Home ଜିଲ୍ଲା ପରିକ୍ରମା ଭଦ୍ରକରେ ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ, ୫୫୯୭୫୫୪୪ ଟଙ୍କାରେ ୧୬୨୩ ଟି ମୋକଦ୍ଦମା ଆପୋଷ ସମାଧାନ

ଭଦ୍ରକରେ ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ, ୫୫୯୭୫୫୪୪ ଟଙ୍କାରେ ୧୬୨୩ ଟି ମୋକଦ୍ଦମା ଆପୋଷ ସମାଧାନ

10

ଭଦ୍ରକ, ୧୪ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଜାତୀୟ ଆଇନ୍ ସେବା ପ୍ରାଧିକରଣ ଏବଂ ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶ କ୍ରମେ ଭଦ୍ରକ ଜିଲ୍ଲା କୋର୍ଟ ପରିସରରେ ଅନୁଷ୍ଠିତ ହୋଇ ଯାଇଛି । ଆଇନସେବା ପ୍ରାଧିକରଣର ଅଧ୍ୟକ୍ଷ ସଂଗ୍ରାମ କେଶରୀ ପଟ୍ଟନାୟକ ଏଥିରେ ଅଧ୍ୟକ୍ଷତା କରିଥିବା ବେଳେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ସଚିବ ଶ୍ରୀମତୀ ନେହା ଅଗରୱାଲ ଏହି ଲୋକ ଅଦାଲତକୁ ପରିଚାଳନା କରିଥିଲେ । ମୋଟ ୫୫୯୭୫୫୪୪ ଟଙ୍କାରେ ୧୬୨୩ଟି ମୋକଦ୍ଧମାର ଆପୋଷ ସମାଧାନ ହୋଇଥିଲା । ସେଗୁଡ଼ିକ ମଧ୍ୟରେ ବିଭିନ୍ନ ମୋଟରଯାନ ଦୁର୍ଘଟଣା ଦାବି, ଟ୍ରିବୁନାଲର ବିଚରାଧିନ ୪୩ଟି ମାମଲାର ୨୮୨୯୩୪୦୦ ଟଙ୍କାରେ, ୨୮ଟି ବୈବାହିକ ବିବାଦ, ପ୍ରାକ୍ ମୋକଦ୍ଦମା ମଧ୍ୟରେ ବିଭିନ୍ନ ବ୍ୟାଙ୍କର ୧୫୪ଟି ବ୍ୟାଙ୍କ ଋଣ ମାମଲା ୨୬୨୪୭୮୬ ଟଙ୍କାରେ ଭାରତ ସଂଚାର ନିଗମ ଲିମିଟେଡ଼୍ ର ଟେଲିଫୋନ୍ ବିଲ ସମ୍ବନ୍ଧୀୟ ଏବଂ ବିଦ୍ୟୁତ ମାମଲା ୯୧ଟି ୧୩୦୩୮୩୦ ଟଙ୍କାରେ ଆପୋଷ ବୁଝାମଣା ମାଧ୍ୟମରେ ସମାଧାନ କରାଯାଇଅଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.