Home ଜିଲ୍ଲା ପରିକ୍ରମା ଭଦ୍ରକ ବିଜେପିର ସାମ୍ବାଦିକ ସମ୍ମିଳନୀ, ଯୋଜନା କେନ୍ଦ୍ର ସରକାରଙ୍କ, ନାଁ ନେଉଛି ରାଜ୍ୟ ସରକାର

ଭଦ୍ରକ ବିଜେପିର ସାମ୍ବାଦିକ ସମ୍ମିଳନୀ, ଯୋଜନା କେନ୍ଦ୍ର ସରକାରଙ୍କ, ନାଁ ନେଉଛି ରାଜ୍ୟ ସରକାର

15

ଭଦ୍ରକ, ୧୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟ ସରକାରଙ୍କ ବ୍ୟଭିଚାର ଓ ଭ୍ରଷ୍ଟାଚାର ବିରୁଦ୍ଧରେ ବିଜେପିର ବ୍ଲକ୍ ଘେରାଉ କରାଯିବା ନେଇ ଆଜି ଭଦ୍ରକ ଜିଲା ବିଜେପି କାର୍ଯ୍ୟାଳୟ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଜିଲା ସଭାପତି ହେମନ୍ତ ପାଢୀ ଅଧ୍ୟକ୍ଷତା କରି ଓଡ଼ିଶାରେ ବର୍ଷକୁ ୧ ଲକ୍ଷ କୋଟି ଟଙ୍କାର ଦୁର୍ନୀତି ହେଉଥିବାବେଳେ ଗ୍ରାମସଭା ହେଉନାହିଁ ଓ ପଂଚାୟତରେ ସରପଞ୍ଚ, ସମିତିସଭ୍ୟ ମାନଙ୍କର କ୍ଷମତାକୁ ମଧ୍ୟ ହଡପ କରିନିଆଯାଇଛି ବୋଲି ସୂଚନା ଦେଇଥିଲେ । ଏବଂ ପଂଚାୟତରୁ ସଚ୍ଚିବାଳୟ ପର୍ଯ୍ୟନ୍ତ ସବୁଠି ଖୋଲମଖୋଲା ଦୁର୍ନୀତି ଓ ପିସି କାରବାର ଚାଲିଛି ବୋଲି ସେ ଗଣମାଧ୍ୟମଙ୍କୁ କହିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଭଦ୍ରକ ବିଧାନସଭା ନେତା ଡାକ୍ତର ପ୍ରଦୀପ ନାୟକ, ଜିଲା ଉପସଭାପତି ଶ୍ରୀହର୍ଷ ସ୍ୱାଇଁ, ମହିଳା ମୋର୍ଚ୍ଚାର ଜିଲା ସଭାନେତ୍ରୀ କଳ୍ପନା ଜେନା, ମହିଳା ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ମନସ୍ମିତା ଖୁଣ୍ଟିଆ, ଶଶିକାନ୍ତ ବିଶ୍ୱାଳ ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ଦାଶଙ୍କ ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

ଜିଲାରେ ଚଳିତମାସ ସମସ୍ତ ବ୍ଲକ୍ ଘେରାଉ କରାଯିବା ନେଇ ଉପସ୍ଥିତ ନେତୃବୃନ୍ଦମାନେ ସୂଚନା ଦେଇଥିଲେ । ବିଗତ ୨୩ ବର୍ଷ ମଧ୍ୟରେ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୁଗାନ୍ତକାରୀ ଯୋଜନାକୁ ହଡପ କରି ନିଜ ନାମରେ କରାଉଛନ୍ତି । ଅନୁରୂପ ରାଜ୍ୟରେ ଅନେକ ଗରିବ ଚାଷୀଙ୍କୁ ଭତ୍ତା ଓ ଆବାସ ଯୋଜନାରେ ଘର ପାଇବା ଦିଗରେ କେନ୍ଦ୍ର ସରକାରଙ୍କ ସମସ୍ତ ଯୋଜନାରେ ସାମିଲ ନକରି ରାଜ୍ୟ ସରକାର ଏହିଭଳି ଗରିବ ଲୋକଙ୍କ ଠାରୁ ୫୦ ପ୍ରତିଶତ ପିସି ନେଉଛନ୍ତି ବୋଲି ଶ୍ରୀ ପାଢୀ ଅଭିଯୋଗ କରିଥିଲେ । ଭଦ୍ରକ ଜିଲାରେ ମଧ୍ୟ ଅନେକ ହିତାଧିକାରୀ ପିସି ଦେଇନପାରିବାରୁ ଆବାସ ଯୋଜନାରୁ ବଂଚିତ ହୋଇଛନ୍ତି । ଏହି ଜିଲାରେ ନିଶା କାରବାର ବୃଦ୍ଧି ପାଉଥିବାବେଳେ ମହିଳା ବିରୋଧୀ ହିଂସା କ୍ରମଶଃ ବଢିବାରେ ଲାଗିଛି । ରାଜ୍ୟ ସରକାରଙ୍କର ଅପାରଗ ପଣିଆର ଏହା ଏକ ଜ୍ୱଳନ୍ତ ନମୁନା ହୋଇଥିବାବେଳେ ଏହାକୁ ନେଇ ବିଜେପି ଦଳ ପକ୍ଷରୁ ବ୍ଲକ୍ ଘେରାଉ କାର୍ଯ୍ୟକ୍ରମ ହେବ ବୋଲି ଶ୍ରୀ ପାଢୀଙ୍କ ସମେତ ଅନ୍ୟ ବକ୍ତାମାନେ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.