Home ଜିଲ୍ଲା ପରିକ୍ରମା ଭଦ୍ରକ ବ୍ଲକ୍ ସିଡିପିଓ ଅଫିସ୍ ମହିଳା ସୁପରଭାଇଜରଙ୍କ ଘରେ ଭିଜିଲାନ୍ସ ଚଢାଉ

ଭଦ୍ରକ ବ୍ଲକ୍ ସିଡିପିଓ ଅଫିସ୍ ମହିଳା ସୁପରଭାଇଜରଙ୍କ ଘରେ ଭିଜିଲାନ୍ସ ଚଢାଉ

25

ଭଦ୍ରକ, ୨୪ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚାକିରୀ ମହିଳା ସୁପରଭାଇଜର । କିନ୍ତୁ ସଂପତ୍ତି କୋଟି କୋଟି ଟଙ୍କାର । ୫ ତାଲା ବିଲ୍‌ଡିଂ ସାଙ୍ଗକୁ ରହିଛି ବଡ ମାର୍କେଟ୍ କମ୍ଲେକ୍ସ । ଏଭଳି ଜଣେ ମହିଳା ସୁପରଭାଇଜର ଜଣକ ହେଉଛନ୍ତି ଭଦ୍ରକ ବ୍ଲକ୍‌ର ସିଡିପିଓଙ୍କ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା ମଲ୍ଲିଲତା ଦାସ । ଯାହାର ଆରଡିଛକ ଓ ଆମ୍ବରୋଳିସ୍ଥିତ ବାସଭବନ ସମେତ ୪ଟି ସ୍ଥାନରେ ଆଜି ଚଢାଉ କରିଛି ଭିଜିଲାନ୍ସ ଟିମ୍ । ୨ଜଣ ଡିଏସ୍‌ପି ଓ ୭ ଜଣ ଇନ୍ସିପେକ୍ଟରଙ୍କ ସମେତ ୪ଟି ଟିମ୍ ଚଢାଉ କରିଛି ବିଭିନ୍ନ ସ୍ଥାନରେ । ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଏହି ଚଢାଉ କରାଯାଇଛି । ବିଲ୍‌ଡିଂ ଓ କମ୍ଲେକ୍ସ ବ୍ୟତୀତ ମଲ୍ଲିଲତାଙ୍କର ଗୋଟିଏ ଚାରି ଚକିଆ ବି ଅଛି । ତେବେ ଚଢାଉ ପରେ କେତେ ଟଙ୍କାର ମାଲିକାଣି ବୋଲି ଜଣାପଡିବେ ମଲ୍ଲିଲତା । ତେବେ ଏଠାରେ ପ୍ରଶ୍ନ ଉଠେ ଯେ ଏତେ ଟଙ୍କାର ମାଲିକାଣୀ ହେଲେ କେମିତି, ତାଙ୍କ ସ୍ୱାମୀ କଣ କରନ୍ତି । ଆଉ ଏତେ ସଂପତ୍ତିର ମାଲିକାଣୀ ହେବା ପଛରେ କଣ ଭୂମିକା ରହିଛି । ଯଦି ସ୍ୱାମୀଙ୍କ ସଂପତ୍ତିରେ ସବୁକିଛି, ତେବେ ଏହି ଭିଜିଲାନ୍ସ ତାକୁ ତଦନ୍ତ ପରିସରଭୁକ୍ତ କରିବ କି! ତେବେ ଏଭଳି ଅନେକ ଅସମାହିତ ପ୍ରଶ୍ନ ଉପରେ ଭିଜିଲାନ୍ସ ଗୁରୁତ୍ୱ ଦେଇପାରେ । ତେବେ ଏହି ଚଢାଉକୁ ନେଇ ତାଙ୍କ ସ୍ୱାମୀ ତଥା କଂଗ୍ରେସର ଧାମନଗର ବିଧାୟକ ପ୍ରାର୍ଥୀ ବିଦ୍ୟାଧର ଜେନା ଏହା ଏକ ରାଜନୈତିକ ଉଦ୍ଦେଶ୍ୟ ମୂଳକ ଭାବେ କରାଯାଇଛି ବୋଲି ଗଣମାଧ୍ୟମକୁ କହିବା ସହ ତାଙ୍କ ବ୍ୟବସାୟିକ ଫାର୍ମକୁ ଯେଭଳି ଭାବେ ଜିଏସ୍‌ଟି ଓ ଭିଜିଲାନ୍ସ ଚଢାଉ କରାଯାଉଛି, ସେଥିରେ ବେଆଇନ୍ ଭାବେ ଛୁଞ୍ôଚଟିଏ ମଧ୍ୟ ବାହାର କରିପାରିବେ ନାହିଁ ବୋଲି ଦୃଢତାର ସହ କହିଛନ୍ତି । ଏହା ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ଚକ୍ରାନ୍ତ ବୋଲି ସେ କହିବା ସହ ସେ ତାହାକୁ ସଂପୂର୍ଣ୍ଣ ଭାବେ ସାମ୍ନା କରିବାକୁ ପ୍ରସ୍ତୁତ ବୋଲି କହିଛନ୍ତି । ରିପୋର୍ଟ ଲେଖାହେବା ବେଳକୁ ଭିଜିଲାନ୍ସ ଟିମ୍ ପକ୍ଷରୁ ୫ ତାଲା ବିଲ୍‌ଡିଂ, ୪ ତାଲା ମାର୍କେଟ୍ କମ୍ଲେକ୍ସ, ସାମରାଇପୁରର ୩ ଟି ପ୍ଲଟ୍‌( ଭ୍ରଦକ ଟାଉନ୍‌ରେ), ଗୋଟିଏ ଚାରି ଚକିଆ, ଗୋଟିଏ ଅଟୋ, ଦୁଇଟି ବାଇକ୍‌, ୪ ତାଲା ମାର୍କେଟ୍ କମ୍ପେ୍ଲକ୍ସର ଥିବା ସାମଗ୍ରୀର ମୂଲ୍ୟ ୧ କୋଟି ୧୩ ଲକ୍ଷ, ବ୍ୟାଙ୍କ ଡିପୋଜିଟ୍ ୧ ଲକ୍ଷ ୯୬ ହଜାର, ଇନ୍ସ୍ୟୁରାନ୍ସ ଡିପୋଜିଟ୍ ୧ ଲକ୍ଷ ୮୩ ଲକ୍ଷ ଏବଂ ସ୍ଥାବର ଓ ଅସ୍ଥାବର ସଂପତ୍ତି ମିଶି ମୋଟ ୨ କୋଟି ୬୩ ଲକ୍ଷ ର ସଂପତ୍ତି ତାଲିକା ନଜରକୁ ଆସିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.