Home Top News ଭାରତ ସରକାରଙ୍କ ପ୍ରଚେଷ୍ଟାରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ‘ଶୀତଳ ଷଷ୍ଠୀ’ ପର୍ବକୁ ଆଗକୁ ନେବାର...

ଭାରତ ସରକାରଙ୍କ ପ୍ରଚେଷ୍ଟାରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ‘ଶୀତଳ ଷଷ୍ଠୀ’ ପର୍ବକୁ ଆଗକୁ ନେବାର ପ୍ରଚେଷ୍ଟା କରାଯିବ-ଧର୍ମେନ୍ଦ୍ର ପ୍ରଧାନ

162

ସମ୍ବଲପୁରରେ ‘ଶୀତଳ ଷଷ୍ଠୀ’ ଯାତ୍ରାରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ

– ନନ୍ଦପଡ଼ା, ଝାଡ଼ୁଆପଡ଼ା, ମୁଦିପଡ଼ା ଏବଂ ଏବଂ ବାଲିବନ୍ଧାରେ ‘ଶୀତଳ ଷଷ୍ଠୀ’ ଯାତ୍ରାରେ ସାମିଲ ହେଲେ

ସମ୍ବଲପୁର, ଜୁନ ୦୫ (ଓଡ଼ିଆ ପୁଅ) – କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ସମ୍ବଲପୁରରେ ଶିବ-ପାର୍ବତୀ ଦେବଦମ୍ପତ୍ତିଙ୍କ ଅନନ୍ୟ ପରମ୍ପରାର ପର୍ବ ‘ଶୀତଳ ଷଷ୍ଠୀ’ ଯାତ୍ରାରେ ସାମିଲ ହୋଇଛନ୍ତି।

ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ସମ୍ବଲପୁରରେ ଶୀତଳ ଷଷ୍ଠୀ ଉତ୍ସବର ମହାନ୍ ପରମ୍ପରାରେ ସାମିଲ ହୋଇ ନିଜକୁ ସୌଭାଗ୍ୟଶାଳୀ ମନେ କରୁଛି। ଭକ୍ତମାନେ ଆଜି ମହାଦେବ ଓ ମାତା ପାର୍ବତୀଙ୍କ ଯୁଗଳ ମୂର୍ତ୍ତି ଦର୍ଶନ କରୁଛନ୍ତି। ଭାଗ୍ୟରେ ଥିଲେ ଏହି ପର୍ବ ଦେଖିବାକୁ ମିଳିଥାଏ। ଆଗାମୀ ଦିନରେ ଭାରତ ସରକାରଙ୍କ ପ୍ରଚେଷ୍ଟାରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ‘ଶୀତଳ ଷଷ୍ଠୀ’ ପର୍ବକୁ ଆଗକୁ ନେବାର ପ୍ରଚେଷ୍ଟା କରାଯିବ ବୋଲି ସେ କହିଛନ୍ତି।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ନନ୍ଦପଡ଼ା, ଝାଡ଼ୁଆପଡ଼ା, ମୁଦିପଡ଼ା ଏବଂ ଏବଂ ବାଲିବନ୍ଧାରେ ‘ଶୀତଳ ଷଷ୍ଠୀ’ ଯାତ୍ରାରେ ସାମିଲ ହୋଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.