Home ଜିଲ୍ଲା ପରିକ୍ରମା ମନ୍ତ୍ରୀଙ୍କୁ ଚିଠି ହୋଇନଥିବାରୁ ବାତିଲ ହେଲା ବ୍ଲକ୍‌ସ୍ତରୀୟ କୃଷି ପ୍ରଶିକ୍ଷଣ ଶିବିର, ବଦଳି ପରେ ବି...

ମନ୍ତ୍ରୀଙ୍କୁ ଚିଠି ହୋଇନଥିବାରୁ ବାତିଲ ହେଲା ବ୍ଲକ୍‌ସ୍ତରୀୟ କୃଷି ପ୍ରଶିକ୍ଷଣ ଶିବିର, ବଦଳି ପରେ ବି ଚୌକି ଛାଡୁନାହାଁନ୍ତି କୃଷି ଅଧିକାରୀ

16
?????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????

ଭଦ୍ରକ, ୨୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବ୍ଲକ୍ କୃଷି କାର୍ଯ୍ୟାଳୟ ପରିସରରେ କୃଷି ଓ କୃଷକ ସଶକ୍ତକରଣ ବିଭାଗ ଓଡ଼ିଶା ସରକାରଙ୍କ ଆନୁକୂଲ୍ୟରେ ‘ଡିଜିଟାଲ ଫସଲ ସର୍ବେକ୍ଷଣ’ ଶିବିର ପାଇଁ ବ୍ଲକ୍ କୃଷିବିଭାଗ ପକ୍ଷରୁ ଚଳିତମାସ ୨୧ ତାରିଖ ଚିଠି ନଂ ୪୦୦/୨୪ ରେ ସମସ୍ତ ପଂଚାୟତ ଲୋକ ପ୍ରତିନିଧିଙ୍କୁ ଅଧିକାରୀ ଚିଠି କରିଥିଲେ । ମାତ୍ର ଏହି ବୈଠକକୁ ଧାମନଗର ବିଧାୟକ ତଥା ରାଜ୍ୟ ମନ୍ତ୍ରୀ ମଣ୍ଡଳର ଗୁରୁତ୍ୱପୂର୍ଣ୍ଣ ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କୁ ନଜଣାଇ ଏହି ପ୍ରଶିକ୍ଷଣ ଶିବିର ବା ବୈଠକ କରାଯାଉଥିଲା । ଏ ନେଇ ମନ୍ତ୍ରୀଙ୍କ ସମର୍ଥକମାନେ କୃଷି ବିଭାଗ ଅଧିକାରୀଙ୍କୁ ଜଣାଇବା ପରେ ଏହି ବୈଠକ ବାତିଲ କରାଯାଇ ଚଳିତମାସ ୩୦ ତାରିଖକୁ ଘୁଂଚାଇ ଦିଆଯାଇଛି । ତେବେ ସବୁଠାରୁ ବଡକଥା ହେଲା ବ୍ଲକ୍ କୃଷି ଅଧିକାରୀ ଭାସ୍କର ଚନ୍ଦ୍ର ଦାସ ଦୀର୍ଘବର୍ଷ ହେବ ଧାମନଗର ବ୍ଲକ୍‌ରେ ରହିଥିଲେ ମଧ୍ୟ ସାଧାରଣ ଲୋକ ଓ ଚାଷୀଙ୍କ କଥା ବୁଝୁନାହାଁନ୍ତି । ବର୍ଷେ ହେବ ବାବୁଙ୍କର ବଦଳି ହୋଇଥିଲେ ମଧ୍ୟ ସେ ଗାଦି ମାଡି ବସିଛନ୍ତି । ନିଜ ଇଚ୍ଛାରେ ହିଁ ସବୁ କାମ କରୁଛନ୍ତି । ଗୁରୁବାର ଦିନ କୃଷି ଅଧିକାରୀ ଶ୍ରୀ ଦାସ ପ୍ରଶିକ୍ଷଣ ଶିବିର କରିଥିବାବେଳେ ଅଧିକାଂଶ ଅଧିକାରୀ ଓ ଚାଷୀ ଅନୁପସ୍ଥିତ ଥିଲେ । ପ୍ରକାଶ ଥାଉକି ଡିଜିଟାଲ ଫସଲ ସର୍ବେକ୍ଷଣ ଦ୍ୱାରା ପ୍ରକୃତ ଚାଷୀ ଓ ଜମି ଚିହ୍ନଟ ହେବା, ଜମିର କିସମ ସଂପର୍କରେ ସୂଚନା ମିଳିବା, ବନ୍ୟା କିମ୍ବା ମରୁଡି ହେଲେ ଚାଷର କ୍ଷୟକ୍ଷତିର ହିସାବ ସହ ଇନପୁଟ ସବସିଡି ଦେବାରେ ସହାୟକ ଇତ୍ୟାଦି ସ୍ପଷ୍ଟ ହୋଇପାରିବ । ସାଟେଲାଇଟ୍ ଜରିଆରେ ଜମିର କିସମ ଚିହ୍ନଟ ପ୍ରକ୍ରିୟାର ଡିଜିଟାଲ ସର୍ବେକ୍ଷଣ କରାଯାଇ ଖରିଫ ଧାନଚାଷ ବ୍ୟତୀତ ଜମିରେ ଅନ୍ୟ ଚାଷର ସୂଚନା ମିଳିବା ସଂପର୍କରେ ପ୍ରଶିକ୍ଷଣ ଦିଆଯାଇଥାଏ । ମାତ୍ର କୃଷି ଅଧିକାରୀ ଶ୍ରୀ ଦାସ ସେଥିପ୍ରତି ଦୃଷ୍ଟି ନଦେଇ ସମସ୍ତ ସମସ୍ୟାର ସମାଧାନ କ୍ଷେତ୍ରରେ ନିଜେ ସମ୍ମୁଖୀନ ନହୋଇ ଚାଷୀମାନଙ୍କୁ ଅତିରିକ୍ତ କୃଷି ଅଧିକାରୀଙ୍କୁ ଭେଟିବାକୁ କହୁଛନ୍ତି । ତେବେ ଅତିରିକ୍ତ କୃଷି ଅଧିକାରୀ ଦେବାଶିଷ ତ୍ରିପାଠୀ ବଡ ବାବୁଙ୍କ ଠାରୁ ଆଉ ପାଦେ ଆଗରେ । ତାଙ୍କର ମନମୁଖୀ କାର୍ଯ୍ୟ ଯୋଗୁଁ ଚାଷୀଙ୍କ ସମସ୍ୟା ବଢିଚାଲିଛି । ସୂଚନା ଅନୁଯାୟୀ ଏହି ବ୍ଲକ୍‌ରେ ମୋଟ ୩୧ଟି ପଂଚାୟତରେ ଖରିଫ ଋତୁରେ ଶସ୍ୟ ଓ ଅଣଶସ୍ୟ ବାବଦ ମୋଟ ୧୭ ହଜାର ୧୩୦ ହେକ୍ଟର ଚାଷ ଲକ୍ଷଧାର୍ଯ୍ୟ କରାଯାଇଥିବାବେଳେ ଏପର୍ଯ୍ୟନ୍ତ ତାହା ପୂରଣ ହୋଇପାରିବା ତ ଦୂରର କଥା ଏବେବି ଶହ ଶହ ଏକର ଚାଷଜମି ରୁଆ ପୋତା ହୋଇନାହିଁ । ତେବେ ବିଭାଗ ପକ୍ଷରୁ ସେଭଳି ସଚେତନତା ଅଭାବରୁ ଚାଷଜମି ପଡିଆ ପଡୁଛି ବୋଲି ଚାଷୀମାନେ ଅଭିଯୋଗ କରୁଛନ୍ତି । ଏ ଦିଗରେ ଜିଲାପାଳ ସ୍ୱତନ୍ତ୍ର ଦୃଷ୍ଟିଦେବା ସହ ବଦଳି ପରେ ବି ଗାଦି ମାଡି ବସିଥିବା କୃଷି ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.