Home ଜିଲ୍ଲା ପରିକ୍ରମା ମହିଳା ଗୋଷ୍ଠୀ ଦ୍ୱାରା ପାନୀୟଜଳ ମାନ ପରୀକ୍ଷଣ

ମହିଳା ଗୋଷ୍ଠୀ ଦ୍ୱାରା ପାନୀୟଜଳ ମାନ ପରୀକ୍ଷଣ

33

ନୟାଗଡ଼ ୨୯/୦୮ (ଓଡ଼ିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) – ପାନୀୟଜଳ ଯୋଗୁଁ ଅନେକ ବ୍ୟକ୍ତି ପେଟ ରୋଗ ଠାରୁ ଆରମ୍ଭ କରି କିଡିନ୍ ରୋଗର ଶୀକାର ହେଉଛନ୍ତି। ଯାହାଫଳରେ ସରକାର ଗାଁଗଣ୍ଡାରେ ଥିବା ପାନୀୟଜଳ ଉତ୍ସ ନଳକୂପ, ଖୋଲା କୂପ ଓ ପାଇପି ଲାଇନରେ ଯୋଗା ଯାଉଥିବା ପାନୀୟଜଳର ମାନ ପରୀକ୍ଷଣ ପାଇଁ ପଦକ୍ଷେପ ନେଉଛନ୍ତି। ଗାଁ ଗାଁ ରେ ପ୍ରତି ପଞ୍ଚାୟତରେ ଗଢା ଯାଇଥିବା ମହିଳା ଗୋଷ୍ଠୀ ଓ ମହାସଂଘ ଗୁଡିକୁ ପାନୀୟଜଳର ସାନ୍ଧ୍ରତା ମାପିବା ପାଇଁ ତାଲିମ ପ୍ରଦାନ କରାଯାଇଛି।

ବ୍ରଜରାଜପୁର ଆଂଚଳିକ ମହାସଂଘ ତରଫରୁ ଏମ୍ ବି କେ, ସି ଆର୍ ପି, ପ୍ରାଣୀ ମିତ୍ର ଓ କୃଷିମିତ୍ର ଲତାର ନଳକୂପ ଠାରୁ ଆରମ୍ଭ କରି ପଞ୍ଚାୟତ ସାରା ପାନୀୟଜଳ ଉତ୍ସର ମାନ ପରିକ୍ଷଣ କରୁଥିବା ଦେଖିବାକୁ ମିଳିଛି। ଯାହାଫଳରେ ଗ୍ରାମଞ୍ଚଳରେ ମହିଳା ମାନଙ୍କ ମଧ୍ୟରେ ପାନୀୟ ଜଳ ପ୍ରତି ସଚେତନତା ସୃଷ୍ଟି ହୋଇଥିବା ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.