Home ଓଡ଼ିଶା ପେନସନ ପାଇଁ ଚାଷୀ ଙ୍କୁ ଦେବାକୁ ହେବ ଏହି ଜରୁରୀ କାଗଜପତ୍ର

ପେନସନ ପାଇଁ ଚାଷୀ ଙ୍କୁ ଦେବାକୁ ହେବ ଏହି ଜରୁରୀ କାଗଜପତ୍ର

1079

ନୂଆଦିଲ୍ଲୀ,୦୬/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ): ମୋଦି ସରକାର ଏବେ ଚାଷୀଙ୍କ ପାଇଁ ପେନସନ ସ୍କିମର ଆରମ୍ଭ କରିବାକୁ ଯାଉଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୫ ଅଗଷ୍ଟରେ କିସାନ ପେନସନ ଯୋଜନା ଆରମ୍ଭ କରିବେ। ଏହି ପେନସନ ଯୋଜନା ଦ୍ୱାରା ଚାଷୀଙ୍କୁ ୬୦ ବର୍ଷ ହେବା ପରେ ୩୦୦୦ ଟଙ୍କା ପେନସନ ମିଳିବ।

ଯଦି ପେନସନଧାରୀଙ୍କ ମୃତ୍ୟୁ ହୋଇଯାଏ ତେବେ ତାଙ୍କ ସ୍ତ୍ରୀଙ୍କୁ ଏହି ୫୦ ପ୍ରତିଶତ ରାଶି ମିଳିବ। ଏଲଆଇସି କୃଷକଙ୍କର ପେନସନ ଫଣ୍ଡକୁ ମ୍ୟାନେଜ୍‌ କରିବ। ଆଗାମୀ ସପ୍ତାହାରେ ଏହାପାଇଁ ରେଜିଷ୍ଟ୍ରେସନ ଆରମ୍ଭ ହେବ। ଆସନ୍ତୁ ଜାଣିବା କିଏ ନେଇପାରିବେ ଏହି ଯୋଜନାର ଲାଭ ଏବଂ କାହିଁକି ଦରକାର ପଡିବ ଜରୁରୀ କାଗଜପତ୍ର।

କିସାନ ପେନସନ ଯୋଜନା ପାଇଁ ୧୮ ରୁ ୪୦ ବର୍ଷ ବୟସର ଚାଷୀ ଆବେଦନ କରିପାରିବେ। ଏହି ଯୋଜନାରେ ୬୦ ବର୍ଷରୁ ଊର୍ଦ୍ଧ୍ୱ ଚାଷୀଙ୍କୁ ୩୦୦୦ ଟଙ୍କା ପର୍ଯ୍ୟନ୍ତ ପ୍ରତି ମାସ ପେନସନ୍‌ ମିଳିବ। ଚାଷୀଙ୍କ ପାଇଁ ଏହି ଯୋଜନା ସମ୍ପୂର୍ଣ୍ଣ ଭାବରେ ସ୍ୱେଚ୍ଛକୃତ ହେବ। ଏହାର ଅଧା ଭାଗ ଚାଷୀ ଏବଂ ଆଉ ଅଧା ଭାଗ ସରକାର ବହନ ବରିବେ।

ଯଦି ଚାଷୀ ପ୍ରତିମାସ ୧୦୦ ଟଙ୍କା ଜମା କରେ ତେବେ ସରକାର ସେଥିରେ ୧୦୦ ଟଙ୍କା ଜମା କରିବ। ଏହିଭଳି ଭାବେ ୬୦ ବର୍ଷ ପରେ ତାଙ୍କୁ ୩୦୦୦ ଟଙ୍କା ପର୍ଯ୍ୟନ୍ତ ପେନସନ ମିଳିବ। କୃଷକ ପେନସନ ଯୋଜନାରେ ପ୍ରାୟ ୧୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ।

ଜରୁରୀ କାଗଜପତ୍ର-

ଏଥିପାଇଁ ଜରୁରୀ ଅଟେ ରାଜସ୍ୱ ରେକର୍ଡ, ଯାହାଦ୍ୱାରା ଜଣାପଡିବ ଯେ ଆପଣ ଚାଷୀ ଅଟନ୍ତି। ଏଥିରେ ଚାଷ ଜମିର ସମ୍ପୂର୍ଣ୍ଣ ବିବରଣୀ ରହିଥାଏ।

-ଏହି ଯୋଜନାର ଲାଭ ଉଠାଇବା ପାଇଁ ଚାଷୀଙ୍କ ପାଖରେ ଆଧାର କାର୍ଡ ଥିବା ଜରୁରୀ।

-ଏହାଛଡା ଚାଷୀଙ୍କ ପାଖରେ ସେଭିଂ ବ୍ୟାଙ୍କ୍‌ ଆକାଉଣ୍ଟ/ଜନଧନ ଖାତା ହେବା ଆବଶ୍ୟକ।

-ସେହିପରି ଚାଷୀଙ୍କର ମୋବାଇଲ ନମ୍ବର ବ୍ୟାଙ୍କ୍‌ ଆକାଉଣ୍ଟ ଏବଂ ଆଧାର କାର୍ଡ ସହିତ ଲିଙ୍କ୍‌ ହୋଇଥିବା ଆବଶ୍ୟକ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.