Home ଜିଲ୍ଲା ପରିକ୍ରମା ପେନ୍‌ସନଭୋଗୀଙ୍କ ପେନ୍‌ସନ ହାରରେ ସମାନତା ଦାବି

ପେନ୍‌ସନଭୋଗୀଙ୍କ ପେନ୍‌ସନ ହାରରେ ସମାନତା ଦାବି

46

ଭଦ୍ରକ, ୨୮ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ୨୦୦୬ ମସିହା ପୂର୍ବରୁ ଅବସର ନେଇଥିବା ସରକାରୀ କର୍ମଚାରୀ ପାଉଥିବା ପେନ୍‌ସନରେ ଆର୍ôଥକ ଅସଂଗତି ଦୂର କରିବା ସହିତ ଏପରି ଅସାମ୍ବିଧାନିକ ବିଧି ବ୍ୟବସ୍ଥା ଜନବିରୋଧି ବୋଲି ପେନ୍‌ସନ୍‌ଭୋଗୀଙ୍କ ପକ୍ଷରୁ ସ୍ଥାନୀୟ ଲୋକନାଥ ମନ୍ଦିରରେ ଅନୁଷ୍ଠିତ ଏକ ବୈଠକରେ ମତ ପ୍ରକାଶ ପାଇଛି। ୨୦୦୬ ମସିହା ପୂର୍ବରୁ ଯେଉଁ ସରକାରୀ କର୍ମଚାରୀ ଅବସର ନେଇଛନ୍ତି ସେମାନଙ୍କ ଗ୍ରେଡ୍ ପେ କୁ ବିଚାରକୁ ନେ ନେଇ କେବଳ ମୂଳ ପେନ୍‌ସନ୍‌ର ୪୦ ପ୍ରତିଶତ ମିଶା ଯାଉଛି। କିନ୍ତୁ ୨୦୦୬ ପରେ ଅବସର ନେଇଥିବା ପେନ୍‌ସନ୍‌ଭୋଗୀ ମାନଙ୍କ ମୂଳ ବେତନର ଫିଟ୍‌ମେଣ୍ଟ ଫ୍ୟାକ୍ଟର ଓ ଗ୍ରେଡ ପେ ମିଶାଇ ତାର ଶତକଡ଼ା ୫୦ ଭାଗ ଧାର୍ଯ୍ୟ କରାଯାଇଛି। ଏହା ଦ୍ୱାରା ୨୦୦୬ ପୂର୍ବ ଏବଂ ୨୦୦୬ ପରର ପେନ୍‌ସନ୍‌ଭୋଗୀମାନଙ୍କ ପେନ୍‌ସନ୍ ରାଶି ନିର୍ଦ୍ଧାରଣରେ ଅନେକ ପାର୍ଥକ୍ୟ ରହିଛି। ୨୦୦୬ ପୂର୍ବ ପେନ୍‌ସନଭୋଗୀ କମ୍ ହାରରେ ପାଉଥିଲା ବେଳେ ୨୦୦୬ ପରେ ଅବସର ନେଇଥିବା ପେଡ୍ସନଭୋଗୀ ଉଚ୍ଚ ହାରରେ ପେନ୍‌ସନ୍ ପାଉଛନ୍ତି। ପେନ୍‌ସନ୍ ଭୋଗୀମାନେ ଗୋଟିଏ ଶ୍ରେଣୀଭୁକ୍ତ। ଏମାନଙ୍କୁ କୃତ୍ରିମ ଭାବେ ଏବଂ ମନଇଚ୍ଛା ୨ଟି ଶ୍ରେଣୀରେ ବିଭକ୍ତ କରି ଗୋଟିକୁ ନିମ୍ନ ହାରରେ ଓ ଅନ୍ୟଟିକୁ ଉଚ୍ଚ ହାରରେ ପେନ୍‌ସନ୍ ପ୍ରଦାନ କରିବା ସାମ୍ବିଧାନିକ ବିଧିବ୍ୟବସ୍ଥାର ଉଲଂଘନ। ଏହା ମୌଳିକ ଅôଧକାରର ଧାରା ୧୪, ୧୬ ଓ ୨୧ର ଉଲଂଘନ ବୋଲି ବୈଠକରେ ଆଲୋଚନା ହୋଇଥିଲା। ବୟସାଧିକ ଯୋଗୁ ପେନ୍‌ସନ୍‌ଭୋଗୀ ମାନେ ଶାରିରୀକ, ମାନସିକ ଭାବେ ଦୁର୍ବଳ ଏବଂ ଆର୍ôଥକ ଦୃଷ୍ଟିରୁ ସରକାର ଦୁର୍ବଳ କରି ଦେଉଛନ୍ତିି। ସମସ୍ତେ ଜୀବନର ଶେଷ ପର୍ଯ୍ୟାୟରେ। କୋର୍ଟ କଚେରୀ ମାମଲା ଲଢିବାକୁ ଅକ୍ଷମ ବୋଲି ବରିଷ୍ଠ ସଦସ୍ୟ ମନମୋହନ ପାଲ କହିବା ସହିତ ଏ ନେଇ ଏକ ଜନସ୍ୱାର୍ଥ ମାମଲା ରୁଜ ହେବାର ଆବଶ୍ୟକତା ରହିଛି ବୋଲି ମତାମତ ଦେଇଥିଲେ। ଏହି ବୈଠକରେ ବହୁ ପେନ୍‌ସନ୍‌ଭୋଗୀ ଯୋଗ ଦେଇ ସେମାନଙ୍କ ମତ ରଖିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.