Home ଜିଲ୍ଲା ପରିକ୍ରମା ବାତ୍ୟା ‘ଦାନା’ ସମୟରେ ସରକାରୀ କାର୍ଯ୍ୟ ସମ୍ପାଦନରେ ଗୁରୁତର ଅବହେଳା, ରେଭିନ୍ୟୁ ସୁପରଭାଇଜରଙ୍କୁ ନିଲମ୍ବନ କଲେ...

ବାତ୍ୟା ‘ଦାନା’ ସମୟରେ ସରକାରୀ କାର୍ଯ୍ୟ ସମ୍ପାଦନରେ ଗୁରୁତର ଅବହେଳା, ରେଭିନ୍ୟୁ ସୁପରଭାଇଜରଙ୍କୁ ନିଲମ୍ବନ କଲେ ଜିଲ୍ଲାପାଳ

6

ଭଦ୍ରକ, ୨୮ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବନ୍ୟା, ବାତ୍ୟା ଭଳି ଯେ କୌଣସି ପ୍ରାକୃତିକ ଦୁର୍ବିପାକ ର ମୁକାବିଲା କ୍ଷେତ୍ରରେ ପ୍ରଶାସନ କଳର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥାଏ। ପ୍ରଶାସନିକ ଅଧିକାରୀ କର୍ମଚାରୀ ମାନଙ୍କୁ ଦିନରାତି ଏକ କରି ପୀଡ଼ିତ ଜନସାଧାରଣଙ୍କୁ ସେବା ଯୋଗାଇଦେବା ଦିଗରେ ନିଜ ନିଜର ଦାୟିତ୍ୱ ନିଭାଇବାକୁ ପଡ଼ିଥାଏ। ମାତ୍ର ଏଭଳି ସଙ୍ଗୀନ୍ ସମୟରେ କାର୍ଯ୍ୟରେ ଗୁରୁତର ଅବହେଳା ପାଇଁ ସଂପୃକ୍ତ କର୍ମଚାରୀ ବିରୁଦ୍ଧରେ ସରକାରଙ୍କ ତରଫରୁ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ପଡ଼ିଥାଏ। ନିକଟରେ ଭଦ୍ରକ ଜିଲ୍ଲାକୁ କ୍ଷତି ପହଂଚାଇଥିବା ବାତ୍ୟା ‘ଦାନା’ର ମୁକାବିଲା ସମୟରେ ସରକାରୀ କାର୍ଯ୍ୟ ସମ୍ପାଦନ ନେଇ ନିଜ କର୍ତବ୍ୟରେ ଅକ୍ଷମଣୀୟ ଅବହେଳା କରିଥିବା ତିହିଡ଼ି ତହସିଲର ରେଭିନ୍ୟୁ ସୁପରଭାଇଜର ବିକାଶ କୁମାର ଦାସଙ୍କ ବିରୁଦ୍ଧରେ ଜିଲ୍ଲା ପ୍ରଶାସନ ତରଫରୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସରକାରୀ କାର୍ଯ୍ୟାବଧି ମଧ୍ୟରେ ମଦ୍ୟପାନ କରି ଉଚ୍ଚ ପ୍ରଶାସନିକ ଅଧିକାରୀଙ୍କୁ ବେଖାତିରି କରିବା, ଅଶାଳୀନ ଏବଂ ହିଂସାତ୍ମକ ଆଚରଣ ପ୍ରଦର୍ଶନ କରିବା ଭଳି ଗୁରୁତର ଅଭିଯୋଗ ଓ ରିପୋର୍ଟ ଆଧାରରେ ଜିଲ୍ଲାପାଳ ଦିଲୀପ ରାଉତରାଏ ଶ୍ରୀ ଦାସଙ୍କୁ ସରକାରୀ ଚାକିରୀରୁ ନିଲମ୍ବନ କରିଛନ୍ତି। ବାତ୍ୟା ‘ଦାନା’ର ସଫଳ ମୁକାବିଲା ନେଇ ଭଦ୍ରକ ଜିଲ୍ଲା ପ୍ର।।ସନିକ ଟିମ୍‌ର ସମସ୍ତ ଅଧିକାରୀ, କର୍ମଚାରୀଙ୍କ ଦିନରାତି ପରିଶ୍ରମ କରିବାରେ ନିଷ୍ଠା ପାଇଁ ଜିଲ୍ଲାପାଳ ସମସ୍ତଙ୍କୁ ପ୍ରଶଂସା କରିଛନ୍ତି। ମାତ୍ର ଜରୁରୀ ସମୟରେ କର୍ତବ୍ୟ ସମ୍ପାଦନରେ ଅବହେଳା ପାଇଁ ସରକାରଙ୍କୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ପଡ଼ିଥାଏ ବୋଲି ସେ ପ୍ରକାଶ କରିଛନ୍ତି। ଚାକିରୀ ରୁ ନିଲମ୍ବିତ ତିହିଡ଼ି ତହସିଲର ଅଧିକାରୀ ରେଭିନ୍ୟୁ ସୁପର ଭାଇଜର ଶ୍ରୀ ଦାସଙ୍କ ପାଇଁ ନିଲମ୍ବନ ସମୟରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଉପସ୍ଥିତ ରହିବାପାଇଁ ନିର୍ଦ୍ଦେଶ ପ୍ରଦାନ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.