Home ଜିଲ୍ଲା ପରିକ୍ରମା ମାନବ ସେବା ହିଁ ରେଡ଼କ୍ରସ୍ ର ମୂଳମନ୍ତ୍ର – ଜିଲ୍ଲାପାଳ, ଜିଲ୍ଲାସ୍ତରୀୟ ରେଡ଼କ୍ରସ୍ ଦିବସ ପାଳିତ...

ମାନବ ସେବା ହିଁ ରେଡ଼କ୍ରସ୍ ର ମୂଳମନ୍ତ୍ର – ଜିଲ୍ଲାପାଳ, ଜିଲ୍ଲାସ୍ତରୀୟ ରେଡ଼କ୍ରସ୍ ଦିବସ ପାଳିତ – ଉଲ୍ଲେଖନୀୟ ପାଣ୍ଠି ସଂଗ୍ରହ ପାଇଁ ୫ ଅଧିକାରୀ ପୁରସ୍କୃତ

24

ଭଦ୍ରକ, ୮ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ରେଡ଼କ୍ରସ୍‌ର ଜନକ ହେନେରୀ ଡ଼ୁନାଣ୍ଟଙ୍କ ଜନ୍ମ ଦିବସକୁ ସ୍ମରଣ କରିବା ଓ ରେଡ଼୍‌କ୍ରସ୍ ଆନ୍ଦୋଳନରେ ମାନବୀୟ କାର୍ଯ୍ୟକୁ ସମ୍ମାନ ଦେବା ପାଇଁ ୧୯୩୪ ରୁ ମଇ ୮ ତାରିଖ କୁ ପ୍ରତିବର୍ଷ ରେଡ଼୍‌କ୍ରସ୍ ଦିବସ ଭାବେ ପାଳନ କରାଯାଇ ଆସୁଥିବା ଆଧାରରେ ଆଜି ଭଦ୍ରକ ଜିଲ୍ଲାସ୍ତରୀୟ ରେଡ଼କ୍ରସ ଦିବସ ପାଳିତ ହୋଇଯାଇଛି । ଭଦ୍ରକ ଜିଲ୍ଲା ରେଡ଼କ୍ରସ ଶାଖାର ଅଧ୍ୟକ୍ଷ ତଥା ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର କାର୍ଯ୍ୟାଳୟ ପରିସରରେ ରେଡ଼କ୍ରସ ପତାକା ଉତ୍ତୋଳନ କରିବା ସହିତ ସଦ୍‌ଭାବନା ସଭାଗୃହରେ ଆୟୋଜିତ ଉତ୍ସବ ପାଳନରେ ଯୋଗ ଦେଇଥିଲେ । ହେନେରୀ ଡ଼ୁନାଣ୍ଟଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ରେଡ଼କ୍ରସ ଦିବସ ପାଳନ ଓ ରେଡ଼କ୍ରସ୍ ସଂଗଠନର ଆଭିମୁଖ୍ୟ ସମ୍ବନ୍ଧରେ ବକ୍ତବ୍ୟ ରଖିଥିଲେ । ପ୍ରତିବର୍ଷ ଏହି ଦିବସ ପାଇଁ ରଖାଯାଉଥିବା ସ୍ୱତନ୍ତ୍ର ଥିମ୍ ପରି ଚଳିତ ବର୍ଷ ପାଇଁ ରଖାଯାଇଥିବା ଥିମ୍ “ପ୍ରତିଟି କାର୍ଯ୍ୟ ଯାହା ଆମେ କରୁ ତାହା ହୃଦୟରୁ କରିଥାଉ” ବିଷୟ ଆଧାରରେ ଜିଲ୍ଲାପାଳ ମାନବ ସେବା ଦିଗରେ ରେଡ଼କ୍ରସ୍ ର ବୃହତ୍ତର ଅବଦାନ ବିଷୟରେ ଆଲୋକପାତ କରିଥିଲେ ।

ଦୁଃଖୀ, ଦରିଦ୍ର, ନିଃସହାୟଙ୍କ ସହ ବନ୍ୟା, ଦୁର୍ଭିକ୍ଷ, ବାତ୍ୟା, ଭୂମିକମ୍ପ ଆଦି ପ୍ରାକୃତିକ ଦୈବୀ ଦୁର୍ବିପାକ ସମୟରେ ରେଡ଼କ୍ରସ୍‌ର ସହାୟତା କିପରି ଅମୃତ ଭଳି କାମ କରେ ତାହା ବୁଝାଇଥିଲେ । ସୂଚନାଯୋଗ୍ୟ କି ୨୦୨୨-୨୩ ବର୍ଷରେ ୩୧-୩-୨୩ ସୁଦ୍ଧା ବିଭିନ୍ନ ଉତ୍ସରୁ ଜିଲ୍ଲା ରେଡ଼୍‌କ୍ରସ୍ ର ସମୁଦାୟ ଆୟ ୬୬,୪୨,୩୩୮ଟଙ୍କା ଏବଂ ବ୍ୟୟ ୨୧, ୪୩, ୬୧୦ଟଙ୍କା । ଉକ୍ତ ତାରିଖ ସୁଦ୍ଧା ଶାଖାର ସମୁଦାୟ ଅର୍ଥ ଟ. ୨,୮୫,୧୩,୪୧୮.୬୪ପ. । ଉକ୍ତ ବର୍ଷ ମଧ୍ୟରେ ଗରିବ ଓ ନିହାତି ଆବଶ୍ୟକ କରୁଥିବା ୨୩୨ ଜଣ ରୋଗୀଙ୍କୁ ଚିକିତ୍ସା ସହାୟତା ବାବଦ ୧୬, ୬୬, ୫୨୦ଟଙ୍କା ବ୍ୟୟ କରାଯାଇଥିଲା ବେଳେ ମହାପ୍ରୟାଣ ଯାନ ମରାମତି, ରେଡ଼୍‌କ୍ରସ ପାଇଁ କାର୍ଯ୍ୟକରୁଥିବା କର୍ମଚାରୀମାନଙ୍କ ଦରମା ଓ ଅନ୍ୟ ବାବଦ ବ୍ୟୟ କରାଯାଇଥିବା ପ୍ରକାଶ କରାଯାଇଥିଲା । ପ୍ରକାଶ ଥାଉକି ରେଡ଼କ୍ରସ୍ ପାଇଁ ପାଣ୍ଠି ସଂଗ୍ରହ ଦିଗରେ ଜିଲ୍ଲାପାଳଙ୍କ ଦ୍ୱାରା ପ୍ରଦତ୍ତ ଧାର୍ଯ୍ୟ ଲକ୍ଷ୍ୟ ଠାରୁ ଅଧିକ ପାଣ୍ଠି ସଂଗ୍ରହ କରିଥିବା ଆଧାରରେ ୫ଜଣ ଅଧୀକାରୀଙ୍କୁ ଟ୍ରଫି ଓ ପ୍ରମାଣପତ୍ର ପ୍ରଦାନ କରାଯାଇ ପୁରସ୍କୃତ କରାଯାଇଥିଲା । ସେମାନଙ୍କ ମଧ୍ୟରେ ଥିଲେ ଡ଼େପୁଟୀ କଲେକ୍ଟର ଜୁଡ଼ିସିଆଲ କାର୍ତ୍ତିକ ନାଥ ମଣ୍ଡଳ, ଜିଲ୍ଲା ସବ୍‌ରେଜିଷ୍ଟ୍ରାର କସ୍ତୁରୀବାଳା ଜେନା, ଉପଜିଲ୍ଲାପାଳ ମନୋଜ ପାତ୍ର, ଜିଲ୍ଲା ସ୍ୱଳ୍ପ ସଞ୍ଚୟ ଅଧିକାରୀ ପଦ୍ମନ କୁମାର ରାୟ ଓ ତହସିଲଦାର ଭଣ୍ଡାରିପୋଖରୀ ସରୋଜ କୁମାର ନାୟକ, ବିଶେଷ କରି ଏ.ଡ଼ି.ଏମ଼୍‌, ଜୁଡ଼ିସିଆଲ ପାଇଁ ୧୦ ଲକ୍ଷ ଧାର୍ଯ୍ୟ ଥିବା ସ୍ଥଳେ ସଂଗ୍ରହ କରାଯାଇଛି ୩୮,୬୦,୫୦୦/-ା ଜିଲ୍ଲା ସବ୍‌ରେଜିଷ୍ଟର ପାଇଁ ୪ ଲକ୍ଷ ଥିବା ସ୍ଥଳେ ଆଦାୟ କରାଯାଇଛି ୬ ଲକ୍ଷ, ଜିଲ୍ଲା ସ୍ୱଳ୍ପ ସଞ୍ଚୟ ଅଧିକାରୀଙ୍କ ପାଇଁ ୫୦ ହଜାର ଧାର୍ଯ୍ୟ ଲକ୍ଷ୍ୟ ଥିବା ବେଳେ ୧,୬୨,୫୦୦ ଏବଂ ତହସିଲଦାର ଭଣ୍ଡାରିପୋଖରୀ ପାଇଁ ୭୦,୦୦୦ ଟଙ୍କା ଥିବା ସ୍ଥଳେ ୧,୦୬,୫୦୦ଟଙ୍କା ରେଡ଼କ୍ରସ୍ ପାଇଁ ସଂଗ୍ରହ କରାଯାଇ ପାରିଛି ।

ଜିଲ୍ଲା ରେଡ଼୍‌କ୍ରସ୍ ଶାଖାର ଉପାଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ କୁମାର ମହାନ୍ତି ଆଗାମୀ ଦିନରେ ଭଦ୍ରକ ଜିଲ୍ଲା ରେଡ଼୍‌କ୍ରସ୍ ଦ୍ୱାରା ନିଆଯିବାକୁ ଥିବା ନୂତନ କାର୍ଯ୍ୟକ୍ରମ ବିଷୟରେ ପ୍ରକାଶ କରିଥିଲେ । ରୋଗୀ ସେବା ପାଇଁ ଆମ୍ବୁଲାନସ୍ କ୍ରୟ କରାଯିବା, ବଳକା ଖାଦ୍ୟ ସଂଗ୍ରହ କରି ଗରିବ ଲୋକଙ୍କୁ ପ୍ରଦାନ ପାଇଁ ଫ୍ରିଜର୍ ବ୍ୟବସ୍ଥା ପାଇଁ ପ୍ରସ୍ତାବ ରହିଥିôବା ନେଇ ସେ ସୂଚନା ପ୍ରଦାନ କରିଥିଲେ । ଜିଲ୍ଲା ରେଡ଼କ୍ରସ୍ ଭବନ ନିର୍ମାଣ ପାଇଁ ଉପସ୍ଥିତ ରେଡ଼କ୍ରସ୍ ଶାଖାର ଆଜୀବନ ସଦସ୍ୟମାନଙ୍କ ପ୍ରଦତ୍ତ ପ୍ରସ୍ତାବ ପ୍ରତି ସମ୍ମତି ପ୍ରଦାନ ପୂର୍ବକ ପରବର୍ତ୍ତୀ ପର୍ଯ୍ୟାୟରେ ସେ ନେଇ ଆଲୋଚନା କରାଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ । ଜିଲ୍ଲା ରେଡ଼୍‌କ୍ରସ୍ ଶାଖାର ସମ୍ପାଦକ ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ମନୋରମା ଜାଲ୍ଲିଙ୍କ ସଂଯୋଜନା ଓ ପରିଚାଳନାରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଯୁଗ୍ମ ସମ୍ପାଦକ ବିଶ୍ୱଜିତା ବିଶ୍ୱାଳ କାର୍ଯ୍ୟକ୍ରମ ଆୟୋଜନ ନେଇ ଆନୁସଂଙ୍ଗିକ ସହଯୋଗ କରିଥିଲେ । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ । ଜିଲ୍ଲା ଜୁନିୟର୍ ରେଡ଼କ୍ରସ୍ ଅଧିକାରୀ ନରେନ୍ଦ୍ର ପ୍ରସାଦ ସାହୁ, ଯୁଗ୍ମ ସମ୍ପାଦକ ହେମନ୍ତ କୁମାର ସୂତାର, ରାଧାରାଣୀ ମହାପାତ୍ର, ବାଦଲ କିଶୋର ମହାପାତ୍ର, ଜିଲ୍ଲା ୟୁଥ୍ ରେଡ଼କ୍ରସର କର୍ମକର୍ତ୍ତା ପ୍ରମୁଖଙ୍କ ସହ ଅନ୍ୟ ଆଜୀବନ ସଦସ୍ୟମାନେ ଏଥିରେ ଉପସ୍ଥିତ ଥିଲେ । ଏହି ଦିବସ ପାଳନ ଉପଲକ୍ଷେ ଆୟୋଜିତ ରକ୍ତ ଦାନ ଶିବିରରେ ୧୨ ଜଣ ସ୍ୱେଚ୍ଛାକୃତ ରକ୍ତଦାତା ରକ୍ତଦାନ କରିଥିଲେ । ଡ଼ା ବିମଳା ମିଶ୍ରଙ୍କ ତ୍ତ୍ୱବଧାନରେ ଏହି ରକ୍ତ ସଂଗ୍ରହ କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.