Home ଜିଲ୍ଲା ପରିକ୍ରମା ବାଲେଶ୍ୱର ଏଫଏମ୍ କଲେଜ ଛାତ୍ରୀକୁ ନ୍ୟାୟ ଦାବି, ଗଣତାନ୍ତ୍ରିକ ମହିଳା ସମିତି ପକ୍ଷରୁ ଏସପିଙ୍କ ଜରିଆରେ...

ବାଲେଶ୍ୱର ଏଫଏମ୍ କଲେଜ ଛାତ୍ରୀକୁ ନ୍ୟାୟ ଦାବି, ଗଣତାନ୍ତ୍ରିକ ମହିଳା ସମିତି ପକ୍ଷରୁ ଏସପିଙ୍କ ଜରିଆରେ ଡିଜିଙ୍କୁ ଦାବିପତ୍ର

66

ଭଦ୍ରକ, ୧୩ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବାଲେଶ୍ୱର ଫକୀର ମୋହନ କଲେଜର ଛାତ୍ରୀଙ୍କୁ ନ୍ୟାୟ ଦାବି କରି ଆଜି ଗଣତାନ୍ତ୍ରିକ ମହିଳା ସମିତି ପକ୍ଷରୁ ଶୋଭାଯାତ୍ରା ବାହାରି ଜିଲ୍ଲା ର ମହିଳା ନେତ୍ରୀ ସୁରଜିତା ନାୟକ, କାମିନୀ ନାୟକ, ସୁମତି ନାୟକ, ସାମ୍ୟବାଦୀ ରୋଜାଲିନ, ବାସନ୍ତୀ ବେହେରା, ଶିଖା ମୋହାପତ୍ର, ଶାନ୍ତିଲତା ବାରିକ ପ୍ରମୁଖ ଭଦ୍ରକ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ମନୋଜ ରାଉତ ଙ୍କୁ ସାକ୍ଷାତ କରି ଏକ ଦାବୀପତ୍ର ଓଡିଶା ର ପୋଲିସ ମହାନିର୍ଦ୍ଦେଶକ ଙ୍କୁ ନିକଟକୁ ପଠାଇ ଛନ୍ତି। ଏହି ଦାବୀପତ୍ର ରେ ଉଲ୍ଲେଖ କରିଛନ୍ତି ଯେ ଫକୀରମୋହନ ଅଟୋନମସ୍ କଲେଜର ଛାତ୍ରୀଙ୍କ ଉପରେ ହେଉଥିବା ଶୋଷଣ ବିରୁଦ୍ଧରେ ସେ ପ୍ରିନ୍ସିପଲ୍ ଓ ଅଧ୍ୟାପକ ଙ୍କୁ ଗିରଫ କରିବା ସହ ପୀଡ଼ିତାଙ୍କର ସମସ୍ତ ଖର୍ଚ୍ଚ ସରକାର ବହନ ୍ କରିବାପାଇଁ ମହିଳା ସମିତି ପକ୍ଷରୁ ଦବି କରାଯାଇଛି। ରାଜ୍ୟର ମହିଳା ମାନଙ୍କ ଉପରେ ନିର୍ଯ୍ୟାତନା ବଢୁଥିବାରୁ ସରକାର୍ ଙ୍କ ଉପରେ କ୍ଷୋଭ ପ୍ରକାଶ କରିଛନ୍ତି । ଏହି ପ୍ରକାର ଅତ୍ୟାଚାର ବିରୁଦ୍ଧରେ ଜନସାଧାରଣ ଏକ ହୋଇ ପ୍ରତିବାଦ କରିବା ପାଇଁ ମହିଳା ସମିତି ପକ୍ଷରୁ ରାଜ୍ୟ ସମ୍ପାଦିକା ସୁରଜିତା ନାୟକ ନିବେଦନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.