Home ଜିଲ୍ଲା ପରିକ୍ରମା ମାଟିମନସ୍କ ହେବା ପାଇଁ ପୁସ୍ତକମେଳା ଏକ ଆହ୍ୱାନ, ଭଦ୍ରକ ପୁସ୍ତକମେଳାର ୭ମ ସନ୍ଧ୍ୟା

ମାଟିମନସ୍କ ହେବା ପାଇଁ ପୁସ୍ତକମେଳା ଏକ ଆହ୍ୱାନ, ଭଦ୍ରକ ପୁସ୍ତକମେଳାର ୭ମ ସନ୍ଧ୍ୟା

9

ଭଦ୍ରକ, ୨୨ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆମ ଭାଷା, ସାହିତ୍ୟ, ସଂସ୍କୃତି ପାଇଁ ଆମେ ସର୍ବତ୍ର ପରିଚିତ। ବ୍ୟକ୍ତି ବା ଜାତିର ନିଜସ୍ୱ ପରିଚୟ ହିଁ ଅସ୍ମିତା। ଏଯାଏ ଅସ୍ମିତାର ବିଜୟ ହୋଇନାହିଁ। ଆମେ ମାଟିମନସ୍କ ହେଲେ ଆମ ଅସ୍ମିତା ରକ୍ଷା ସମ୍ଭବ ହେବ। ଆଉ ଆମ ଭିତରେ ଗଣ୍ଡଗୋଳ ହେବନାହିଁ। ଏଣୁ ପୁସ୍ତକମେଳା ମାଟିମନସ୍କ ହେବା ପାଇଁ ଏକ ବଳିଷ୍ଠ ଆହ୍ୱାନ ବୋଲି ସ୍ଥାନୀୟ ମନମୋହନ ସଙ୍ଗୀତ ପରିଷଦ ପରିସରରେ ଚାଲିଥିବା ଭଦ୍ରକ ପୁସ୍ତକମେଳାର ୭ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଇଷ୍ଟର୍ଣ୍ଣ ମିଡ଼ିଆ ଲିମିଟେଡର ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି। ଭଦ୍ରକ ପୁସ୍ତକମେଳା କମିଟି ସଭାପତି ଅଜୟ ନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଆଜିର ସନ୍ଧ୍ୟାରେ ମୁଖ୍ୟ ଅତିଥି ଶ୍ରୀ ପଟ୍ଟନାୟକ ଟେକ୍ନୋଲୋଜିର ପ୍ରୟୋଗ ଜରିଆରେ ଆଜିର ପିଢ଼ିଙ୍କୁ ପୁସ୍ତକ ପଠନ ପ୍ରତି ଆକର୍ଷିତ କରିବାର ସମୟ ଆସିଛି ବୋଲି ମତବ୍ୟକ୍ତ କରିଥିଲେ। ସମ୍ମାନିତ ଅତିଥି ଓ ବକ୍ତା ଭାବେ ବିଶିଷ୍ଟ କବି ହୃଦାନନ୍ଦ ପାଣିଗ୍ରାହୀ, ଡାକ୍ତର ପ୍ରଦୀପ କୁମାର ନାୟକ, ସମାଜସେବୀ ଶେଖର ମହାପାତ୍ର, ଅଧ୍ୟାପକ ଦତାତ୍ରେୟ ଦାସ, ସମାଜସେବୀ ପ୍ରବୀର ଜେନା ଯୋଗଦେଇ ଭଦ୍ରକ ପୁସ୍ତକମେଳା ଭଦ୍ରକୀୟ ଅସ୍ମିତାର ପରିଚୟ ବୋଲି କହିଥିଲେ। ପୁସ୍ତକମେଳା କମିଟି ସମ୍ପାଦକ ରୂପକ ବିହାରୀ ରାୟ ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନ କରିଥିଲେ। ପୂର୍ବାହ୍ଣ ଅଧିବେଶନରେ ଫେଲୋସପିର ନିର୍ଦ୍ଦେଶକ ଲଲାଟେନ୍ଦୁ ମହାନ୍ତି, ସମାଜସେବୀ ଏସ୍‌.ଏମ୍‌. ଫାରୁକ୍‌, ଅଧିବକ୍ତା ଗଦାଧର ବଳ ଓ ଅଧିବକ୍ତା ମନୋରଂଜନ ଦାସ ନାରୀ ସୁରକ୍ଷା ଓ ଆଇନ୍ କାନୁନ୍ ବ୍ୟବସ୍ଥା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ଅବସରରେ ମନ୍ଦିରା ଡ୍ୟାନ୍ସ ଏକାଡେମୀର ନିର୍ଦ୍ଦେଶିକା ଶ୍ୱେତପଦ୍ମା ଜେନାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସାଂସ୍କୃତିକ ସମ୍ପାଦକ ବସନ୍ତ କୁମାର ମହାନ୍ତି, ସମାଜସେବୀ ସୁଧାକର ରାଉତ, ବାବୁଲାଲ ଦାସ, ଅମ୍ବିକା ବଲ୍ଲଭ ସ୍ୱାଇଁ, ଅଧ୍ୟାପକ ଡକ୍ଟର ବିଶ୍ୱରଂଜନ ଦାସ, ଡକ୍ଟର ଅଭୟ କୁମାର ଦାସ ପ୍ରମୁଖ ଅଂଶଗ୍ରହଣ କରିଥିବା ବେଳେ କମିଟି ସଦସ୍ୟ ବାଦଲ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.