Home ଜିଲ୍ଲା ପରିକ୍ରମା ଭଦ୍ରକର ଐତିହାସିକ କାଳୀପୂଜା ଆରମ୍ଭ, ପଥରକାଳୀ ଓ ହାଇସ୍କୁଲ ରୋଡ୍ କାଳୀଙ୍କ ମେଢ ଓ ତୋରଣ...

ଭଦ୍ରକର ଐତିହାସିକ କାଳୀପୂଜା ଆରମ୍ଭ, ପଥରକାଳୀ ଓ ହାଇସ୍କୁଲ ରୋଡ୍ କାଳୀଙ୍କ ମେଢ ଓ ତୋରଣ ବେଶ୍ ଆକର୍ଷଣୀୟ

24

ଭଦ୍ରକ, ୧ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶା ପ୍ରସିଦ୍ଧ ଭଦ୍ରକର ଏହି କାଳୀପୂଜା ପାଇଁ ମା’ ଭଦ୍ରକାଳୀ ପୀଠ ସମେତ ଚରମ୍ପାଠାରେ ଆୟୋଜିତ (ଲୋକସେଡ଼କ) ପଥରକାଳୀ ଏବଂ ପିଡ଼ବ୍ଲ୍ୟୁଆଇ ପୂଜା କମିଟି, ଟ୍ରାଫିକ୍ ଛକ ପୂଜା କମିଟି, ହାଇସ୍କୁଲ ରୋଡ୍ ପୂଜା କମିଟି, ଏରେଇଁ ସ୍ଥିତ କାଳୀପୂଜା କମିଟି ସମେତ ଦକ୍ଷିଣେଶ୍ୱର କାଳୀ,ପୁରୁଣାବଜାର କାଳୀ, ସନ୍ଥିଆ କାଳୀ ଏବଂ ୧୨ ବର୍ଷ ହେବ ନୂତନ ଭାବେ । ଡ଼ଗରା ସାହି , କାଉଡିଆ ସଂଘ କାଳୀ କମିଟି ଦ୍ୱାରା ପୂଜା ପାଇବାକୁ ଥିବା ମୃଣ୍ମୟୀ ପ୍ରତିମା ଓ ୭ ବର୍ଷ ହେବ ଆରମ୍ଭ ହୋଇଥିବା ଚରମ୍ପାର ପାଟଣାସାହି କାଳୀକୁ ମିଶାଇ ମୋଟ ୧୩ ସ୍ଥାନରେ ମା’ଙ୍କ ପୂଜା ଆରାଧନା ପାରମ୍ପରିକ ରିତୀରେ ବେଶ୍ ଉତ୍ସାହର ସହ ଆଗେଇ ଚାଲିଛି। ପ୍ରତି ପୂଜାକମିଟିର ଖର୍ଚ୍ଚ ଏକ ଲକ୍ଷରୁ ଆରମ୍ଭ ହୋଇ ଆଠଲକ୍ଷ ମଧ୍ୟରେ ସୀମିତ ରହିବ ବୋଲି କମିଟିର ସଦସ୍ୟମାନେ କହିଛନ୍ତି। ଏଠାରେ ପ୍ରଥମେ ଜନୈକ ଦକ୍ଷିଣ ଭାରତୀୟ ରେଳ କର୍ମଚାରୀ ଅନ୍ୟ କର୍ମଚାରୀଙ୍କ ସହଯୋଗରେ କଲକତାରୁ ମା’ କାଳୀଙ୍କର ଏକ ପଥର ପ୍ରତିମା ଆଣି ପୁରୁଣା ଷ୍ଟେସନ ବଜାରଠାରେ ପୂଜା ଆରମ୍ଭ କରିଥିଲେ। ଯାହା ଏବେ ପଥରକାଳୀ (ଲୋକ ସେଡ଼୍ କାଳୀ) ନାମରେ ପୂଜା ପାଉଛନ୍ତି। ଏହାପରେ ପରେ ଆରମ୍ଭ ହୋଇଥିଲା ଅନ୍ୟ ପୂଜା କମିଟିର ପୂଜୋତ୍ସବ। ପଥରକାଳୀ (ଲୋକ ସେଡ଼୍ କାଳୀ) ପୂଜାର ଇତିହାସ ଚଳିତବର୍ଷ ୯୯ବର୍ଷରେ ପହଂଚିଛି। ଏହା ଷ୍ଟେସନ ଅଂଚଳର ପ୍ରଥମ ପ୍ରତିଷ୍ଠିତ ପଥର ତିଆରି କାଳୀ ହୋଇଥିବାରୁ ପ୍ରତିବର୍ଷ ସ୍ଥାୟୀ ପ୍ରତିମା ଷୋଡଶ ଉପଚାରରେ ପୂଜା ପାଇଥାଏ। ଅନ୍ୟ କମିଟି ଭଳି ଏହାର ମୂଳ ମା’କାଳୀଙ୍କ ମୂର୍ତୀ ନିର୍ମାଣ ହୋଇନଥାଏ। କିନ୍ତୁ ବାରୁଆଳୀ ଓ ପାଶ୍ୱର୍ ମେଢ଼ ନିର୍ମାଣ ହୋଇଥାଏ।

ଚଳିତବର୍ଷ ଏହି ପୂଜା ପାଇଁ ପ୍ରାୟ ୭/ ୮ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି ବୋଲି କମିଟିର ସଭାପତି ଓ ସଂପାଦକଙ୍କ ପକ୍ଷରୁ ସୂଚନା ମିଳିଛି। ଏଥିରେ ବିଶେଷ ଆକର୍ଷଣ ହୋଇଥିଲା ପାଶ୍ୱର୍ ମେଢ। ପୌରାଣିକ କଥା ବସ୍ତୁ ସହ ଶିକ୍ଷଣୀୟ ଓଡିଆ ଭାଷା ପାଇଁ ମେଢଗୁଡିକ ନିର୍ମିତ ହୋଇଥିଲା। ସେହିଭଳି ହାଇସ୍କୁଲ ରୋଡ୍ କାଳୀ ଚଳିତବର୍ଷକୁ ମିଶାଇ ଏହି ପୂଜାର ଇତିହାସ ୫୫ବର୍ଷର। ଏହାର ମେଢ, ତୋରଣ ଓ ପାଶ୍ୱର୍ ମେଢଗୁଡିକ ମଧ୍ୟ ବେଶ୍ ଆକର୍ଷଣୀୟ ହୋଇଥିଲା। ଯାହାକି ଲୋକଙ୍କ ମନକୁ ବେଶ୍ ଛୁଇଁଥିଲା। ଏହି ହାଇସ୍କୁଲ ରୋଡ୍ କାଳୀ ପୂଜାର ପ୍ରାୟ ୯/୧୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା କଥା କମିଟିର ସଭାପତି ଓ ସଂପାଦକ କହିଛନ୍ତି। ଏହି ଐତିହାସିକ କାଳୀପୂଜା ଭଦ୍ରକରେ ୯ ଦିନ ଅନୁଷ୍ଠିତ ହେଉଥିବାବେଳେ ଏହାର ଭସାଣି ଉତ୍ସବା ୮ ତାରିଖରେ ଅନୁଷ୍ଠିତର ହେବାର ପ୍ରଶାସନିକ ସୂଚନା ରହିଛି। ଚରମ୍ପାର ଏହି କାଳୀପୂଜାରେ ଓଡ଼ିଶାର ବହୁ ନାମୀଦାମୀ ଅପେରା ପାର୍ଟି ଦର୍ଶକଙ୍କ ମନ ମୋହୁଥିବାବେଳେ ବାହାର ରାଜ୍ୟରୁ ଆସିଥିବା ମୀନାବଜାର, ରାମଦୋଳି, ବ୍ରେକ୍‌ଡ୍ରାନ୍ସ ଏବଂ ବହୁ ଘରକରଣା ସାମଗ୍ରୀର ବିପ୍ପଣୀ ବିଶେଷଭାବେ ମହିଳାଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଜିଲା ପୁଲିସ୍ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ସହ ସିସିଟିଭି କ୍ୟାମେରା ପକେଟମାର, ଚୋରି ଓ ଛିନ୍‌ତାଇ ଭଳି କାର୍ଯ୍ୟକୁ ଜଗିଥିବା ବେଳେ ମଦୁଆ ଓ ଷ୍ଟ୍ରିଟ୍ ରୋମିଅଙ୍କ ଉପଦ୍ରବ୍ୟରୁ ରକ୍ଷା କରିବା ପାଇଁ ସ୍ୱତନ୍ତ୍ର ମଦ ଧରପଗଡ ଭ୍ୟାନ୍ ଓ ସ୍ୱତନ୍ତ୍ର ତାଲିମପ୍ରାପ୍ତ ମହିଳା ପୁଲିସ୍‌ଙ୍କୁ ମୁତୟନ କରାଯାଇଛି ବୋଲି ଭଦ୍ରକ ଜିଲା ଆରକ୍ଷୀ ଅଧୀକ୍ଷକ ମାଡକର ସନ୍ଦୀପ ସମ୍ପତ ଗଣମାଧ୍ୟମକୁ କହିଛନ୍ତି। ଅନୁରୂପ ଭଦ୍ରକର ଏହି ଐତିହାସିକ କାଳୀପୂଜାର ଇତିହାସ ଓ ଜିଲ୍ଲାର ବିଭିନ୍ନ ଧର୍ମୀୟ, ସାଂସ୍କୃତିକ ଗାଥାକୁ ନେଇ ଜିଲା ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ଷ୍ଟଲ୍ ଖୋଲାଯାଇଛି। ଏବଂ ସଂସ୍କୃତି ବିଭାଗ ପକ୍ଷରୁ ଦୁଇ ଦୁନିଆ ସାଂସ୍କୃତିକ କାର୍ଯ୍ୟକ୍ରମ ହେବ ବୋଲି ଜିଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.