Home ଜିଲ୍ଲା ପରିକ୍ରମା ପୂର୍ବତନ ସରପଂଚଙ୍କୁ ହତ୍ୟା ପ୍ରସଙ୍ଗ, ପୋଖରୀରୁ ଉଦ୍ଧାର ହେଲା ସରପଂଚଙ୍କ ବାଇକ୍‌

ପୂର୍ବତନ ସରପଂଚଙ୍କୁ ହତ୍ୟା ପ୍ରସଙ୍ଗ, ପୋଖରୀରୁ ଉଦ୍ଧାର ହେଲା ସରପଂଚଙ୍କ ବାଇକ୍‌

33

ଭଦ୍ରକ, ୧୪ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର ବହୁ ଚର୍ଚ୍ଚିତ ବନ୍ଧଗାଁ ପଂଚାୟତର ପୂର୍ବତନ ସରପଂଚ ତଥା ଆମ୍ବରୋଳି ସମବାୟ ସମିତିର ସଭାପତି ଚିତରଂଜନ ରାଉତ (ନାଲୁ)ଙ୍କ ହତ୍ୟାକାଣ୍ଡର ରହସ୍ୟ ଏପର୍ଯ୍ୟନ୍ତ ଖୋଲିନଥିବାବେଳେ ତାଙ୍କ ବ୍ୟବହୃତ ପଲସର ବାଇକ୍‌ଟିକୁ ଗ୍ରାମବାସୀମାନେ ଦମକଳ ବାହିନୀ ସହାୟତାରେ ତାଙ୍କ ମୃତଦେହ ମିଳିଥିବା ସ୍ଥାନଠାରୁ ପ୍ରାୟ ୨ଶହ ମିଟର ଦୂର ଏକ ସରକାରୀ ପୋଖରୀରୁ ଉଦ୍ଧାର କରିଛନ୍ତି। ଏବଂ ଉକ୍ତ ସ୍ଥାନରେ ଏକ ଚପଲ ପଡିଥିବାର ଦେଖାଯାଇଛି। ଯାହା ନାଲୁଙ୍କର ନୁହେଁ ବୋଲି ଜଣାପଡିବା ପରେ ଏହା ହତ୍ୟାକାରୀଙ୍କର ହୋଇଥାଇପାରେ ବୋଲି ସନ୍ଦେହ କରାଯାଇଛି। ଏଠାରେ ସୂଚନାଯୋଗ୍ୟ ଗତ ୧୨ ତାରିଖ ରାତିରେ ଚିତରଂଜନ ନିଜ ଗ୍ରାମ ନିକଟ ଏକ ଅଷ୍ଟପ୍ରହରୀକୁ ଯାଇ ଆଉ ଘରକୁ ଫେରିନଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି ପରେ ତା ପରଦିନ ସକାଳୁ ଘର ନିକଟ ଏକ ଧାନବିଲ ନାଳ ପାଶ୍ୱର୍ରୁ ତାଙ୍କର କ୍ଷତବିକ୍ଷତ ମୃତଦେହ ଉଦ୍ଧାର ହୋଇଥିଲା। ଏହି ଘଟଣାରେ ଭଦ୍ରକ ଗ୍ରାମାଂଚଳ ଥାନା ପୁଲିସ୍ ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ସେ ବ୍ୟବହାର କରୁଥିବା ପଲସର ବାଇକ୍ ଓ ତାଙ୍କ ମନି ପର୍ସ, ମୋବାଇଲ୍‌ର ସନ୍ଧାନ ମିଳିନଥିଲା। ତେବେ ଆଜି ଗ୍ରାମବାସୀମାନେ ବହୁ ଖୋଜାଖୋଜି ପରେ ହତ୍ୟାକାରୀମାନେ ଉପରୋକ୍ତ ପୋଖରୀରେ ବାଇକ୍‌ଟି କୁ ପକାଇଥିବାର ସନ୍ଦେହ କରି ଖୋଜାଖୋଜି କରିବାରୁ ତାହା ପୁଲିସ୍ ଉପସ୍ଥିତିରେ ଉଦ୍ଧାର କରାଯାଇଛି। ତେବେ ହତ୍ୟାକାଣ୍ଡରେ ବ୍ୟବହୃତ ମାରଣାସ୍ତ୍ର ଉକ୍ତ ପୋଖରୀରେ ପଡିଥିବାର ସନ୍ଦେହ କରାଯାଇ ତାହା ଖୋଜାଯାଉଛି। ଏଣୁ ଏହି ହତ୍ୟାକାଣ୍ଡର ରହସ୍ୟ ଖୁବଶୀଘ୍ର ଉନ୍ମୋଚନ ହେବ ବୋଲି ଜିଲା ଆରକ୍ଷୀ ଅଧୀକ୍ଷକ ମାଡକର ସନ୍ଦୀପ ସମ୍ପତ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.