Home ଓଡ଼ିଶା ପ୍ଲଗ ଲଗାଇଥିବା ବେଳେ ବିଦ୍ୟୁତ ଆଘାତ ଲାଗି ନାବାଳକ ମୃତ

ପ୍ଲଗ ଲଗାଇଥିବା ବେଳେ ବିଦ୍ୟୁତ ଆଘାତ ଲାଗି ନାବାଳକ ମୃତ

143

ମୟୂରଭଞ୍ଜ,୦୮/୧୦,(ଓଡ଼ିଆ ପୁଅ ପି ନାଏକ): ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ରାଇଡାହି ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ଭାଲୁବସା ଆଦର୍ଶ ବିଦ୍ୟାଳୟରେ ନବମ ଶ୍ରେଣୀରେ ପାଠ ପଢୁଥିବା ଗାଁର ଜଣେ ନାବାଳକର ବିଦ୍ୟୁତ୍ ଆଘାତରେ ମୃତ୍ୟୁ ହୋଇଛି ।  ସୂଚନା ଅନୁସାରେ,  ଟିଭି ଲଗାଇବାକୁ ପ୍ଲଗ୍ ଇଲେକ୍ଟ୍ରି ବୋର୍ଡରେ ଲଗାଇଥିଲେ । ମାତ୍ର ଭୁଲବଶତଃ  ତାଙ୍କୁ ବିଦ୍ୟୁତ୍ ଆଘାତ ଲାଗିଥିଲା । ବିଦ୍ୟୁତ୍ ଆଘାତ ଏତେ ଜୋରରେ ଥିଲା ଯେ ସେହିଠାରେ ସେ ଗୁରୁତର ହୋଇ ପଡିଥିଲେ । ପରେ ପରିବାର ଲୋକେ ତାଙ୍କୁ ଚିକିତ୍ସା ନିମନ୍ତେ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.