Home ଜିଲ୍ଲା ପରିକ୍ରମା ଭଦ୍ରକ ରୋଟାରୀ କ୍ଲବ୍ ପକ୍ଷରୁ ପହଲଗାମ ଆତଙ୍କୀ ଆକ୍ରମଣରେ ମୃତ ବ୍ୟକ୍ତିଙ୍କ ପାଇଁ କ୍ୟାଣ୍ଡେଲ ଶୋଭାଯାତ୍ରା

ଭଦ୍ରକ ରୋଟାରୀ କ୍ଲବ୍ ପକ୍ଷରୁ ପହଲଗାମ ଆତଙ୍କୀ ଆକ୍ରମଣରେ ମୃତ ବ୍ୟକ୍ତିଙ୍କ ପାଇଁ କ୍ୟାଣ୍ଡେଲ ଶୋଭାଯାତ୍ରା

45

ଭଦ୍ରକ, ୨୩ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -୨୦୧୯ ପୁଲୱାମା ଆକ୍ରମଣରେ ୪୭ ଜଣ ସିଆରପିଏଫ୍ ଯବାନ ପ୍ରାଣ ହରାଇବା ଘଟଣାରେ ଜାମ୍ମୁକାଶ୍ମୀର ରୁ ଧାରା ୩୭୦ ଉଚ୍ଛେଦ ପରେ ପ୍ରଥମଥର ପାଇଁ ଗତକାଲି ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଇବା ଅନନ୍ତନାଗ ଜିଲାର ପହଲଗାମ ଠାରେ ୨୬ ଜଣ ପର୍ଯ୍ୟଟକଙ୍କୁ ଗୁଳିକରି ନୃସିଂହ ଭାବେ ହତ୍ୟା କରିଛନ୍ତି । ଏମାନଙ୍କ ମଧ୍ୟରେ ଦୁଇଜଣ ବିଦେଶୀ, ଦୁଇଜଣ ସ୍ଥାନୀୟ ଲୋକ ଥିବାବେଳେ ଆମ ଓଡ଼ିଶାର ବାଲେଶ୍ୱର ଜିଲା ରେମୁଣା ବ୍ଲକ୍ ଅଧୀନସ୍ଥ ଲସାଣି ଅଂଚଳର ପ୍ରଶାନ୍ତ ଶତପଥୀ ରହିଛନ୍ତି । ତେବେ ଏହି ଜଘନ୍ୟ ଆକ୍ରମଣକୁ ଦୃଢ ନିନ୍ଦା କରି ମୃତ୍ୟୁବରଣ କରିଥିବା ଅମର ଆତ୍ମାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇ ଆଜି ଭଦ୍ରକ ରୋଟାରୀ କ୍ଲବ୍ ପକ୍ଷରୁ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି । ଏଥି ଉପଲକ୍ଷେ ଆଜି ସନ୍ଧ୍ୟା ୭ ଟା ସମୟରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରୁ ଏହି ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା । ଏଥିରେ ରୋଟାରୀ ଗଭର୍ଣ୍ଣର ରୋଟରିଆନ ଇନ୍ଦ୍ରଜିତ ସାହୁ, ରୋଟାରୀ କ୍ଳବ୍ ସଭାପତି ରୋ.ସନ୍ତୋଷ କୁମାର ନାୟକ, ଚେୟାରମେନ ରୋ.ଆମ୍ବିକ ବଲ୍ଲଭ ସ୍ୱାଇଁ, ରୋ.ବସନ୍ତ ପାଣିଗ୍ରାହୀ ,ମଙ୍ଗିଲାଲ ବଳଦେବା,ପ୍ରମୋଦ ଜେନା,ଉମାକାନ୍ତ ଜେନା,ପ୍ରଣବ କୁମାର ସାହୁ, ବାଦଲ ମହାପାତ୍ର, ସୈଳେନ୍ଦ୍ର ପାଢ଼ୀ,ଭାସ୍କର ପାଢ଼ୀ,ଗୟାଧର ପଣ୍ଡା,ବୈରାଗୀ ଧଳ,ଶଶିଶେଖର କରଶର୍ମା,ସୀତାକାନ୍ତ ଦାସ, କମଳାକାନ୍ତ ବେହେରା,ନାସିର ବକ୍ସ,ପୂର୍ଣ୍ଣ ଚନ୍ଦ୍ର ସାହୁ,ବିଜୟ ସାହୁ,ଶାନ୍ତି ସ୍ୱରୂପ ମିଶ୍ର,ନାସିର ବକ୍ସ, ଅଜିତ ଦାସ, ବିଜୟ ସାହୁ,ଶ୍ରୀକାନ୍ତ ବେହେରା, କାନ୍‌ହୁ ସ୍ୱାଇଁ ,ପୂର୍ଣ୍ଣଚନ୍ଦ୍ର ସାହୁ, ପ୍ରଶାନ୍ତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.