Home ଜିଲ୍ଲା ପରିକ୍ରମା ମହତାବ ମଂଚରେ ଜନ୍ମ ଜୟନ୍ତି ପାଳିତ, ଓଡିଶା ରାଜନିତୀରେ ମହତାବ ଚର୍ଚ୍ଚିତ ନାମ : ବାଚସ୍ପତି,...

ମହତାବ ମଂଚରେ ଜନ୍ମ ଜୟନ୍ତି ପାଳିତ, ଓଡିଶା ରାଜନିତୀରେ ମହତାବ ଚର୍ଚ୍ଚିତ ନାମ : ବାଚସ୍ପତି, ଡଃ. ମହତାବ ସାହାସୀ ଓ ନିର୍ଭିକ ବ୍ୟକ୍ତିତ୍ୱ ଥିଲେ

11

ଭଦ୍ରକ, ୨୧ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଭଦ୍ରକ ଜିଲ୍ଲା ଜନ୍ମ ପୀଠ ଆଗରପଡା ହେମପଦ୍ମା ଗାଲାକ୍ସି ପରିସରରେ ଦୁଇ ଦିନିଆ ୧୨୫ ତମ ମହତାବ ଜନ୍ମ ଜୟନ୍ତି ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଓଡିଶା ବିଧାନସଭାର ମାନ୍ୟବର ବାଚସ୍ପତି ସୁରମା ପାଢୀ କହିଲେ ଭାରତୀୟ ରାଜନିତୀରେ ଡ.ମହତାବ ଏକ ଚର୍ଚ୍ଚିତ ନାମ । ଶିଲ୍ପ,ବନ୍ଦର, ଶିକ୍ଷା ଓ ସାମାଜିକ କ୍ଷେତ୍ରରେ ଓଡିଶା କିପରି ଅଗ୍ରଗତି କରିବ ସେ ସର୍ବଦା ଚିନ୍ତା କରୁଥିଲେ । ତାଙ୍କ ଦ୍ୱାରା ପ୍ରତିଷ୍ଠିତ ପ୍ରଜାତନ୍ତ୍ର ଖବର କାଗଜର ସଂପାଦକୀୟରେ ଅନେକ କଥା ଲେଖି ତାର ସମାଧାନ ସେ କରିପାରୁଥିଲେ, ତାଙ୍କ ପରି ସାହାସୀ ଓ ନିର୍ଭିକ ବ୍ୟକ୍ତିତ୍ୱ ଓଡିଶାରେ ବିରଳ ବୋଲି ସେ କହିଥିବା ବେଳେ ତାଙ୍କ ସରକାର ଡଃ.ମହତାବଙ୍କୁ ଉପଯୁକ୍ତ ସମ୍ମାନ ଦେବାକୁ ଯାଉଛି । ମୁଖ୍ୟ ବକ୍ତା ଭାବେ ହୁମ୍ୟାନ୍ ରାଇଟ୍ସ୍ କମିଶନର ସଦସ୍ୟ ଅସୀମ୍ ଅମିତାଭ ଦାସ, ଦିଗପହଣ୍ଡି ବିଧାୟକ ତଥା ଚଳଚିତ୍ର ଅଭିନେତା ସିଦ୍ଧାନ୍ତ ମହାପାତ୍ର, ଭଦ୍ରକ ବିଧାୟକ ସିତାଶୁଂ ଶେଖର ମହାପାତ୍ର, ବାସୁଦେବପୁର ବିଧାୟକ ଅଶୋକ ଦାସ, ପୂ ର୍ବତନ ସାସଂଦ ମଞ୍ଜୁଲତା ମଣ୍ଡଳ, ପୂର୍ବତନ ବିଧାୟକ ପ୍ରଫୁଲ୍ଲ ସାମଲ, ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକ ଉପ-ଜିଲ୍ଲାପାଳ ସୌରଭ ଚକ୍ରବର୍ତି ପ୍ରମୁଖ ଯୋଗ ଦେଇ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଆଗକୁ ଶହେ ବର୍ଷ ପୁର୍ତି ପାଳନ କରିବାକୁ ଯାଉଥିବା ବେଳେ କେନ୍ଦ୍ର ଓ ରାଜ୍ୟ ସରକାର ବରପୁତ୍ରଙ୍କ ଗାଥା ଓ କଥାକୁ ମନେ ରଖିବା ପାଇଁ ପ୍ରତିମୁର୍ତି ଓ ଗ୍ରନ୍ଥାଗାର ପ୍ରତିଷ୍ଠା କରି ମହତାବଙ୍କୁ ମନେ ରଖିବାର ଉଦ୍ୟମକୁ ସାଧୁବାଦ ଜଣାଇଥିଲେ । ଜୟନ୍ତି କମିଟିର ସଭାପତି ହାଇକୋର୍ଟର ଆଇନ୍‌ଜିବୀ ମନୋଜ ରାୟ ସଭାପତିତ୍ୱ କରିଥିଲେ । ସଂମ୍ପାଦକ ସାମ୍ବାଦିକ ପ୍ରଦ୍ୟୁମ୍ନ ପୁହାଣ ବିବରଣୀ ପାଠ କରିଥିବା ବେଳେ ପ୍ରଫୁଲ୍ଲ ବିଶ୍ୱାଳ ଅତିଥି ପରିଚୟ ଓ ଶେଷରେ ଅଧ୍ୟାପକ ହରିହର ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯିବା ସହ ଶିକ୍ଷାବିତ୍ ହରମୋହନ ପଣ୍ଡା, ଡଃ.ପୃଥୀରାଜ ପଣ୍ଡା, ଚନ୍ତାମଣି ପାଣିଗ୍ରାହୀ, ସନତ ଜେନା, ଦେବୀକିଙ୍କର ବହ୍ମଦାସ ପାଣିଗ୍ରାହୀ, ରାମଚନ୍ଦ୍ର ଦାସ ପ୍ରମୁଖଙ୍କୁ ପ୍ରତିଭା ସମ୍ବର୍ଦ୍ଧନା ଦିଆଯାଇଥିଲା । ମଧ୍ୟାହ୍ନରେ ଭଣ୍ଡାରିପୋଖରୀ ବିଧାୟକ ସଞ୍ଜିବ କୁମାର ମଲ୍ଲିକ, ଭଦ୍ରକ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଯେନା, ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ, ଜିଲ୍ଲ ବିଜେଡି ଉପ-ସଭାପତି ପ୍ରସାନ୍ତ ଦାଶ ଉପସ୍ଥିତ ରହି ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.