ୱର୍ରେ ଗ୍ରାହକଙ୍କୁ ସାଇକଲ, ମୋଟର ସାଇକେଲ ପାର୍କିଂ କରି ଦେକାନକୁ ଜିନିଷ କ୍ରୟ କରିବାକୁ ପଡ଼ିଥାଏ।ମାତ୍ର ଏଠାକାର କିଛି ଅସ୍ଥାୟୀ ଦୋକାନ ରାସ୍ତା କଡ଼ର ଅତି ନିକଟରେ ଥିବାରୁ ଗାହକଙ୍କୁ ଦୋକାନ ଯିବା ସମୟରେ ଅସୁବିଧା ଦେଇ ଗତି କରିବାକୁ ପଡ଼ିଥାଏ ବୋଲି କିଛି ଗ୍ରାହକଙ୍କ ପକ୍ଷରୁ ଅଭିଯୋଗ ହୋଇଛି।ବର୍ତମାନ ଗଂଜୁ ମାର୍କେଟରେ ପ୍ରମୁଖ ସମସ୍ୟା ପାଲଟିଛି ଜଳ ନିଷ୍କାସନ ସମସ୍ୟା। ସମାନ୍ୟ ବର୍ଷାରେ ରାସ୍ତାର ଉଭୟ ପାଶ୍ୱର୍ରେ ଥିବା ଖାଲଖମା ସ୍ଥାନ ସମେତ ରାସ୍ତାରେ ବର୍ଷା ପାଣି ଜମିଯିବାରୁ ପ୍ରଭାବିତ ହେଉଛନ୍ତି ଉଭୟ ଗାହକ ଓ ସାଧାରଣ ଜନତା। ସମୟ ସମୟରେ ବର୍ଷା ପାଣିରେ ବାଇକର ଚକା ମଧ୍ୟ ଅଟକି ଯାଉଛି। ପ୍ରତିଦିନ ରାସ୍ତାରେ ଯାତାୟତ କରୁଥିବା ପଚଚାରୀ ମଧ୍ୟ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କୈଣସି ଯାନ ଦ୍ରୁତ ଗତିରେ ଯିବା ଆସିବା କରିବାବେଳେ, ବର୍ଷା ପାଣି ଛିଟିକି ହୋଇ ରାସ୍ତାରେ ଯାତାୟତ କରୁଥିବା ବ୍ୟକ୍ତିଙ୍କ ଉପରେ ପଡ଼ିବା ପୂର୍ବରୁ ବହୁବାର ନଜିର ରହିଛି। ଗତକାଲି ବର୍ଷା ହେବା ଫଳରେ ରାସ୍ତାରେ ବର୍ଷା ଜଳ ଜମି ରହି ସମସ୍ୟା ସୃଷ୍ଟି କରିଥିଲାା ଜଳ ନିଷ୍କାସନ ଲାଗି ନାଳର ବ୍ୟବସ୍ଥା ନଥିବା କିଛି ଲୋକ ଅଭିଯୋଗ କରିଛନ୍ତି। ବିଭାଗୀୟ କର୍ତୁପକ୍ଷ ଏଥିପ୍ରତି ଯତ୍ମବାନ ହେବାକୁ ସେ ଦାବି କରିଛନ୍ତି। ରାସ୍ତାରେ ଭାସୁଥିବାର ବର୍ଷା ପାଣି ଯେପରି ସହଜରେ ନିଷ୍କାସିତ ହୋଇ ପାରିବ ଏଥି ନିମନ୍ତେ ପ୍ରଶାସନିକ ଉଚ୍ଚପଦସ୍ଥ ଅଧିକାରୀ ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.