Home Coronavirus Outbreak ଭୁବନେଶ୍ବର: ୧୧୪୮ କରୋନା ଆକ୍ରାନ୍ତ ଚିହ୍ନଟ : କ୍ବାରେଣ୍ଟାଇନରୁ ୫୪ ଓ ସ୍ଥାନୀୟ ଅଞ୍ଚଳରୁ ୧୦୯୪...

ଭୁବନେଶ୍ବର: ୧୧୪୮ କରୋନା ଆକ୍ରାନ୍ତ ଚିହ୍ନଟ : କ୍ବାରେଣ୍ଟାଇନରୁ ୫୪ ଓ ସ୍ଥାନୀୟ ଅଞ୍ଚଳରୁ ୧୦୯୪ ଆକ୍ରାନ୍ତ ଚିହ୍ନଟ

41

ଭୁବନେଶ୍ୱର ୧୪ -୧ (ଓଡ଼ିଆ ପୁଅ) ରାଜ୍ୟରେ ବଢ଼ୁଛି କରୋନା ସଂକ୍ରମଣ। ଗତ କାଲିଠାରୁ ୧୦ ହଜାର ଉପରେ ରହୁଛି ଦୈନିକ ସଂକ୍ରମଣ। ତେବେ ଆଜି ଭୁବନେଶ୍ରରେ ୧୧୪୮ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ତେବେ କ୍ୱାରେଣ୍ଟାଇନରୁ ୫୪ ଓ ସ୍ଥାନୀୟ ଅଞ୍ଚଳରୁ ୧୦୯୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖଣ୍ଡଗିରିରୁ ୯୯, ନୟାପଲ୍ଲୀରୁ ୯୮, ପଟିଆରୁ ୯୫, ଚନ୍ଦ୍ରଶେଖରପୁରରୁ ୯୦, ଓଲ୍‌ଡଟାଉନ୍‌ରୁ ୮୮, ଝାରପଡ଼ାରୁ ୫୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଅପରପକ୍ଷରେ ସୁସ୍ଥ ହୋଇଛନ୍ତି ୨୦୮ ଜଣ କୋରୋନା ରୋଗୀ।

ମୋଟ ୧ ଲକ୍ଷ ୨୩ ହଜାର ୩୬୬ ସୁସ୍ଥ ହୋଇଥିବା ବେଳେ ୬,୪୯୨ ଚିକିତ୍ସାଧୀନ ଅଛନ୍ତି।

ଭୁବନେଶ୍ବରରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୩୦ ହଜାର ୯୮୨କୁ ବୃଦ୍ଧି ପାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.