Home ଓଡ଼ିଶା ମହାନ୍ତ ସମ୍ପ୍ରଦାୟର ଧିଙ୍ଗୁଆନ ମହୋତ୍ସବ

ମହାନ୍ତ ସମ୍ପ୍ରଦାୟର ଧିଙ୍ଗୁଆନ ମହୋତ୍ସବ

167

ପାଟଣା ୧-୧୧ (ଓଡ଼ିଆ ପୁଅ/ସନ୍ତୋଷ ପତି) : ପାଟଣା ଥାନା କୁଣ୍ଡଳା ଗ୍ରାମରେ ଧିଙ୍ଗୁଆନ ମହୋତ୍ସବ ହୋଇଛି। ମୟୁରଭଞ୍ଜ ଓ କେନ୍ଦୁଝର ଜିଲାର ମୋଟ ୨୮ଟି ରୁ ଉର୍ଦ୍ୱ ଦଳ ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ। ଏଥିରେ କୁଡୁମୀ ସମ୍ପ୍ରଦାୟର ପାରମ୍ପରିକ ବାଦ୍ୟର ପରିବେଷଣ ହୋଇଥିଲା। ୫ ହଜାରରୁ ଉର୍ଦ୍ୱ କୁଡୁମୀ ସମ୍ପ୍ରଦାୟର ଲୋକମାନେଗୀତ ନାଚରେ ମସଗୁଲ ହୋଇଥିଲେ। ସ୍ଥାନୀୟ ସାମାଜସେବୀ ଅଶୋକ କୁମାର ମହାନ୍ତଙ୍କ ସଭାପତିତ୍ୱ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥିଭାବେ ପାଟଣା ବିଧାୟକ ଜଗନ୍ନାଥ ନାଏକ, ମୁଖ୍ୟ ବକ୍ତା ଭାବେ ଲକ୍ଷ୍ମୀଧର ମହାନ୍ତ, ସମ୍ମାନିତ ଅତିଥି ଭାବେ ଅବସର ପ୍ରାପ୍ତ ପ୍ରାଣୀ ଚିକିତ୍ସା ଅଧିକାରୀ ଗୌରହରୀ ମହାନ୍ତ ବର୍ମା, କୁଣ୍ଡଳା ସରପଞ୍ଚ ବର୍ଷା ରାଣୀ ଦାସ, ବିଜେଡି ଯୁବନେତା ମିତ୍ରଭାନୁ ମହାନ୍ତ ଓ ସାହାରପଡା ବ୍ଲକ ପୂର୍ବତନ ଅଧକ୍ଷ ରବି ନାଏକ ପ୍ରମୁଖ ଯୋଗ ଦେଇଥିଲେ। ଏହି ପ୍ରତିଯୋଗୀତାରେ ତାଳପଦା ଧୀଙ୍ଗୁଆନ ଦଳ ପ୍ରଥମ, ମୟୁରଭଞ୍ଜ ରାଇରଙ୍ଗପୁର ଦଳ ଦ୍ୱିତୀୟ ଓ ମୟୁରଭଞ୍ଜ ଜିଲା କୁଳିପଶି ଦଳ ତୃତୀୟ ସ୍ଥାନ ଅଧିକାର କରିଥିଲେ। ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଦଳ କୁ ନଗଦ ଅର୍ଥ ସହ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମ କୁ କୁଡୁମୀ ସମାଜର ସାମାଜସେବୀ ରାଇଚରଣ ମହାନ୍ତ, ଦୁର୍ଯ୍ୟୋଧନ ମହାନ୍ତ, ବିଜୟକୁମାର ମହାନ୍ତ ଓ ନନ୍ଦ କିଶୋର ମହାନ୍ତ ପ୍ରମୁଖ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.