Home ଜିଲ୍ଲା ପରିକ୍ରମା ପୋଖରୀରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

ପୋଖରୀରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

10

ଭଦ୍ରକ, ୧୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ଥାନା ଅଧୀନ ତାଳପଦା ଗ୍ରାମର ଖଗେଶ୍ୱର ମାଝୀ (୫୮) ନାମକ ଜଣେ ବୃଦ୍ଧଙ୍କର ମୃତଦେହ ସ୍ଥାନୀୟ ଚନ୍ଦନ ପୋଖରୀରୁ ଶୁକ୍ରବାର ସକାଳେ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି। ଏ ସଂପର୍କରେ ତିହିଡ଼ି ପୁଲିସ ୨୯/୨୫ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାଯାଇଛି। ଶୁକ୍ରବାର ସକାଳେ ଖଗେଶ୍ୱରଙ୍କର ମୃତଦେହ ପୋଖରୀରେ ଭାସୁଥିବା ଦେଖି ଗ୍ରାମବାସୀମାନେ ପୁଲିସ ଓ ଦମକଳବାହିନୀକ ଖବର ଦେଇଥିଲେ। ଦମକଳ ବାହିନୀ ଘଟଣାସ୍ଥଳରେ ପହଂଚି ପୋଖରୀରୁ ଖଗେଶ୍ୱରଙ୍କ ମୃତଦେହ ଉଦ୍ଧାର କରିଥିଲେ। ଗୁରୁବାର ରାତିରେ ଖଗେଶ୍ୱର ପୋଖରୀରେ ପଡ଼ି ବୁଡ଼ି ଯାଇଥିବା ସନ୍ଦେହ କରାଯାଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.