Home ଜିଲ୍ଲା ପରିକ୍ରମା ଭଦ୍ରକ ପଲ୍ଲିଟେକ୍‌ନିକ୍‌ରେ ସଚେତନତା କାର୍ଯ୍ୟକ୍ରମ

ଭଦ୍ରକ ପଲ୍ଲିଟେକ୍‌ନିକ୍‌ରେ ସଚେତନତା କାର୍ଯ୍ୟକ୍ରମ

18

ଭଦ୍ରକ, ୭ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ରାନ୍ଦିଆ ତେନ୍ତୁଲିଗଢିଆ ସ୍ଥିତ ପଲ୍ଲିଟେକ୍‌ନିକ୍ ପକ୍ଷରୁ ନୁଆ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅର୍ନ୍ତଗତ ସଚେତନତା କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ଶରତ କୁମାର ରାଉତଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବାଲ୍ୟ ବିବାହ, ନାରି ଶିକ୍ଷା, ନିଶା ନିବାରଣ ଏବଂ ସଡ଼କ ସୁରକ୍ଷା ନେଇ ଶତାଧିକ ଛାତ୍ର ଛାତ୍ରୀ ହାତରେ ବ୍ୟାନର ଓ ପ୍ଲାକାର୍ଡ ଧରି ବିଭିନ୍ନ ସ୍ଲୋଗାନ ଦେଇ ସହର ପରିକ୍ରମା କରିଥିଲେ । ଭଦ୍ରକ ଅପର୍ତ୍ତିବିନ୍ଧା ଛକ ଠାରୁ ବାହାରି ଏହି ଶୋଭାଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିବା ପରେ ଉପସ୍ଥିତ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା । ଅତିରିକ୍ତ ଜିଲ୍ଲାପାଳ ମନୋରମା ଜାଲି ଉପସ୍ଥିତ ରହି ବାଲ୍ୟ ବିବାହ ଆମ ସମାଜ ପାଇଁ ଏକ କଳଙ୍କ ବୋଲି କହିଥିବା ବେଳେ ନାରି ଶିକ୍ଷାର ଉନ୍ନତି ହେଲେ ଦେଶର ଦୃତ ବିକାଶ ସମ୍ଭବ । ଏଥିସହ ନିଶା ସେବନ କରି ବିଶେଷ କରି ଯୁବ ପିଢି ବର୍ତ୍ତମାନ ସମୟରେ ଲକ୍ଷ୍ୟଭ୍ରଷ୍ଟ ହେଉଥିବା ବେଳେ ଦୁର୍ଘଟଣାରୁ ବର୍ତ୍ତିବା ପାଇଁ ଧିରେ ଗାଡ଼ି ଚଳାଇବା, ଟ୍ରାଫିକ୍ ନିୟମ ମାନିବା, ସର୍ବଦା ହେଲ୍‌ମେଣ୍ଟ ପିନ୍ଧିବା ଉପରେ ଗୁରୁତ୍ୱାରୋପ କରିଥିଲେ । କାର୍ଯ୍ୟକ୍ରମରେ ବରିଷ୍ଠ ଅଧ୍ୟାପକ ଲକ୍ଷ୍ମୀଧର ସେଠୀ, ରଶ୍ମୀ ରଞ୍ଜନ ବେହେରା, ସାନ୍ତନୁ କୁମାର ଦତ୍ତ, ତୃପ୍ତି ରଞ୍ଜନ ମିଶ୍ର, କର୍ମଚାରୀ ଜଗନ୍ନାଥ ନାୟକ, ସାନ୍ତନୁ ଦାସ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ଏଥିରେ ଶତାଧିକ ଛାତ୍ର ଛାତ୍ରୀ ଭାଗ ନେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.