Home ଜିଲ୍ଲା ପରିକ୍ରମା ବିଶେଷ ମଧ୍ୟସ୍ଥା ଅଭିଯାନ ଦ୍ୱାରା ମାମଲାର ସମାଧାନ, “ଏକ ପରିଚୟ ଦେଶ ପାଇଁ ” ଅଭିଯାନ...

ବିଶେଷ ମଧ୍ୟସ୍ଥା ଅଭିଯାନ ଦ୍ୱାରା ମାମଲାର ସମାଧାନ, “ଏକ ପରିଚୟ ଦେଶ ପାଇଁ ” ଅଭିଯାନ ଆରମ୍ଭ

20

ଭଦ୍ରକ, ୯ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜାତୀୟ ଆଇନ୍ ସେବା ପ୍ରାଧୀକରଣ, ନୂଆଦିଲ୍ଲୀ ଏବଂ ଓଡ଼ିଶା ରାଜ୍ୟ ଆଇନ୍ ସେବା ପ୍ରାଧିକରଣ କଟକଙ୍କ ନିର୍ଦ୍ଦେଶକ୍ରମେ ୯୦ ଦିନିଆ ଜିଲ୍ଲା ଆଇସେବା ପ୍ରାଧିକରଣ ଭଦ୍ରକ ମଧ୍ୟସ୍ଥତା କେନ୍ଦ୍ରରେ ବିଶେଷ ମଧ୍ୟସ୍ଥା ଅଭିଯାନ ଦେଶ ପାଇଁ ଯାହାକି ୧ ଜୁଲାଇ ୨୦୨୫ରୁ ୩୦ ସେପ୍ଟେମ୍ବର ୨୦୨୫ ପର୍ଯ୍ୟନ୍ତ ଚାଲୁ ରହିବ । ମଧ୍ୟସ୍ଥତା ଦ୍ୱାରା ବିବାଦରେ ଥିବା ପକ୍ଷଗୁଡ଼ିକ ଅଦାଲତରେ ମାମଲାର ବିଚାର ନକରି ଏକ ନିରପେକ୍ଷ ତୃତୀୟ ପକ୍ଷଙ୍କ ସହାୟତାରେ ସେମାନଙ୍କର ବିବାଦର ଏକ ଗ୍ରହଣଯୋଗୀ ଏବଂ ସୃଜନାତ୍ମକ ଢଙ୍ଗରେ ସମାଧାନ କରିପାରନ୍ତି। ବିବାଦର ସମାଧାନ ନିମନ୍ତେ ମଧ୍ୟସ୍ଥତା ଏକ ଅପୂର୍ବ ସୁଯୋଗ ଆଣିଥାଏ। ପକ୍ଷମାନଙ୍କୁ ଅଦାଲତରେ ମିଳୁଥିବା ନିଷ୍ପତି ଠାରୁ ସନ୍ତୋଷଜନକ ଫଳ ଏହି ସମାଧାନ ପଦ୍ଧତି ମାଧ୍ୟମରେ ମିଳିଥାଏ। ଏହା ବ୍ୟତୀତ ଅଦାଲତରେ ରାୟ ପାଇବା ପାଇଁ ଆବଶ୍ୟକ ହେଉଥିବା ଅର୍ଥ ଏବଂ ସମୟ ଖର୍ଚ୍ଚରୁ ମୁକ୍ତି ମିଳିଥାଏ। ମଧ୍ୟସ୍ଥତା ଦ୍ୱାରା ମାମଲାଟି ସମାଧାନ ହୋଇଗଲେ ଦାୟର ହୋଇଥିବା କୋର୍ଟ ଫି ଫେରସ୍ତ ଦିଆଯିବାର ବ୍ୟବସ୍ଥା ରହିଛି। ମଧ୍ୟସ୍ଥତା ହେଉଛି ବିବାଦ ସମାଧାନ ତଥା ବିଚାର ଶୁଣାଣୀର ଏକ ବିକଳ୍ପ ବ୍ୟବସ୍ଥା। ମାମଲାକୁ ମଧ୍ୟସ୍ଥତା ଦ୍ୱାରା ସମାଧାନ ପ୍ରକ୍ର୍ରିୟାକୁ ଚୟନ କରିଲେ ବହୁତ ଶିଘ୍ର ସମାଧାନ ହେବା ସଂଗେ ସଂଗେ ଅର୍ଥ ଏବଂ ସମୟ ଖର୍ଚ୍ଚରୁ ମୁକ୍ତି ମିଳିପାରିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.