Home Top News ବିରାଡ଼ି ଉପଚାର

ବିରାଡ଼ି ଉପଚାର

74

ସାଧାରଣତଃ ଆମ ଘରେ ରହୁଥିବା ବିରାଡ଼ିର କୌଣସି କାରଣରୁ ଶାରୀରିକ ଅସୁସ୍ଥତା ଦେଖାଗଲେ ସେ କ’ଣ କରେ ଆମେ ଦେଖିଥାଉ। କିନ୍ତୁ କାହଁକି ସେମିତି କରେ ବୁଝିନଥାଉ ! ସେହି ଉପଚାର ବ୍ୟବସ୍ଥାର ମଣିଷଙ୍କ ଉପରେ କିଛି ଶିକ୍ଷା ରହିଛିକି ?

ମଣିଷ ବ୍ୟତୀତ ଅନ୍ୟାନ୍ୟ କୌଣସି ଜୀବଜଗତରେ ଚିକିତ୍ସା ବିଜ୍ଞାନ କିମ୍ବା ଡାକ୍ତରୀ ଚିକିତ୍ସା ପ୍ରଣାଳୀର ବ୍ୟବସ୍ଥା ନାହିଁ। ସେମାନେ ଯେତେବେଳେ କୌଣସି ରୋଗର ଶିକାର ହୁଅନ୍ତି, ନିଜେ ହିଁ ନିଜର ଚିକିତ୍ସା କରିଥା’ନ୍ତି। ମଣିଷ କି’ନ୍ତୁ ସବୁବେଳେ ପରାଶ୍ରିତ ହୋଇଥାଏ ନିଜର ଚିକିତ୍ସା ପାଇଁ। ହେଲେ ମଣିଷଙ୍କ ତୁଳନାରେ ଅନ୍ୟାନ୍ୟ ଜୀବ ଜନ୍ତୁ ମାନଙ୍କର ଡାକ୍ତରୀ ଜ୍ଞାନ ଅଧିକ ରହିଛି ନା ମଣିଷର କିଛି ଦୁର୍ବଳତା ତାକୁ ଏମିତି ବାଟରେ ପରିଚାଳିତ କରୁଛି, ଏବଂ ତଦ୍ୱାରା ମଣିଷ କ’ଣ କରୁଛି ବିଚାର କରିବା….

ଜୀବଜଗତରୁ ଗୋଟିଏ ପ୍ରାଣୀ ବିରାଡ଼ିକୁ ଆମେ ନମୁନା ଭାବେ ନେଇ ପରୀକ୍ଷା କରି ଦେଖିବା ଯେ ସେ ନିଜର ଚିକିତ୍ସା କେମିତି କରେ। କୌଣସି କାରଣ ବଶତଃ ବିରାଡ଼ି ଅସୁସ୍ଥ ହେଲେ ପଡିଆରେ ଘାସ ଖୋଜି ଖାଉଥିବା ଦେଖିବାକୁ ମିଳେ। ଘାସ ଖାଇବା ଦ୍ୱାରା ବିରାଡ଼ିର କ’ଣ ହୁଏ ? ବିରାଡ଼ି ଗୋଟିଏ ମାଂସଭୋଜୀ ପ୍ରାଣୀ ହୋଇଥିବା ହେତୁ ତୃଣ ଭକ୍ଷଣ କରିବା ଦ୍ୱାରା ତାକୁ ବା’ନ୍ତି ହୁଏ। ଘାସ ଖାଇ ବିରାଡ଼ି ବା’ନ୍ତି କରିବାକୁ ଲାଗେ। ଅର୍ଥାତ କୌଣସି ଆକସ୍ମିକ ରୋଗଗ୍ରସ୍ଥ ହେବା ପରେ ପୂର୍ବରୁ ପେଟରେ ରହିଥିବା ସମସ୍ତ ଖାଦ୍ୟ ପଦାର୍ଥକୁ ନିଷ୍କାସନ କରିଥାଏ। ତା’ପରେ ଚୁପଚାପ ଶୋଇଯାଇଥାଏ ସେତେବେଳ ପର୍ଯ୍ୟନ୍ତ ଯେ ପର୍ଯ୍ୟନ୍ତ ସେ ସୁସ୍ଥତା ଅନୁଭବ ନକରିଛି। ଅଧିକନ୍ତୁ ସମ୍ପୂର୍ଣ୍ଣ ସୁସ୍ଥ ନହେବା ପର୍ଯ୍ୟନ୍ତ କୌଣସି ଆହାର ପ୍ରତି ତାର ଆକୃଷ୍ଟ ଭାବ ରହିନଥିବା ଦେଖିବାକୁ ମିଳେ। ଏମିତିକି ବେଳେବେଳେ ମାଛକୁ ମଧ୍ୟ ସେ ପ୍ରତ୍ୟାଖାନ କରିଥାଏ ଯାହା ତା’ର ଅତ୍ୟନ୍ତ ଆଦରର ଖାଦ୍ୟ ! କିଛି ସମୟ / ଦିନ ଏହିଭଳି ଉପଚାର କରିବା ପରେ ବିରାଡ଼ି ଧୀରେ ଧୀରେ ସୁସ୍ଥ ହୋଇ ପୁଣି ତାର କର୍ମ କ୍ଷେତ୍ରରେ ଯୋଗ ଦେଇଥାଏ। ବିଡମ୍ବନାର ବିଷୟ ଏହାକି ସାଧାରଣ ନିର୍ବୋଧ ଭାବନ୍ତି, ଘାସ ଖାଇବା ବିରାଡ଼ିର ଉପଚାର ଜନିତ ଔଷଧୀୟ ଚିକିତ୍ସା, ଯାହା ସମ୍ପୂର୍ଣ୍ଣ ଭାବେ ଅଜ୍ଞତା ମଣିଷର। କୌଣସି ଜୀବ ଔଷଧୀୟ ଚିକିତ୍ସା କରିନଥା’ନ୍ତି ଅଥବା କୌଣସି ଔଷଧୀୟ ବୃକ୍ଷ ଖାଇନଥା’ନ୍ତି ଯେତେବେଳେ ସେମାନେ ରୋଗଗ୍ରସ୍ତ ହୋଇଥା’ନ୍ତି। ହେଲେ ସେମାନଙ୍କ ଚିକିତ୍ସା ପ୍ରଣାଳୀର ମହତ୍ୱ କ’ଣ ଯାହା ସାଧାରଣ ମଣିଷ ବୁଝିବାରେ ଅସମର୍ଥ ରହି ଅତ୍ୟାଧୁନିକ ଚିକିତ୍ସା ପ୍ରଣାଳୀକୁ ଆପଣେଇ ଅଦ୍ୟାବଧି କ’ଣ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ବିଚାର କରିବା।

ପୃଥିବୀର ଅନ୍ୟାନ୍ୟ ରାଷ୍ଟ୍ର ଗୁଡିକ ତୁଳନାତ୍ମକ ଭାରତୀୟ ଚିକିତ୍ସା ବିଜ୍ଞାନରେ ଆୟୁର୍ବେଦର ଅବଦାନ ଅତୁଳନୀୟ ଥିଲା। ବର୍ତ୍ତମାନ ଭାରତୀୟ ଆୟୁର୍ବେଦ ଚିକିତ୍ସା ଅତ୍ୟନ୍ତ ଅନାଦର ଅବସ୍ଥାରେ ରହିଛି ଆମ ଦେଶରେ। ତାହାର କାରଣ ହେଲା ଅତ୍ୟାଧୁନିକ ରାସାୟନିକ ଚିକିତ୍ସା ପ୍ରଣାଳୀ ବିଦେଶରୁ ଆସି ଆମ ଦେଶ ଶୋଭା ମଣ୍ଡିତ କରୁଥିବା ବେଳେ ଆମେ ସବୁବେଳେ ବିଦେଶୀ ଏବଂ ବିଦେଶ ଉତ୍ପାଦ ଗୁଡିକ ପ୍ରତି ଦୁର୍ବଳତା ଭାବ ରଖିଥିବା ପ୍ରାୟତଃ ସମସ୍ତେ ସ୍ୱୀକାର କରିବେ। ଏହାର ସୁଯୋଗ ନେଇ ସେମାନେ କେବଳ ଚିକିତ୍ସା ବିଜ୍ଞାନ କାହିଁକି ବରଂ ସମସ୍ତ କ୍ଷେତ୍ରରେ ବ୍ୟବସାୟ ଚଳାଇ ପ୍ରତି ବର୍ଷ ଲକ୍ଷ ଲକ୍ଷ କୋଟି ଟଙ୍କା ନେଇ ଯା’ନ୍ତି ଆମ ଦେଶରୁ। ସେମାନଙ୍କ ଅତିରଂଜିତ ଏବଂ ଷଡ଼ଯାନ୍ତ୍ରୀକ ଚିକିତ୍ସା ପ୍ରଣାଳୀକୁ ଏମିତି ପ୍ରଚାର ପ୍ରସାର କରିଥା’ନ୍ତି ଯେ ଆମ ଦେଶର ସାଧାରଣ ନିର୍ବୋଧ ସେଗୁଡିକୁ ହିଁ ସର୍ବେ ସର୍ବା ବୋଲି ବିଚାରି କୋଟି କୋଟି ଟଙ୍କା ଖର୍ଚ୍ଚ କରିଥା’ନ୍ତି ନିଜର ଚିକିତ୍ସା ପାଇଁ। ଏମିତି କି ଆଜି ସମୟରେ ଆମ ଦେଶରେ ସେହି ବିଦେଶୀ ରାସାୟନିକ ଚିକିତ୍ସା ପ୍ରଣାଳୀ ହେତୁ ସମସ୍ତ ଲୋକେ ପ୍ରତିଦିନ ବ୍ୟାପକ ରୋଗର ଶିକାର ହେଉଥିବା ଦେଖିବାକୁ ମିଳୁଛି। ଆମ ଦେଶ ଚିକିତ୍ସା ବ୍ୟବସ୍ଥା ଏକ ସେବା ମୂଳକ ଭାବେ ଚାଲିଥିଲା ଯାହା ବର୍ତ୍ତମାନ ବ୍ୟାପକ ବ୍ୟବସାୟରେ ପରିଣତ ହୋଇଛି ସେମାନଙ୍କ ଦ୍ୱାରା। ଆମ ଦେଶର କିଛି ମଣିଷ ମଧ୍ୟ ସେମାନଙ୍କ ସହିତ ସମାନ୍ତରାଳ ଭାବେ ବ୍ୟବସାୟ ଚଳାଇଥିବା ଦେଖିବାକୁ ମିଳିବ ଅନୁଧ୍ୟାନ କଲେ। କାଳକ୍ରମେ ସେହି ବ୍ୟବସାୟକୁ ଏମିତି ଏକ ସ୍ତରରେ ଆଣି ପହଂଚାଇଲେଣି ଯେ କୌଣସି ଲୋକ ସାଧାରଣ ଅସୁସ୍ଥତା ଅନୁଭବ କଲେ ଯଦି ଡାକ୍ତରଙ୍କ ପାଖକୁ ଯାଏ ତାହେଲେ ଅନେକ ରୋଗ ବାହାରୁଛି ଆଜି ସମୟରେ ଯାହା ପ୍ରାୟ ସମସ୍ତଙ୍କର ବ୍ୟକ୍ତିଗତ ଅନୁଭୂତି ରହିଥିବ। ଏହା ଭିତରେ ରହିଥିବା ରହସ୍ୟ ଅତ୍ୟନ୍ତ ଅସାଧାରଣ ଯାହା ସାଧାରଣ ନିର୍ବୋଧ ବୁଝି ପାରନ୍ତି ନାହିଁ କି ବୁଝି ପାରିବେ ନାହିଁ। କାରଣ ତାହା ସହିତ କେତେଯେ ସୋପାନରେ ବ୍ୟବସାୟ କରାଯାଉଅଛି ସେଗୁଡିକୁ ଏମିତି ସାଧାରଣରେ ସାର୍ବଜନୀନ କରାଯିବା ସହଜ ହେବନାହିଁ। କି’ନ୍ତୁ ଗୋଟିଏ କଥା ଆମକୁ ମନେ ରଖିବାକୁ ହେବ ଯେ ଯଦି ଔଷଧ ଆମ ରୋଗକୁ ଭଲ କରିବା କ୍ଷମତା ରଖିଥା’ନ୍ତା ତାହେଲେ କେତେକ କ୍ଷେତ୍ରରେ ଜୀବନ ଶେଷ ପର୍ଯ୍ୟନ୍ତ ସେବନ କରାଯାଉଥିବା ଔଷଧର କୌଣସି ଅର୍ଥ ରହିନଥା’ନ୍ତା। କାରଣ ରୋଗ ଭଲ କରିବା ଏବଂ କିଛି କ୍ଷଣ ପାଇଁ ପ୍ରଶମିତ କରି ମାନସିକ ଅସ୍ଥିରତା, ଭୟାବହତାକୁ ଦୂରେଇବା ମଧ୍ୟରେ ପାର୍ଥକ୍ୟ ଯଥେଷ୍ଟ ଅଧିକ ଯାହା ସେହି ସବୁ ଔଷଧ କରିଥାଏ। ତେଣୁ ରୋଗର ସମୟ କ୍ଷେତ୍ରକୁ ନିର୍ଦ୍ଧାରଣ କରି ସମୟସାପେକ୍ଷ ଔଷଧ ପ୍ରସ୍ତୁତ କରାଯାଇଅଛି ଯାହା ସବୁ କେବଳ ମାନସିକ ସାନ୍ତନା ପ୍ରଦାନକାରୀ ହୋଇଥାଏ। ଖୁବ କମ ସଂଖ୍ୟକ ଔଷଧ ରୋଗ ପ୍ରଶମିତ ତଥା ଉପଚାର କରିବାରେ ଉପଯୋଗୀ ହୋଇଥାଏ ଯେଉଁଠି ଅଧିକାଂଶ କେବଳ ମାନସିକ ସାନ୍ତ୍ବନା ଦେବା ଛଡା ଶରୀର ନିଜେ ସେହି ରୋଗ ଗୁଡିକ ସହିତ ସଂଘର୍ଷରତ ରହିଥାଏ ଦିନରାତି। କେତେବେଳେ କାହାର କୋଉଠି ଅନ୍ତ ହୋଇଯିବ କେହି ରକ୍ଷା କରିପାରିବେ ନାହିଁ ସମୟକୁ ନେଇ ଯେତେବେଳ ନା ଟଙ୍କା, ନା ଡାକ୍ତର ନା ଔଷଧ କେହି ତାକୁ ଜୀବନ ପ୍ରଦାନ କରିପାରିବେ।

ସବୁଠାରୁ ଆକର୍ଷଣୀୟ ବିଷୟ ହେଉଛି ଯେ ଆମେ ଆଜିପର୍ଯ୍ୟନ୍ତ କୌଣସି ରାସାୟନିକ ଔଷଧ ଉଦ୍ଭାବନ ନକରି କେବଳ ସେମାନଙ୍କ ଦତ୍ତ ଗବେଷିତ ସୂତ୍ର ମାଧ୍ୟମରେ ଆମ ଦେଶରେ କେତେକ ରାସାୟନିକ ଔଷଧ ପ୍ରସ୍ତୁତ କରିଥାଉ ଯାହାର ରୟାଲିଟି ସମ୍ପୃକ୍ତ ଗବେଷଣାଗାର ତଥା ଦେଇଥିବା ସଂସ୍ଥା ଆମ ଠାରୁ ନେଇଯା’ନ୍ତି। ତେଣୁ ଏହି ବ୍ୟବସାୟକୁ ବ୍ୟାପକ କରି ଲକ୍ଷ ଲକ୍ଷ କୋଟି ଟଙ୍କାର ବ୍ୟବସାୟ କରାଯାଇଥାଏ ସେମାନଙ୍କ ପ୍ରରୋଚନାରେ ଯାହା ଆମ ଦେଶ ଡାକ୍ତର ଏବଂ ରୋଗୀ ନିଦ୍ୱର୍ନ୍ଦରେ ଗ୍ରହଣ କରିଥା’ନ୍ତି। ସେମାନଙ୍କ ପ୍ରଦତ୍ତ ଚିକିତ୍ସା ପ୍ରଣାଳୀରେ ସତ୍ୟ କେତେ ମିଥ୍ୟା କେତେ ସମୀକ୍ଷା ନାହିଁ କାହାର। କେବଳ ଜୀବନ ଭୟରେ ଯାହା କହିଲେ ସ୍ୱୀକାର କରିବା ପାଇଁ ବାଧ୍ୟ ହୋଇ ଆମେ ପ୍ରତାରଣାର ଶିକାର ହେଉଥିବା ବୁଝନ୍ତି କିଛି ଲୋକ କିନ୍ତୁ ଅଧିକାଂଶ ଆଦୌ ଜାଣନ୍ତି ନାହିଁ ସେମାନଙ୍କ ଚକ୍ରାନ୍ତ। ହଠାତ ଆମ ଦେଶରେ ବିଭିନ୍ନ ମୃତ୍ୟୁ ସଂଜୀବନୀ ରାସାୟନିକ ଔଷଧ ଗୁଡିଏ ପ୍ରସ୍ତୁତ କରାଯାଉଥିବା ନିକଟ ଅତୀତର ପ୍ରଚାର ଗୁଡିକ ଶୁଣି ଆମକୁ ଆଶ୍ଚର୍ଯ୍ୟ ଲାଗୁଛି ଯେ ଯେଉଁଠି ପାରାସିଟାମଲ ଭଳି ସାଧାରଣ ରାସାୟନିକ ଔଷଧର ସୂତ୍ର ଆଜି ପର୍ଯ୍ୟନ୍ତ ପ୍ରସ୍ତୁତ ହୋଇନଥିଲା ବର୍ତ୍ତମାନ ଏସବୁ ହେଉଛି କିପରି ! ମୋତେ ବୁଝାପଡୁନାହିଁ, ଯଦି କାହାକୁ ବୁଝା ପଡୁଥିବ ତାହେଲେ ଜଣାଇବାକୁ ଅନୁରୋଧ…..!

ସେ ଯାହା ହେଉ ପ୍ରେତ୍ୟେକ ଲୋକଙ୍କ ବ୍ୟକ୍ତିଗତ ବିଚାର, ରୁଚିକୁ ନେଇ ସେମାନଙ୍କ ଜୀବନ ଯାପନ ଶୈଳୀ ଚାଲିଥାଏ। ସେମାନେ ଯାହା ବୁଝିଛନ୍ତି ତାହାଠାରୁ ଅଧିକ କହିବାକୁ ଗଲେ ସେହି ବିଷୟରେ ଆମର ବ୍ୟାପକ ଯୋଗ୍ୟତା ରହିଥିବା ଆବଶ୍ୟକ ଯାହା ଆମ ପାଖରେ ନାହିଁ। ତେଣୁ ଆଉ ଅଧିକ ଆଲୋଚନା କରିବା ବ୍ୟର୍ଥ। କି’ନ୍ତୁ ଉପରଲଖିତ ବିରାଡ଼ି ଉପଚାର ଉପରେ କେତେକ ବ୍ୟକ୍ତିଗତ ଅନୁଭୂତି ପ୍ରକାଶ ପୂର୍ବକ ଆପଣ ମାନଙ୍କ ଗୋଚରାର୍ଥେ ଉପସ୍ଥାପନ କରାଗଲା ଯାହା ହୁଏତ ସାଧାରଣ ଲୋକଙ୍କୁ ଆର୍ଥିକ କ୍ଳେଶ, ମାନସିକ ଅସ୍ଥିରତା, ଭୟାବହତା, ତଥା ରାସାୟନିକ ଚିକିତ୍ସାର ପାର୍ଶ ପ୍ରତିକ୍ରିୟାରୁ କିଂଚିତ ଦୂରେଇ ରଖିପାରେ ଯଦି ଗ୍ରହଣ କରନ୍ତି କେବଳ ନିଜେ ପରୀକ୍ଷା କରି ବୋଲି ଆମ ବିଚାର। ହେଲେ ବିରାଡ଼ି ଉପଚାରକୁ କେନ୍ଦ୍ର କରି ଆମେ କିଛି ଶିକ୍ଷା ଲାଭ କରିବା ତଥା ଜଣେ ପ୍ରାକୃତିକ ଜୀବ ଭାବେ ସେହି ପ୍ରଣାଳୀକୁ ଆଦରି ନେଲେ କ’ଣ ହୁଏ ପରୀକ୍ଷା କରିବା ଏବଂ ତାହାର ଉପକାର ପାଇବା ମଣିଷ ପାଇଁ ହୁଏତ କେତେକାଂଶରେ ଉପଯୋଗୀ ହୋଇ ପାରେ। ଅତଏବ ସେହି ବିରାଡ଼ି ଉପଚାର ବିଷୟ ଉପରେ ସାମ୍ୟକ ତର୍ଜମା କରିବା ଯେ କୌଣସି ଔଷଧ ନଖାଇ କେମିତି ସୁସ୍ଥ ହୁଏ ବିରାଡ଼ି ଏବଂ ସେମିତି ହେବାର ମୁଖ୍ୟ ପ୍ରାକୃତିକ ନିୟମର ଆଧାର କ’ଣ ?!

ଯେ କୌଣସି ରୋଗ ବ୍ୟାଧି କିମ୍ବା ସାଙ୍ଘାତିକ ଶାରୀରିକ କ୍ଳେଶ ହେତୁ ଶରୀରରେ ରକ୍ତ ସଂଚାଳନ ଏବଂ ତାପମାତ୍ରାରେ ବ୍ୟତିକ୍ରମ / ପରିବର୍ତ୍ତନ ଦେଖାଦେଇଥାଏ ଯାହା ପ୍ରାକୃତିକ ନିୟମ ଆଧାରିତ। ତେଣୁ କୌଣସି ସମୟରେ ଆମକୁ ଯେକୌଣସି ଶାରୀରିକ କଷ୍ଟ ଦାୟକ ପୀଡା ହେଉ କିମ୍ବା କୌଣସି ବାହ୍ୟ ଜୀବାଣୁ ଜନିତ ରୋଗ ହୁଏ ତାହେଲେ ଆମ ଶରୀର ତାକୁ ସ୍ୱତଃପ୍ରବୃତ ଭାବେ ସାଧାରଣ ସ୍ତରକୁ ଆଣିବା ପାଇଁ ବ୍ୟବସ୍ଥା ରହିଛି ସମସ୍ତଙ୍କ ଶରୀରରେ। ସେହି ସାଧାରଣ ସ୍ତରକୁ ଆସିବା ପର୍ଯ୍ୟନ୍ତ ଶରୀରରେ କେତେକ ଅସାଧାରଣ ପ୍ରତିକ୍ରିୟା ସୃଷ୍ଟି ହୋଇଥାଏ। ସେହି ସମୟରେ ଆମେ କୌଣସି ରନ୍ଧା ଖାଦ୍ୟ ଖାଇବା ନାହିଁ କିମ୍ବା ଯଦି ଅତ୍ୟଧିକ ଅସମ୍ଭାଳ ଭୋକ ହୁଏ ତାହେଲେ ପ୍ରାକୃତିକ ଆହାରକୁ ଦୈନନ୍ଦିନ ଖାଦ୍ୟର ଏକ ଦଶମାଂଶ କରି ଖାଇବା ! ଦ୍ୱିତୀୟତଃ ଯେତେ ସମ୍ଭବ ଶରୀରକୁ ଶିଥିଳ ଅବସ୍ଥାରେ ରଖିବା ଅର୍ଥାତ ନିଶ୍ଚିନ୍ତ, ସୁପ୍ତ ଅବସ୍ଥାରେ ରହିବା ବିଧେୟ। ତାହେଲେ ସେହି ପରିପ୍ରେକ୍ଷୀରେ ଶରୀର ଆମର ଅଭାବନିୟତା ଗୁଡିକ ସ୍ୱତଃ ପ୍ରବୃତ୍ତ ଭାବେ ପୁରଣ କରି ସାଧାରଣ ସ୍ତରକୁ ଆଣିବା ପାଇଁ କାର୍ଯ୍ୟ କରିପାରିବ ଯାହା ହୁଏତ କେତେ ଘଣ୍ଟା ଠାରୁ ଆରମ୍ଭ କରି ଦିନ / ମାସ ପର୍ଯ୍ୟନ୍ତ ଲାଗିପାରେ ସମୟାନୁସାରେ ଏବଂ ଆମ ରୋଗର କଠୋରତା ଏବଂ ଶାରୀରିକ ଗଠନ ଶୈଳୀ ଉପରେ ନିର୍ଭର କରି। ତା’ ପରେ ଆମେ ସୁସ୍ଥ ହେବା ନିଶ୍ଚିତ କୌଣସି ଔଷଧ ବ୍ୟବହାର ନକରି ଯେମିତି ପଶୁ ମାନେ ହୋଇଥା’ନ୍ତି। ତଦ୍ୱାରା ଆମକୁ କୌଣସି ରାସାୟନିକ ପାର୍ଶ ପ୍ରତିକ୍ରିୟାର ଶିକାର ହେବାକୁ ପଡିବ ନାହିଁ କିମ୍ବା ମାନସିକ ଅସ୍ଥିର ଭାବ କି ଆର୍ଥିକ ବୋଝ ରହିବ ନାହିଁ। କେବଳ ଧର୍ଯ୍ୟର ଆବଶ୍ୟକତା ଯଥେଷ୍ଟ ଆବଶ୍ୟକ ସେହି ସମୟ ଗୁଡିକରେ। ଏମିତିକି ଦୁନିଆର ଯେକୌଣସି ଅସାଧ୍ୟ ରୋଗ ମଧ୍ୟ ପ୍ରାକୃତିକ ଉପାୟରେ ପ୍ରଶମିତ, ଭଲ କରାଯାଇ ପାରିବ ଯଦି ଆମେ ଆମ ଦୈନନ୍ଦିନ ଜୀବନର କାର୍ଯ୍ୟକ୍ରମ, ଖାଦ୍ୟ ପାନୀୟ ତଥା ଆଚରଣ ବିଧିକୁ କିଂଚିତ ପରିବର୍ତ୍ତନ କରି ସମୟ ସାପେକ୍ଷ ପ୍ରାକୃତିକ ଚିକିତ୍ସା କରିବା ଲକ୍ଷ ରଖିବା। ଏହି ପ୍ରକ୍ରିୟା କେବଳ ପ୍ରାକୃତିକ ନିୟମ ଉପରେ ଆଧାରିତ ଯାହା ପଶୁ ମାନେ କରିଥା’ନ୍ତି। ଏବଂ ମଣିଷଙ୍କ କ୍ଷେତ୍ରରେ ମଧ୍ୟ ଉପଯୋଗୀ ହେବ ନିଶ୍ଚୟ। କି’ନ୍ତୁ ଆଜିର ବ୍ୟବସାୟୀକ ଚିକିତ୍ସା ପଦ୍ଧତି ଏହାକୁ ବିରୋଧ କରିବା କୌଣସି ଆଶ୍ଚର୍ଯ୍ୟ କଥା ନୁହେଁ କାରଣ ସେମାନଙ୍କ ବ୍ୟବସାୟ କ୍ଷୁର୍ଣ୍ଣ ହେବ ଯଦି ସବୁ ମଣିଷ ଏମିତି ପ୍ରାକୃତିକ ଉପାୟରେ ନିଜ ନିଜର ଚିକିତ୍ସା କରିବାକୁ ଲାଗିବେ।

ଏହା ମୋର ବ୍ୟକ୍ତିଗତ ଅନୁଭୂତି ମାତ୍ର। କାହାକୁ ନିର୍ଦ୍ଧେଶ କିମ୍ବା ଉପଦେଶ ଦିଆଯାଇ ନାହିଁ ଏସବୁ କରିବା ପାଇଁ। କି’ନ୍ତୁ ଯଦି କେହି ଏହି ପଦ୍ଧତିରେ ନିଜକୁ ଚିକିତ୍ସା କରିବାକୁ ଚାହାନ୍ତି ତାହେଲେ ନିଜେ ନିଜେ ନିଜ ଦାୟିତ୍ୱରେ ପରୀକ୍ଷା କରି ତାହାର ଲାଭ ଉଠାଇ ପାରିବେ। ବିଫଳ ହେଲେ ନିଜ ଇଚ୍ଛାମୂତାବକ ଚିକିତ୍ସା ପ୍ରଣାଳୀର ଆଶ୍ରୟ ନେବେ। କେବଳ ଏକ ପ୍ରାକୃତିକ ନିୟମ ଆଧାରିତ ଚିକିତ୍ସା ପ୍ରଣାଳୀର ଜ୍ଞାନ ବାଣ୍ଟିବା ଉଦେଶ୍ୟ ଛଡା କାହାର ବ୍ୟକ୍ତିଗତ ବିଚାରକୁ ଆଘାତ କରିବା କୌଣସି ଉଦେଶ୍ୟ ନାହିଁ କିମ୍ବା ଆମର କୌଣସି ଦାୟିତ୍ୱବୋଧତା ରହିବ ନାହିଁ କାହାର ବ୍ୟକ୍ତିଗତ ସମସ୍ୟ ପାଇଁ।

ପଙ୍କଜ କୁମାର ପାଣିଗ୍ରାହୀ
ସୋସିଆଲ ଫୋରମ (ଭାରତ)
ଛତ୍ରପୁର, ଗଞ୍ଜାମ-୭୬୧୦୨୦.
(ଏହା ଲେଖକଙ୍କର ନିଜସ୍ୱ ମତ – ଓଡ଼ିଆ ପୁଅ ସଂପାଦନା ମଣ୍ଡଳୀ କୌଣସି ମତ ପାର୍ଥକ୍ୟ ପାଇଁ ଦାୟୀ ନୁହଁନ୍ତି )

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.