Home ଜିଲ୍ଲା ପରିକ୍ରମା ପୃଷ୍ଠପୋଷକତା ହିତାଧିକାରୀଙ୍କ ଶିଶୁମାନଙ୍କ ବୈଷୟିକ ଅନୁଷ୍ଠାନ ପରିଦର୍ଶନ

ପୃଷ୍ଠପୋଷକତା ହିତାଧିକାରୀଙ୍କ ଶିଶୁମାନଙ୍କ ବୈଷୟିକ ଅନୁଷ୍ଠାନ ପରିଦର୍ଶନ

15

ଭଦ୍ରକ, ୧୨ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲା ଶିଶୁ ସୁରକ୍ଷା ୟୁନିଟ୍‌, ଭଦ୍ରକ ପକ୍ଷରୁ ମିଶନ ବାତ୍ସଲ୍ୟ ଅନ୍ତର୍ଗତ ପୃଷ୍ଠପୋଷକତା ଯୋଜନାରେ ଶିଶୁମାନଙ୍କୁ ଶିକ୍ଷା, ସ୍ୱାସ୍ଥ୍ର ଓ ପୃଷ୍ଠି ନିମନ୍ତେ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି । ତତ୍‌ସହ ଶିଶୁମାନଙ୍କୁ ଶିକ୍ଷା କ୍ଷେତ୍ରରେ ଥିବା ବିଭିନ୍ନ ସୁଯୋଗ, ଆତ୍ମନିର୍ଭରଶୀଳ ପାଇଁ ଧନ୍ଦାମୂଳକ ଶିକ୍ଷା ଓ ବୈଷୟିକ ଶିକ୍ଷା ନିମନ୍ତେ ବିଭିନ୍ନ ଅନୁଷ୍ଠାନ ମାନଙ୍କୁ ପରିଦର୍ଶନ କରାଯିବାର ବ୍ୟବସ୍ଥା ସଅଷ୍ଟି କରାଯାଉଛି । ଏହି ମର୍ମରେ ଆଜି ଜିଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ ପରିସରରୁ ଭଣ୍ଡାରିପୋଖରୀ ସରକାରୀ ଶିଳ୍ପ ତାଲିମ୍ କେନ୍ଦ୍ରକୁ ପରିଦର୍ଶନ ନିମନ୍ତେ ଏକ ଯାତ୍ରା ଆରମ୍ଭ ହୋଇଥିଲା । ଏହି ପରିଦର୍ଶନରେ ୧୫ ଜଣ ଶିଶୁ ସାମିଲ ଥିଲେ । ଜିଲା ଶିଶୁ ସୁରକ୍ଷା ଅଧିକାରୀ ଅବିନାଶ ମହାନ୍ତିଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଆନୁଷ୍ଠାନିକ ଅଧିକାରିଣୀ ସ୍ୱାଗତିକା ବାରିକ ଶିଶୁମାନଙ୍କୁ ନେଇ ପରିଦର୍ଶନ କରାଇଥିଲେ । ଜିଲା କର୍ମ ନିୟୋଜନ ଅଧିକାରିଣୀ ଅନିତା ନାୟକ, ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ ଡଃ ଦେବରାଜ ପାଣିଗ୍ରାହୀ ସବୁଜ ପତାକା ହଲାଇ ଯାତ୍ରା ଆରମ୍ଭ କରିଥିଲେ । ସରକାରୀ ଶିଳ୍ପ ତାଲିମ୍ କେନ୍ଦ୍ରର ଭାରପ୍ରାପ୍ତ ଅଧ୍ୟକ୍ଷ ତଥା ତାଲିମ୍ ଅଧିକାରୀ ରଞ୍ଜନ କୁମାର ଜେନା, ସହାୟକ ତାଲିମ୍ ଅଧିକାରୀ ସଂଯୁକ୍ତା ନାୟକ, ତାପସ କୁମାର ନାୟକ, ସୂର୍ଯ୍ୟକାନ୍ତ ସାମଲ ପ୍ରମୁଖ ଶିଶୁମାନଙ୍କୁ ବିଭିନ୍ନ ଟ୍ରେଡ୍ ସମ୍ବନ୍ଧରେ ବୁଝାଇଥିଲେ । ଜିଲା ଶିଶୁ ସୁରକ୍ଷା ୟୁନିଟ୍‌ର ଆଇନ୍ ପ୍ରୋବେସନ ଅଧିକାରୀ ସୁବ୍ରତ ଦାସ, ବାହ୍ୟ କର୍ମୀ ଦମୟନ୍ତୀ ଦାଶ, ସୁଦର୍ଶନ ବାଦ୍ରା, ଧୀରଜ ବାରିକ ସମେତ ଚିନ୍ମୟ ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.