Home ଜିଲ୍ଲା ପରିକ୍ରମା ବାତ୍ୟା ପରେ ବନ୍ୟାସ୍ଥିତି ଗମ୍ଭୀର, ଜଳବନ୍ଦୀ ପରିବାରକୁ ଭେଟିଲେ ବିଧାୟକ

ବାତ୍ୟା ପରେ ବନ୍ୟାସ୍ଥିତି ଗମ୍ଭୀର, ଜଳବନ୍ଦୀ ପରିବାରକୁ ଭେଟିଲେ ବିଧାୟକ

14

ଭଦ୍ରକ, ୨୯ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବାତ୍ୟା ‘ଦାନା’ ଦାନବ ଠାରୁବି ବଳିଯାଇଛି । ୧୯୯୯ ମହାବାତ୍ୟାକୁ ପୁରୁଛି ପଚିଶ ବର୍ଷ । ଏବେ ପୁଣି ସମାନସ୍ଥିତି ଦେଖିବାକୁ ମିଳିଛି ବାସୁଦେବପୁର ଅଞ୍ଚଳରେ । ବାତ୍ୟା ‘ଦାନା’ପରେ ଏବେ ବନ୍ୟା ସ୍ଥିତି ଗମ୍ଭିର ହେବାରେ ଲାଗିଛି । ବାତ୍ୟାରେ କ୍ଷତିଗ୍ରସ୍ଥ ପରିବାର ସରକାରୀ ସହାୟତାକୁ ଚାହିଁ ବସିଥିବା ବେଳେ ଏବେ ପାଲଟିଛନ୍ତି ଜଳବନ୍ଦି । ଉପରମୁଣ୍ଡରେ ଅତିପ୍ରବଳ ବର୍ଷା କାରଣରୁ ଏବେ ତଳିଆ ଅଂଚଳରେ ବନ୍ୟାଜଳ ପ୍ରବାହିତ ହେଉଛି । ଧରରେ ଧିରେ ବନ୍ୟାଜଳ ବଢିବାରେ ଲାଗିଛି । ସୁଦର୍ଶନପୁର- ବରଣ୍ଡୁଆ ରାସ୍ତାରେ ବନ୍ୟାଜଳ ପ୍ରବାହିତ ହେଉଛି । ଫଳରେ ଏହି ଦୁଇ ପଂଚାୟତର ରତାଙ୍ଗ,ଦିକ୍ଷିତବିନ୍ଧା,ମଧୁସୁଦନପୁର,ବିଷ୍ନୁବିନ୍ଧା,ସୁଆଁ,ଅଫୁଲା, ମିରିଗା ଗ୍ରାମର ଶତାଧିକ ପରିବାର ଜଳବନ୍ଦି ଭାବରେ ରହିଛନ୍ତି । ଧାନକ୍ଷେତରେ ବନ୍ୟାଜଳ ମାଡିଯାଇଥିବା ଦେଖିବାକୁ ମିଳିଛି । ସେହିପରି ଜଗନ୍ନାଥପ୍ରସାଦ ପଂଚାୟତର ବନ୍ଧସାହି ,ଲୁଙ୍ଗା ପଂଚାୟତର ବଡକିଆରି ଓ ମହୁଜୋରୀ ଗ୍ରାମବାସୀ ଏବେ ଜଳବନ୍ଦୀ ପାଲଟିଛନ୍ତି । ଧିରେଧରରେ ବନ୍ୟାଜଳ ବଢିବା କାରଣରୁ ଏବେ ବାସୁଦେବପୁର ପୈାରପାଳିକାର କୋଡିଏ ନମ୍ବର ୱାର୍ଡ ବଳିବିନ୍ଧା ଗ୍ରାମର ପାଖାପାଖି ଷାଠିଏଜଣ ନିକଟସ୍ଥ ବିଦ୍ୟାଳୟରେ ଆଶ୍ରୟ ନେଇଥିବା ଜାଣିବାକୁ ମିଳିଛି । ଆଜିରାତି ଠାରୁ ବନ୍ୟା ପିଡିତମାନଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯାଇଛି ବୋଲି ବାସୁଦେବପୁର ପୈାରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ସମିରରଞ୍ଜନ ଦାସ ଜଣାଇଛନ୍ତି । ଏଥିସହିତ ସମଗ୍ର ବାସୁଦେବପୁର ଅଂଚଳରେ ଧାନଚାଷ ପ୍ରଭାବିତ ହୋଇଛି । ଧାନଚାଷ କରିଥିବା ଚାଷି ,ଚାଷ ଉଜୁଡିଯାଇଥିବା ବେଳେ ବାତ୍ୟା ପରେ ବନ୍ୟା ବେଢି ଉପରେ କୋରଡ।।ମାଡ ସଦୃଶ ପାଲଟିଛି । ଖବରପାଇ ବାସୁଦେବପୁର ବିଧାୟକ ଅଶୋକକୁମାର ଦାଶ,ପୁର୍ବତନ ବିଧାୟକ ବିଷ୍ନୁବ୍ରତ ରାଉତରାୟ ଓ ବ୍ଲକ ଅଧ୍ୟକ୍ଷ ନଗେନ୍ଦ୍ର ପ୍ରସାଦ ବିଶ୍ୱାଳ ବନ୍ୟା ପ୍ରଭାବିତ ଅଂଚଳ ବୁଲିବା ସହ ବନ୍ୟାପିଡିତ ପରିବାରକୁ ଭେଟି ତୁରନ୍ତ ସରକାରୀ ସହାୟତା ଯୋଗଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.