Home ଜିଲ୍ଲା ପରିକ୍ରମା ବାଳିକା ଆତ୍ମସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦଯାପିତ

ବାଳିକା ଆତ୍ମସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦଯାପିତ

25

ଭଦ୍ରକ, ୨୫ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ଉଚ୍ଚତର ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଭରତ ଚନ୍ଦ୍ର କରଣଙ୍କ ପୌରହିତ୍ୟରେ ଅନୁଷ୍ଠିତ ବାଳିକା ଆତ୍ମସୁରକ୍ଷା ପ୍ରଶିକ୍ଷଣ ଶିବିର ଗୁରୁବାର ଉଦଯାପିତ ହୋଇଯାଇଛି । ଗତ ୧୨ ତାରିଖରୁ ଆରମ୍ଭ ହୋଇଥିବା ଏହି ଶିବିରର ଉଦଯାପନୀ ଉତ୍ସବରେ ଅଧ୍ୟାପିକା ସୁଜାତରାଣୀ ଦାସ ମୁଖ୍ୟଅତିଥି ଭାବେ ଯୋଗଦେଇ ମହିଳା ନିଜେ ନିଜର ସୁରକ୍ଷା ପାଇଁ ସାହସିକତା ପ୍ରଦର୍ଶନ ସହ ସୁରକ୍ଷା କୌଶଳ ଅବଲମ୍ବନ କରିପାରିଲେ ବିପଦ ଆପଦକୁ ଏଡାବା ସମ୍ଭବ ହେବ ବୋଲି ମତବ୍ୟକ୍ତ କରିଥିଲେ । ବିଦ୍ୟାଳୟସ୍ତରରେ ବାଳିକାମାନଙ୍କୁ ପ୍ରଶିକ୍ଷିତ କରାଯାଉଥିବା ଆତ୍ମସୁରକ୍ଷା କୌଶଳ ବାସ୍ତବ କ୍ଷେତ୍ରରେ ଉପଯୋଗୀ ସାବ୍ୟସ୍ତ ହୋଇପାରିବ ବୋଲି ସେ ଆଶା ପ୍ରକାଶ କରିଥିଲେ । ଅନ୍ୟତମ ବକ୍ତା ମମିତାରାଣୀ ନାୟକ ଓ ପ୍ରଶିକ୍ଷିକା ଗୌରୀ ଜେନା ଉଦବୋଧନ ଦେଇଥିଲେ । ଶିବିରରେ ପ୍ରଶିକ୍ଷଣପ୍ରାପ୍ତ ୮୩ଜଣ ଛାତ୍ରୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଅଧ୍ୟାପକ ହରିହର ସାହୁ ଉଦ୍ଦେଶ୍ୟଜ୍ଞାପନ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ କାର୍ଯ୍ୟକ୍ରମ ନୋଡାଲ ଅଧିକାରୀ ଦିଲ୍ଲିପ କୁମାର ନାୟକ ଧନ୍ୟବାଦ ଦେଇଥିଲେ । ବିଦ୍ୟାଳୟର ଅଧ୍ୟାପକ ଓ ଅଧ୍ୟାପିକାମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.