Home ଓଡ଼ିଶା ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରରେ ୫ ଅସୁସ୍ଥ, ଦୁଇ ଗୁରୁତର

ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରରେ ୫ ଅସୁସ୍ଥ, ଦୁଇ ଗୁରୁତର

59

ମାଲକାନଗିରି ୨୫/୬ (ଓଡ଼ିଆ ପୁଅ) ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୫ଜଣ ଅସୁସ୍ଥ ହୋଇପଡିଥିବା ବେଳେ ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କ ଅବସ୍ଥା ଗୁରୁତର ଥିବାର ଜଣାପଡିଛି। ଏପରି ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲା ଖଇରପୁଟ ବ୍ଳକ କୁଡୁମୁଲୁଗୁମ୍ମା ପଞ୍ଚାୟତ ଅନ୍ତର୍ଗତ କଣ୍ଟାସାରୁ ଗ୍ରାମରେ।

କଣ୍ଟାସାରୁ ଗ୍ରାମର ତିଲାଇ ହନ୍ତାଳ, (୭୦) ବୃଦ୍ଧା ଆଜି ସକାଳେ କିଛି ବନ୍ୟଦ୍ରବ୍ୟ ସ°ଗ୍ରହ ଉଦ୍ଦେଶ୍ୟରେ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ। ଫେରିବା ବେଳେ ଜଙ୍ଗଲରେ ଫୁଟିଥିବା କିଛି ଛତୁ ଘରେ ଖାଇବା ପାଇଁ ଆଣିଥିଲେ, ଉକ୍ତ ଛତୁକୁ ରୋଷେଇ କରି ପରିବାରର ସମସ୍ଥ ସଦସ୍ୟ ସେ ଛତୁ ତରକାରୀ ଖାଇଥିଲେ। ଖାଇବାର କିଛି ସମୟ ପରେ ଚେମ୍ବୁ ହନ୍ତାଳ, ଘାସୀ ହନ୍ତାଳ, ଜେରୁକୁ ହନ୍ତାଳ ଓ ମାଣିକ ହନ୍ତାଳ, ତିଲାଇ ହନ୍ତାଳଙ୍କ ଦେହ ହାତ ବ୍ୟଥା ଲାଗିବା ସଙ୍ଗେ ସଙ୍ଗେ ଝାଡା ବାନ୍ତି ହୋଇ ଅସୁସ୍ଥ ହୋଇପଡ଼ିଥିଲେ।

ଏହି ଖବର ପାଇ ବିଙ୍ଗୁଗୁଡାର ଗୋପୀ ପାଙ୍ଗି ଓ କୁଡୁମୁଲୁଗୁମ୍ମାର ରମେଶ ଚନ୍ଦ୍ର ନେଲୁର କଣ୍ଟାସାରୁ ଗ୍ରାମକୁ ଯାଇ ଏକ ଅଟୋ ସହାୟତାରେ ଅସୁସ୍ଥମାନଙ୍କୁ ନିକଟସ୍ଥ କୁଡୁମୁଲୁଗୁମ୍ମା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ନିମନ୍ତେ ନେଇଥିଲେ। ଯେଉଁଠି ଡାକ୍ତର ଉକ୍ତ ବ୍ୟକ୍ତି ମାନଙ୍କୁ ଚିକିତ୍ସା କରିଥିଲେ।

ଡାକ୍ତରଙ୍କ କହିବା ଅନୁଯାୟୀ, ବିଷାକ୍ତ ଜିନିଷ ଖାଇବା ଫଳରେ ଏପରି ଘଟିଛି ଏବଂ ସମସ୍ତଙ୍କୁ ଉପଯୁକ୍ତ ଚିକିତ୍ସା ସହ ନିୟମିତ ନିରୀକ୍ଷଣ ଚାଲିଛି। ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଅଭଜରସେନରେ ରଖା ଯାଇଛି, ବର୍ତ୍ତମାନ ସମସ୍ତଙ୍କ ସ୍ଵାସ୍ଥ୍ୟ ଅବସ୍ଥା ସ୍ଥିର ଅଛି ଓ ଯଦି କୌଣସି ସମସ୍ୟା ଦେଖାଯାଏ, ସେମାନଙ୍କୁ ଉତ୍ତମ ଚିକିତ୍ସା ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ତାନାନ୍ତର କରାଯିବ ବୋଲି ଡାକ୍ତର କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.