Home ଜିଲ୍ଲା ପରିକ୍ରମା ଭଦ୍ରକ-କରଞ୍ଜିଆ ରାସ୍ତାକୁ ୪ ଲୋନ୍ କରିବା ଦାବିରେ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ପଞ୍ଚାନନ

ଭଦ୍ରକ-କରଞ୍ଜିଆ ରାସ୍ତାକୁ ୪ ଲୋନ୍ କରିବା ଦାବିରେ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ପଞ୍ଚାନନ

37

ଭଦ୍ରକ, ୨୨ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ-କରଞ୍ଜିଆ ରାସ୍ତାକୁ ୪ ଲୋନ୍ କରିବା ଦାବିରେ କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ରାଜ୍ୟ ବିଜେପିର ବରିଷ୍ଠ ନେତା ପୂର୍ବତନ ସଂଗଠନ ମନ୍ତ୍ରୀ ପଂଚାନନ ରାଉତ ସାକ୍ଷାତ୍ କରି ଏକ ଦାବିପତ୍ର ଦେଇଛନ୍ତି । ଏବଂ ଖୁବଶୀଘ୍ର ଏହି ରାସ୍ତା ପାଇଁ ସର୍ଭେ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ଗଡକରୀ ପ୍ରତିଶ୍ରୁତି ଦେଇଥିବାର ଜଣାପଡିଛି । ଏହି ରାସ୍ତା ନିର୍ମାଣ ହେଲେ ଗମନାଗମନ ସୁବିଧା ଓ ସରଳ ହେବ ବୋଲି ଜଣାପଡିଛି । ପୂର୍ବରୁ ମଧ୍ୟ ଶ୍ରୀ ରାଉତ ସଡକ ପରିବହନ ବିଭାଗ ଅଧୀନ ଭଣ୍ଡାରିପୋଖରୀ ବ୍ଲକ୍‌ରେ ଥିବା ବିଷ୍ଣୁପୁର ଗଳାପୋଲ ଓ ପାହିମହୁରା ଫୁଟ୍ ଓଭରବ୍ରିଜ୍ ମନ୍ତ୍ରୀ ଶ୍ରୀ ଗଡକରୀଙ୍କୁ ଜଣାଇବା ପରେ ତାଙ୍କରି ପ୍ରଚେଷ୍ଟାରେ ସମ୍ଭବ ହୋଇଛି ବୋଲି ଗଣମାଧ୍ୟମକୁ କହିଛନ୍ତି । କ୍ଷମତାରେ ନଥାଇ ମଧ୍ୟ ତାଙ୍କର ଏଭଳି ପ୍ରଚେଷ୍ଠାକୁ ସ୍ଥାନୀୟ ଜନସାଧାରଣ ଭୂୟସୀ ପ୍ରଶଂସା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.