Home ଜିଲ୍ଲା ପରିକ୍ରମା ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ଧାମରାରେ ରିଲିଫ ବଂଟନ

ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ଧାମରାରେ ରିଲିଫ ବଂଟନ

7

ଭଦ୍ରକ, ୨୬ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ରଂଜିତ ପାତ୍ର ଙ୍କ ନେତୃତ୍ୱ ରେ ଏକ ଟିମ ଧାମରା ଅଂଚଳ ଗସ୍ତ କରିଥିଲେ । ଧାମରା ଠାରେ ବାତ୍ୟା ଦାନା ଲ୍ୟାଣ୍ଡ ଫଲ କରିଥିଲା । ଧାମରା ରେ ବାତ୍ୟା ପ୍ରପୀଡ଼ିତ ଙ୍କୁ ଯୁବ କଂଗ୍ରେସ ପକ୍ଷରୁ ଶୁଖିଲା ଖାଦ୍ୟ ପୁଡିଆ ବଂଟନ କରାଯାଇଥିଲା । ବାତ୍ୟା ପ୍ରପୀଡ଼ିତ ମାନଙ୍କ ପାଇଁ କ୍ଷତି ପୂରଣ ଦେବା ପାଇଁ ସରକାର ପ୍ରକିୟା ଆରମ୍ଭ କରନ୍ତୁ ବୋଲି ଦାବୀ କରାଯାଇଛି । ଚାଷୀ ମାନଙ୍କର ବିପୁଳ କ୍ଷତି ହୋଇଥିବା ବେଳେ ସେମାନଙ୍କ ପାଇଁ ସରକାର ହେକ୍ଟର ପିଛା ୨୦ହଜାର ଟଙ୍କା ତୁରନ୍ତ ଯୋଗାଇ ଦେବାକୁ ମଧ୍ୟ ଦାବୀ କରିଛନ୍ତି । ବାତ୍ୟା ଅଂଚଳ ରୁ କୃଷି ଋଣ ସମ୍ପୂର୍ଣ ଛାଡ଼ କରାଯିବ ସହ ଯେଉଁ ମାନଙ୍କର ଘର ନଷ୍ଟ ହୋଇଯାଇଛି ସେମାନଙ୍କୁ ଆବାସ ଯୋଜନାରେ ଘର ମଧ୍ୟ ଯୋଗାଇଦେବାକୁ ପ୍ରଦେଶ ଯୁବ କଂଗ୍ରେସ ଦାବୀ କରିଛି । ବାତ୍ୟା ପ୍ରଭାବିତ ଅଂଚଳ ରେ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ସ୍କୁଲ ଏବଂ କଲେଜରେ ଫି ମଧ୍ୟ ଛାଡ଼ କରାଯାଉ ବୋଲି ଦାବୀ କରାଯାଇଛି । ଏହି କାର୍ଯ୍ୟକ୍ରମ ରେ ବରିଷ୍ଠ କଂଗ୍ରେସ ନେତା ଦିଗମ୍ବର ଦାସ, ୟାଶୀର ନାୱାଜ, ମନୋଜ ବିଶ୍ୱାଳ, ସୁଦିପ ସାମଲ, ଅଜୟ ସାହୁ, ନିହାର ବେହେରା, ଗୋପନ ମାର୍ଥା, ତୁଷାରକାନ୍ତ, ଅଭିଜିତ ଜେନା, ସ୍ୱାଗତ କର, ମହମଦ ପରବେଜ, ସଂକୁନା କହଁର, ବଳରାମ ନନ୍ଦ, ଆଶିଷ ମହନ୍ତ, ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.