Home ଓଡ଼ିଶା ବାଘମରା ଝିଅକୁ ଦିଲ୍ଲୀରେ ହତ୍ୟା ଅଭିଯୋଗ, କାର୍ଯ୍ୟାନୁଷ୍ଠାନ ଦାବିକଲେ ପିତା

ବାଘମରା ଝିଅକୁ ଦିଲ୍ଲୀରେ ହତ୍ୟା ଅଭିଯୋଗ, କାର୍ଯ୍ୟାନୁଷ୍ଠାନ ଦାବିକଲେ ପିତା

117

ଭଦ୍ରକ, ୧୩ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକର ନଗୁଆଁ ପଞ୍ଚାୟତ ଅନ୍ତର୍ଗତ ବାଘମରା ଗ୍ରାମର ଆଶିଷ କୁମାର ସାମଲଙ୍କ ବିବାହିତା କନ୍ୟା ଲଭଲିନ ପ୍ରିୟଦର୍ଶନୀଙ୍କୁ ଦିଲ୍ଲୀରେ ସ୍ୱାମୀ ଓ ବାନ୍ଧବୀ ମିଶି ହତ୍ୟା କରିଥିବା ଅଭିଯୋଗ କରିଛନ୍ତି। ୨୦୨୧ ଜୁଲାଇ ୧୪ ତାରିଖରେ ଭଦ୍ରକ ବଙ୍କସାହି ଅଞ୍ଚଳର ବିଶ୍ୱରଞ୍ଜନ ଯତୀଙ୍କୁ ବୈଦିକ ରୀତିରେ ଲଭଲିନ ବିବାହ କରିଥିଲେ। ବିବାହ ସମୟରେ ନଗଦ ୨୫ ଲକ୍ଷ ଟଙ୍କା, ସୁନା ଅଳଙ୍କାର ଓ ଅନ୍ୟାନ୍ୟ ଯାନିଯୌତୁକ ବରଘରକୁ ଦିଆଯାଇଥିଲା। ବିଶ୍ୱରଞ୍ଜନ ପତ୍ନୀକୁ ନେଇ ଦିଲ୍ଲୀରେ ରହିଥିଲେ। ମାତ୍ର ବିବାହର କିଛି ଦିନ ପରେ ଫ୍ଲାଟ କିଣିବା ପାଇଁ ସ୍ୱାମୀ ଆଉ ୨୫ ଲକ୍ଷଟଙ୍କା ଯୌତୁକ ଦାବି କରି ପତ୍ନୀ ଲଭଲିନକୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେବା ଆରମ୍ଭ କରିଥିଲେ। ଏଥସହ ସ୍ୱାମୀ ବିଶ୍ୱରଞ୍ଜନ ସମ୍ପର୍କୀୟ ଭଉଣୀ ମଧୁସ୍ମୀତା ବଳଙ୍କୁ ନେଇ ଦିଲ୍ଲୀ ଘରେ ରଖିଥିଲେ। ଉଭୟଙ୍କ ମଧ୍ୟରେ ଅନୈତିକ ସମ୍ପର୍କ ଥିବା ପତ୍ନୀ ଜାଣିପାରିଥିଲେ। ଏଥିରେ ବିଚଳିତ ହୋଇ ଉଭୟ ବିଶ୍ୱରଞ୍ଜନ ଓ ମଧୁସ୍ମୀତା ଗତ ୧୦ ତାରିଖ ଅପରାହ୍ନରେ ଲଭଲିନକୁ ତଣ୍ଟିଚିପି ହତ୍ୟା କରିବା ପରେ ଶୟନକକ୍ଷ ପଙ୍ଖାରେ ଝୁଲାଇଦେଇ ଆତ୍ମହତ୍ୟାର ରୂପ ଦେଇଥିଲେ ବୋଲି ଆଶିଷ ଥାନାରେ ୧୧ ତାରିଖରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ୯୧/୨୨ନଂ ମାମଲା ଋଜୁ ହୋଇଛି। ଏହି ଘଟଣାରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ କନ୍ୟାପିତା ଆଶିଷ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.