Home ଓଡ଼ିଶା ବିବାହର ପ୍ରତିଶ୍ରୁତି ଦେଇ ଧୋକା ଦେଲେ ଯୁବକ

ବିବାହର ପ୍ରତିଶ୍ରୁତି ଦେଇ ଧୋକା ଦେଲେ ଯୁବକ

232

ବାଲେଶ୍ଵର,୧୪/୧୦,(ଓଡ଼ିଆ ପୁଅ ପି ନାଏକ): ପ୍ରଥମେ ଲଭ୍ । ତା ପରେ ସେକ୍ସ୍ ଆଉ ତା ପରେ ଧୋକା । ଏଭଳି ଏକ ଘଟଣା ଘଟିଛି ବାଲେଶ୍ବରର ଜଣେ ଯୁବତୀଙ୍କ ସହ । ତାଙ୍କ ସହ ଜଣେ ଯୁବକ ପ୍ରେମ କରି ବିବାହର ପ୍ରତିଶ୍ରୁତି ଦେଇ ପରେ ଧୋକା ଦେଇଥିବା ଜଣାପଡିଛି । ତେବେ ସୂଚନା ଅନୁସାରେ,  ଅନନ୍ତ ଦାସ ନାମକ ଜଣେ ଯୁବକ ଅନୁଗୁଳର ଏକ ହୋଟେଲରେ କାମ କରୁଥିଲେ । ସେହି ସମୟରେ ସେଠାରେ କାର୍ଯ୍ୟ କରୁଥିବା  ଜଣେ ଯୁବତୀଙ୍କ ସହ ତାଙ୍କର ପ୍ରେମ ସଂପର୍କ ଗଢିଉଠିଥିଲା । ପରେ ବିବାହର ପ୍ରତିଶ୍ରୁତି ଦେଇ ଯୁବକ ଜଣକ ଯୁବତୀଙ୍କ ସହ ଶାରୀରିକ ସଂପର୍କ ରଖିଥିଲେ । ପରେ ସେମାନେ ଦୁଇ ଜଣ ଲିଭ୍ ଇନ୍ ରିଲେସନସିପରେ ରହିଲେ । ହେଲେ ପରବର୍ତ୍ତୀ ସମୟରେ  ଅନନ୍ତ ତାଙ୍କୁ ବିବାହ କରିବାକୁ ମନା କରିଥିଲେ । ବିବାହ ପାଇଁ ମନା କରିବାରୁ ଯୁବତୀ ଜଣକ ବାହାନଗା ଆସି ଅନନ୍ତଙ୍କ ଘର ଲୋକଙ୍କୁ ଜଣାଇଥିଲେ । ହେଲେ ଅନନ୍ତଙ୍କ ପରିବାର ଲୋକେ ତାଙ୍କ କଥା ଶୁଣିବା ପରିବର୍ତ୍ତେ ତାଙ୍କୁ ଧକ୍କା ମାରି ବିଦା କରି ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.