Home ଜିଲ୍ଲା ପରିକ୍ରମା ଭୂଦାନ ଓ ଗୋଚର ଜମି ଜବରଦଖଲ ଉଚ୍ଛେଦ ଦାବିରେ ଗ୍ରାମବାସୀଙ୍କ ପକ୍ଷରୁ ଧାରଣା

ଭୂଦାନ ଓ ଗୋଚର ଜମି ଜବରଦଖଲ ଉଚ୍ଛେଦ ଦାବିରେ ଗ୍ରାମବାସୀଙ୍କ ପକ୍ଷରୁ ଧାରଣା

17

ଭଦ୍ରକ, ୨୨ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭୂଦାନ ଜମି ଓ ଭୂଦାନ ଜମିକୁ ଲାଗିକରି ଥିବା ସର୍ବସାଧାରଣ ଗୋଚର ଅନାବାଦୀ ଜମିରୁ ଜବରଦଖଲ ଉଚ୍ଛେଦ କରିବା ଦାବିରେ ଆଜି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗ୍ରାମବାସୀଙ୍କ ସହ ଭୂଦାନ ଜମି ପାଇଥିବା ପରିବାର ଲୋକଙ୍କ ପକ୍ଷରୁ ଗଣଧାରଣା ଦିଆଯାଇଛି। ଏମାନଙ୍କର ଅଭିଯୋଗ ହେଲା ବାସୁଦେବପୁର ତହସିଲ ଅନ୍ତର୍ଗତ ଗୋବିନ୍ଦପୁର ପଂଚାୟତ ବ୍ରଜାନନ୍ଦପୁର ମୌଜାରେ ଥିବା ଭୂଦାନ ଜମି (ଖାତା ନଂ ୧୬୦, ଖସଡା ନଂ ୩୮୭ ଏ୧.୨୫ ଡି.) ଯାହା ବର୍ତମାନର ଖାତାରେ ଖାତା ନଂ ୧୬୦, ଖସଡା ନଂ ୭୨୭, ୭୩୭, ୯୧୭, ୯୨୩, ୯୩୪, ୯୩୬, ୯୯୭ ଏବେ ସରକାରୀ ଜମିରେ ପରିଣତ ହୋଇଛି। ଏହି ଜମିରେ ଗ୍ରାମବାସୀମାନେ ଗୋରୁଗାଈ ବାନ୍ଧିବା ସହିତ ସେମାନଙ୍କୁ ସେଠାରେ ଚରାଉଥିଲେ। ତେବେ ଏହି ଗୋଚର ଜମିରେ ସେହି ଗ୍ରାମର କେତେକ ବ୍ୟକ୍ତି ଜୋର ଜବରଦସ୍ତ ଚିଙ୍ଗୁଡି ପୋଖରୀ କରିବା ସହିତ ଜମିକୁ ହଳକରି ଚାଷ କରିବା ଉଦ୍ଦେଶ୍ୟରେ ଅଧିକାର କରିଛନ୍ତି। ଯାହାଫଳରେ ଦଳିତ ସାହି ବାସିନ୍ଦାମାନେ ସେହି ଜମିରେ ଗୃହପାଳିତ ପଶୁମାନଙ୍କୁ ଚରାଇ ପାରୁନାହାଁନ୍ତି ଓ ଭୂଦାନଯଜ୍ଞ ସମିତି ଦ୍ୱାରା ପାଇଥିବା ଜମିର ଦଖଲ କରି ଚାଷ କରିପାରୁନାହାଁନ୍ତି। ଏହି ବ୍ୟକ୍ତିମାନଙ୍କର ବହୁ ଜମି ଥିବାବେଳେ ଭୂଦାନ ଓ ଅନାବାଦୀ ଗୋଚର ଜମିକୁ ଜୋର ଜବରଦସ୍ତ ଦଖଲ କରି ରଖିଛନ୍ତି। ଯାହାଫଳରେ ଏହି ଦଳିତ ଜାତିର ଲୋକମାନଙ୍କୁ ଜମିକୁ ଆସିବାକୁ ବାରଣ କରିବା ସହ ବିଭିନ୍ନ ସମୟରେ ଅଶ୍ଳୀଳ ଭାଷା କହି ଗାଳିଗୁଲଜ କରିବା ସହ ଧମକ ଦେଉଛନ୍ତି। ଜବରଦଖଲ ଉଚ୍ଛେଦ ବାବଦରେ ଦଳିତ ସାହି ବାସିନ୍ଦା ପୂର୍ବରୁ ପୂର୍ବତନ ଜିଲାପାଳ, ଆରକ୍ଷୀ ଅଧୀକ୍ଷକ, ବାସୁଦେବପୁର ତହସିଲଦାର ଓ ନାୟକାଣୀଡିହି ଥାନାରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିଲାନାହିଁ। ଏଣୁ ବାଧ୍ୟହୋଇ ଚାଷୀ ମୂଲିଆ ସଂଘର ନେତୃତ୍ୱରେ ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବାକୁ ବାଧ୍ୟ ହେଲୁ ବୋଲି ମାଳତୀ ଯେନା, ବାୟାଣୀ ଯେନା ଓ ରାଧା ଯେନା କହିଛନ୍ତି। ଏହି ଧାରଣାରେ ଅନ୍ୟମାନଙ୍କ ମଧ୍ୟରେ ଗୋବିନ୍ଦ ଯେନା, ସୁରେନ୍ଦ୍ର ଯେନା, ସୂର୍ଯ୍ୟମଣି ଯେନା, କପିଳ ଯେନା, ପ୍ରମିଳା ଯେନା, ଭଗବତୀ ଯେନା, ରଂଜିତା ଯେନା, ମାଳତୀ ଯେନା, ପାର୍ବତୀ ଯେନା ପ୍ରମୁଖ ସାମିଲ ଥିଲେ। ପରେ ଧାରଣାରତ ମହିଳା ଅତିରିକ୍ତ ଜିଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.