Home ଆନ୍ତର୍ଜାତୀୟ ବେକାରୀ ରୁ ଲାଗିଲା ଲଟେରୀ

ବେକାରୀ ରୁ ଲାଗିଲା ଲଟେରୀ

338

ହାଇଦ୍ରାବାଦ,୦୪/୦୮,(ଓଡ଼ିଆ ପୁଅ /ପଙ୍କଜିନୀ ନାୟକ): ୟୁନାଇଟେଡ଼ ଆରବ ଏମିରେଟରେ ଚାକିରୀ ଖୋଜିବାରେ ଅସଫଳ ହୋଇ ୪୫ଦିନ ପୂର୍ବରୁ ଘରକୁ ଫେରିଥିବା ଜଣେ ଭାରତୀୟ କୃଷକ ଶନିବାର ୪୦ଲକ୍ଷ ଡଲାର (୨୭.୮୬ କୋଟି ଟଙ୍କା)ର ଲଟେରୀ ଜିତି ନେଇଛନ୍ତି । କୃଷକ ଜଣକ ନିଜ ପତ୍ନୀଙ୍କ ଠୁ ଉଦ୍ଧାର ନେଇଥିବା ୨୦ହଜାର ଟଙ୍କାରେ ଦୁବାଇର ଏହି ଲଟେରୀ ଟିକେଟ କିଣିଥିଲେ ।

ସୂଚନା ଅନୁଯାୟୀ ହାଇଦ୍ରାବାଦରେ ରହୁଥିବା ବିଳାସ ରିକ୍କାଲା ବିଗ ଟିକେଟ ଲଟେରୀରେ ୪୦.୦୮ଲକ୍ଷ ଡଲାରର ପ୍ରଥମ ପୁରସ୍କାର ଜିତିଥିଲେ । ନିଜାମାବାଦ ଜିଲ୍ଲା ଜାକରଣପଲ୍ଲି ଗାଁର ବାସିନ୍ଦା ରିକ୍କାଲାଙ୍କୁ ଏହାର ସୂଚନା ଶନିବାର ମିଳିଥିଲା । ସାଧାରଣତଃ ରିକ୍କାଲା ଏବଂ ତାଙ୍କ ପତ୍ନୀ ପଦ୍ମା ଭାରତ ଚାଷ କରି ନିଜର ପେଟ ପୋଷନ୍ତି । ଧାନ ବିଲରୁ ତାଙ୍କର ମୋଟ ବାର୍ଷିକ ଆୟ ୩ଲକ୍ଷ ଟଙ୍କା ହୋଇଥାଏ । ଦୁଇ ଝିଅଙ୍କ ବାପା ରିକ୍କାଲା ପୂର୍ବରୁ ଦୁବାଇରେ ରହି ଡ୍ରାଇଭର ଭାବେ କାମ କରୁଥିଲେ । ଏହି କାମ ଛାଡିବା ପରେ ତାଙ୍କୁ ଆଉ ଚାକିରୀ ମିଳି ନଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.