Home Top News ମହାପ୍ରଭୁ ଶ୍ରଜଗନ୍ନାଥଙ୍କ ଜମି ବିକ୍ରିବଟା ପାଇଁ ଖୁବ୍ ଶୀଘ୍ର ଲାଗୁ ହେବ ନୂଆ ନିୟମ

ମହାପ୍ରଭୁ ଶ୍ରଜଗନ୍ନାଥଙ୍କ ଜମି ବିକ୍ରିବଟା ପାଇଁ ଖୁବ୍ ଶୀଘ୍ର ଲାଗୁ ହେବ ନୂଆ ନିୟମ

53

ପୁରୀ ୧୯-୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ମହାପ୍ରଭୁ ଶ୍ରଜଗନ୍ନାଥଙ୍କ ଜମି ବିକ୍ରିବଟା ପାଇଁ ଖୁବ୍ ଶୀଘ୍ର ଲାଗୁ ହେବ ନୂଆ ନିୟମ। ନିୟମ ଆଧାରରେ ଦୀର୍ଘ ବର୍ଷ ଧରି ମହାପ୍ରଭୁଙ୍କ ଜମିର ଭୋଗ ଦଖଲରେ ଥିବା ପ୍ରଜା ଜମିର ମାଲିକାନା ପାଇ ପାରିବେ। ଆବେଦନର ଏକ ବର୍ଷ ଭିତରେ ମିଳିବ ଜମି ପଟ୍ଟା। ଏଥିପାଇଁ ୯୦ ଦିନ ଭିତରେ ଧାର୍ଯ୍ୟ ଅର୍ଥ ରାଶି ପୈଠ କରିବାକୁ ପଡ଼ିବ। ଆଇନ ବିଭାଗର ଅନୁମୋଦନକୁ ଆଉ ଅପେକ୍ଷା କରିବାକୁ ପଡ଼ିବ ନାହିଁ। ଏଣିକି ଶ୍ରୀ ମନ୍ଦିର ପରିଚାଳନା କମିଟି ଅନୁମୋଦନରେ ଜମିର ପଟ୍ଟା ପାଇ ପାରିବେ ଲୋକେ। ନିକଟ ଅତୀତରେ ମହାପ୍ରଭୁ ଙ୍କ ଜମି ବିକ୍ରି ପାଇଁ ରାଜ୍ୟ କ୍ୟାବିନେଟ୍ ଶ୍ରୀ ମନ୍ଦିର ଜମି ପରିଚାଳନା ନିୟମକୁ ଅନୁମୋଦନ କରିଥଲେ। ତାହାକୁ ଶ୍ରୀ ମନ୍ଦିର ଲ୍ୟାଣ୍ଡ ସବ କମିଟିରେ ଅନୁମୋଦନ କରାଯାଇଛି। ପରେ ପରିଚାଳନା କମିଟି ଏହି ନୁଆ ନୀୟମକୁ ଅନୁମୋଦନ କଲେ, ରାଜ୍ୟ ସରକାରଙ୍କୁ ଏହି ଚିଠା ପ୍ରସ୍ତାବ ପଠାଯିବ। ପରବର୍ତ୍ତୀ ସମୟରେ ଏହା ଆଇନରେ ପରିଣତ ହେବ ଓ ସେହି ଆଧାରରେ ଜମି କିଣାବିକା ହେବ।

ନିଷ୍ପତ୍ତି ଅନୁଯାୟୀ ଆବେଦନକାରୀ ୨୦୧୯ ୟୁନିଫର୍ମ ପଲିସି ଓ ଶ୍ରୀମନ୍ଦିର ଲ୍ୟାଣ୍ଡ ମ୍ୟାନେଜମେଣ୍ଟ କମିଟି ରୁଲ ଆଧାରରେ ଶ୍ରୀ ମନ୍ଦିର ପ୍ରଶାସନ ଠାରୁ ଜମି ବାବଦ ଏନ୍ ଓ ସି ପାଇ ପାରିବେ। ଯଦି କେହି ଆବେଦନକାରୀ ୩୦ ବର୍ଷ ରୁ ଅଧିକ ଜମିର ଭୋଗ ଦଖଲରେ ଥିବେ ସେମାନଙ୍କୁ ଏକର ପିଛା ଧାର୍ଯ୍ୟ ମୂଲ୍ୟ ୬ ଲକ୍ଷ ଟଙ୍କାର ୧୦ ପ୍ରତିଶତ ଶ୍ରୀ ମନ୍ଦିର ପ୍ରଶାସନ କୁ ଦେବାକୁ ପଡ଼ିବ। ସେହିପରି ୨୦ ରୁ ୩୦ ବର୍ଷ ଭିତରେ ୯ ଲକ୍ଷ ଟଙ୍କା ହିସାବ ରେ ୧୫ ପ୍ରତିଶତ, ୧୨ ରୁ ୨୦ ଭିତରେ ୧୫ ଲକ୍ଷ ଟଙ୍କା ହିସାବ ରେ ୨୫ ପ୍ରତିଶତ ଟଙ୍କା ଦେବାକୁ ପଡିବ। ୧୨ ବର୍ଷ ରୁ କମ ଭୋଗ ଦଖଲ ରେ ଥିବା ଜମି ପାଇଁ ବର୍ତ୍ତମାନ ର ସରକାରୀ ଦର ଅନୁସାରେ ଅର୍ଥ ରାଶି ପୈଠ କରିବାକୁ ପଡ଼ିବ। ଏଥି ପାଇଁ ଶ୍ରୀ ମନ୍ଦିର ପ୍ରଶାସନ, ତହସିଲ, ଜିଲାପାଳ ଙ୍କ କାର୍ଯ୍ୟାଳୟ ଓ ବ୍ଲକ କାର୍ଯ୍ୟାଳୟ ରେ ଅବେଦନ କରାଯାଇ ପାରିବ। ଆବେଦନ ର ୯୦ ଭିତରେ ଜମି ମାମଲାର ଫଇସଲା ସହ ଧାର୍ଯ୍ୟ ଟଙ୍କା ଦେବାକୁ ପଡିବ।

ନୂଆ ନିୟମ ଆଧାରରେ ଘରବାରି କ୍ଷେତ୍ରରେ ୧୦ ଡିସିମିଲ ଜାଗା ପାଇଁ ଜିଲ୍ଲାପାଳ, ୧୦ ରୁ ୨୦ ଡିସିମିଲ ଜାଗା ପାଇଁ ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ, ୨୦ ରୁ ୫୦ ଡିସିମିଲି ପାଇଁ ଶ୍ରୀ ମନ୍ଦିର ପରିଚାଳନା କମିଟି କାର୍ଯ୍ୟକାରୀ ଅଧ୍ୟକ୍ଷ, ୫୦ ଡିସିମିଲ ରୁ ୫ ଏକର ଶ୍ରୀ ମନ୍ଦିର ପରିଚାଳନା କମିଟି ଓ ୫ ଏକରରୁ ଅଧିକ ଜମି ପାଇଁ ରାଜ୍ୟ ସରକାର ଜମି କିଣାବିକା ପାଇଁ ଅନୁମତି ପ୍ରଦାନ କରିବେ। ସେହିପରି ବାଗାୟତ ଜମି ପାଇଁ ମଧ୍ୟ ବିଭିନ୍ନ ବର୍ଗ ରେ ଆବେଦନ କରିବାକୁ ପଡ଼ିବ। ସେହିପରି ମହାପ୍ରଭୁ ଙ୍କ ଜମି ଯେଉଁଠି ଜବର ଦଖଲ ହୋଇ ରହିଚି ତାକୁ ଦଖଲ କୁ ଆଣିବାକୁ ପଦକ୍ଷେପ ନିଆଯିବ ବୋଲି ଶ୍ରୀ ମନ୍ଦିର ଲ୍ୟାଣ୍ଡ ସବ କମିଟି ରେ ନିଷ୍ପତ୍ତି ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.