Home କୋରାପୁଟ ବିଜୁ ଜନତା ଦଳର କୋରାପୁଟ ଜୋନ ବୈଠକ

ବିଜୁ ଜନତା ଦଳର କୋରାପୁଟ ଜୋନ ବୈଠକ

76

କୋରାପୁଟ ୩୦-୧୨(ଓଡିଆ ପୁଅ /ରଂଜନ ଦାସ)ଆଗାମୀ ପଂଚାୟତ ନିର୍ବାଚନ ନିମନ୍ତେ କୋରାପୁଟ ବିଜୁ ଜନତା ଦଳର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।ବିଜୁ ଜନତା ଦଳର କୋରାପୁଟ ଜୋନ ବୈଠକ ଇତିମଧ୍ୟରେ ଶେଷ ହୋଇଯାଇଛି ।ଡୁମୁରିପୁଟଠାରେ କୋରାପୁଟ ଜୋନ ଦୁଇ ବୈଠକ ଅନୁଷ୍ଠିତ ହୋଇଯାଇଛି ।କୋରାପୁଟ ବିଧାୟକ ରଘୁରାମ ପଡାଲ,ପଟ୍ଟାଙ୍ଗୀ ବିଧାୟକ ପୀତମ ପାଢୀ ,ପୂର୍ବତନ ବିଧାୟକ ପ୍ରଫୁଲ୍ଲ ପାଙ୍ଗୀ,ଜିଲ୍ଲା ପରିଷଦ ସଭାପତି ତୁଲସି କିରସାନି,କୋରାପୁଟ ଜିଲ୍ଲା ପରିଷଦର ସଦସ୍ୟା ପାର୍ବତୀ ମସ୍ତି ଓ ପୂର୍ଣ୍ଣିମା ନାୟକ,ପଟ୍ଟାଙ୍ଗୀ ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ ରମାକାନ୍ତ ରାଉଳ,କୋରାପୁଟ ଜିଲ୍ଲା ବିଜେଡି ସହ ପର୍ଯ୍ୟବେକ୍ଷକ ପୁଲକ ମହାନ୍ତି,କୋରାପୁଟ ବ୍ଲକ ବିଜେଡି ସଭାପତି ସଂଜୟ ମହାନ୍ତି ,ଜିଲ୍ଲା ମହିଳା ବିଜେଡି ସଭାନେତ୍ରୀ ଲତା ରାୟ ପ୍ରମୁଖ ଉପସ୍ଥିତ ରହି ଉତମ ପ୍ରାର୍ଥି ଚୟନ ଉପରେ ଗୁରୁତ୍ୱ ଦେଇଥିଲେ ବୋଲି ଜଣାପଡିଛି ।ସେହିପରି କୋରାପୁଟ ଟାଉନହଲଠାରେ ଗତକାଲି କୋରାପୁଟ-୧ ଜୋନ ବୈଠକ ଅନୁଷ୍ଠିତ ହୋଇଥିଲା ।କୋରାପୁଟ ନଗର ବିଜେଡି ସଭାପତି ସୁରେଶ ପଟନାୟକଙ୍କ ପରିଚାଳନାରେ ଆୟୋଜିତ ବୈଠକରେ କୋରାପୁଟ ବିଧାୟକ ରଘୁରାମ ପଡାଲ , ଜିଲ୍ଲା ପରିଷଦ ସଭାପତି ତୁଲସି କିରସାନି,ଜିଲ୍ଲା ପରିଷଦ ସଦସ୍ୟା ପାର୍ବତୀ ମସ୍ତି ଓ ପୂର୍ଣ୍ଣିମା ନାୟକ ,କୋରାପୁଟ ବ୍ଲକ ବିଜେଡି ସଭାପତି ସଂଜୟ ମହାନ୍ତି ,ଯୁବ ସଭାପତି ମଂଟୁ ବେନ୍ୟା ପ୍ରମୁଖ ଉପସ୍ଥିତ ରହି କର୍ମିମାନଙ୍କୁ ଆଗାମୀ ପଂଚାୟତ ନିର୍ବାଚନ ନିମନ୍ତେ ପ୍ରସ୍ତୁତ ରହି କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.