Home ଜିଲ୍ଲା ପରିକ୍ରମା ଭଦ୍ରକ : +୨ ବିଜ୍ଞାନ ପରୀକ୍ଷା ଫଳ : କ୍ରମାଗତ ନବମଥର ପାଇଁ ବିନାୟକ କଲେଜ...

ଭଦ୍ରକ : +୨ ବିଜ୍ଞାନ ପରୀକ୍ଷା ଫଳ : କ୍ରମାଗତ ନବମଥର ପାଇଁ ବିନାୟକ କଲେଜ ଶୀର୍ଷରେ

516

ଭଦ୍ରକ, ୪ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ +୨ ବିଜ୍ଞାନ ବିଭାଗର ପରୀକ୍ଷା ଫଳ ପ୍ରକାଶ ପାଇଛି। ତେବେ ଚଳିତ ବର୍ଷ ବିଭିନ୍ନ କାରଣରୁ +୨ ବିଜ୍ଞାନ ପରୀକ୍ଷା ଫଳ ନୈରାଶ୍ୟ ଜନକ ହୋଇଥିବାବେଳେ କ୍ରମାଗତ ନବମଥର ପାଇଁ ପ୍ରମୁଖ ଅବାସିକ ମହାବିଦ୍ୟାଳୟ “ବିନାୟକ ରେସିଡେସନ୍ସିଆଲ ହାୟର ସେକେଣ୍ଡାରି ସ୍କୁଲ, ଭଦ୍ରକ” ଆଶାତିତ ସଫଳତା ହାସଲ କରିଛି। ଜିଲ୍ଲାର ମୋଟ ୧୨ଟି ଆବାସିକ ମହାବିଦ୍ୟାଳୟ ମଧ୍ୟରୁ ଏହି କଲେଜ ସଫଳତାର ଶୀର୍ଷରେ ରହିଥିବା ଜଣାପଡିଛି। କଲେଜ ଅଧ୍ୟକ୍ଷ ପ୍ରଭାତ ପ୍ରଭାକର ପାଢ଼ୀଙ୍କ ସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ ଏହି ମହାବିଦ୍ୟାଳୟର ମୋଟ ୨୬୫ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବାବେଳେ ସେମାନଙ୍କ ମଧ୍ୟରୁ ୬୭ଜଣ ପ୍ରଥମ ଶ୍ରେଣୀ, ୧୧୯ଜଣ ଦ୍ୱିତୀୟ ଓ ୫୫ଜଣ ତୃତୀୟ ଶ୍ରେଣୀରେ ଉତୀନ୍ନ ହୋଇଛନ୍ତି। ମହାବିଦ୍ୟାଳୟର ପାସହାର ୯୧ପ୍ରତିଶତ ଥିବା ଜଣାପଡିଛି। ଏହି ମହାବିଦ୍ୟାଳୟର ଛାତ୍ର ଅଭିଜିତ୍ ସାହୁ ସର୍ବଧିକ ୪୯୫ନମ୍ବର ନମ୍ବର ରଖି ପ୍ରଥମସ୍ଥାନ ଅଧିକାର କରିଥିବା ଜଣାପଡିଛି। ଏହାକୁ ଭଦ୍ରକ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି। କଲେଜର ସୁପରିଚାଳନା, ସଂଗଠିତ ଅଧ୍ୟୟନ ପଦ୍ଧତି ଓ ସ୍ୱାସ୍ଥକର ଖାଦ୍ୟ ପରିବେଶ ଏହି ଅଂଚଳର ଭଲ ଭଲ ଛାତ୍ରମାନଙ୍କୁ ଅଧ୍ୟୟନ ପାଇଁ ଆକୃଷ୍ଟ କରିଅଛି। ନିର୍ଦ୍ଦେଶକ ମନୋଜ କୁମାର ପାଢ଼ୀ ଓ ଜୀବନାନନ୍ଦ ପାଣିଗ୍ରାହୀ ଛାତ୍ରଛାତ୍ରୀମାନଙ୍କର ଅଧ୍ୟୟନରେ ସଂପୂର୍ଣ୍ଣ ଧ୍ୟାନ ଦେଇଥିବାରୁ ଆଜି ଭଦ୍ରକ ଜିଲ୍ଲାରେ ଆବାସିକ ମହାବିଦ୍ୟାଳୟ ମଧ୍ୟରୁ ଭଦ୍ରକରେ ୧ନଂ. ଆବାସିକ ମହାବିଦ୍ୟାଳୟ ଭାବେ ସ୍ଥାନ ପାଇଛନ୍ତି। ଏଥିପାଇଁ ଉଭୟ ନିର୍ଦ୍ଦେଶକ ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ଆଗାମୀ ଦିନରେ ଏହି ମହାବିଦ୍ୟାଳୟ ଅଭିଭାବକ ମାନଙ୍କର ସଂପୂର୍ଣ୍ଣ ଆଶାକୁ ପୂରଣ କରିବାପାଇଁ ପ୍ରତିଜ୍ଞାବଦ୍ଧ ହୋଇଛନ୍ତି। ଏହି ବର୍ଷଠାରୁ ଉକ୍ତ ମହାବିଦ୍ୟାଳୟ ନିଜର ନିଜସ୍ୱ କ୍ୟାମ୍ପସରେ ଶିକ୍ଷା ପ୍ରଦାନ କରୁଅଛି ଯାହାକି ଅନ୍ୟ ଆବାସିକ ମହାବିଦ୍ୟାଳୟ ଠାରୁ ସଂପୂର୍ଣ୍ଣ ଐକିକ ଅଟେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.