Home ଜିଲ୍ଲା ପରିକ୍ରମା ପୁସ୍ତକମେଳା ସାଂସ୍କୃତିକ ପରିମଣ୍ଡଳକୁ ମହନୀୟ କରେ, ୨୪ ତମ ଭଦ୍ରକ ପୁସ୍ତକମେଳା ଉଦଘାଟିତ

ପୁସ୍ତକମେଳା ସାଂସ୍କୃତିକ ପରିମଣ୍ଡଳକୁ ମହନୀୟ କରେ, ୨୪ ତମ ଭଦ୍ରକ ପୁସ୍ତକମେଳା ଉଦଘାଟିତ

11

ଭଦ୍ରକ, ୧୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦୀର୍ଘ ୨୪ ବର୍ଷ ଧରି ଭଦ୍ରକ ପୁସ୍ତକମେଳା ଏ ମାଟିର ବୌଦ୍ଧିକ ଓ ସାଂସ୍କୃତିକ ପରିମଣ୍ଡଳକୁ ସମୃଦ୍ଧ କରିଛି ଓ ଏହି ପୁସ୍ତକପର୍ବ ଓ ସାଂସ୍କୃତିକ ପରମ୍ପରାକୁ ଉଜ୍ଜୀବିତ କରିବା ଆମ ସମସ୍ତଙ୍କର ଦାୟିତ୍ୱ ବୋଲି ୨୪ ତମ ଭଦ୍ରକ ପୁସ୍ତକମେଳାର ଉଦଘାଟନୀ ସନ୍ଧ୍ୟାରେ ଉଦଘାଟକ ଭାବେ ଯୋଗଦେଇ ମାନ୍ୟବର ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ ମତବ୍ୟକ୍ତ କରିଛନ୍ତି। ବରେଣ୍ୟ ଅତିଥି ପ୍ରାକ୍ତନ ରାଜସ୍ୱମନ୍ତ୍ରୀ ମନମୋହନ ସାମଲ ଯୋଗଦେଇ ଯୋଗଦେଇ ମତବ୍ୟକ୍ତ କରିଛନ୍ତି। ପୁସ୍ତକମେଳା କମିଟି ସଭାପତି ଅଜୟ ନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସଭାରେ ବରେଣ୍ୟ ଅତିଥି ଭାବେ ମାନ୍ୟବର ଭଦ୍ରକ ବିଧାୟକ ସିତାଂଶୁ ଶେଖର ମହାପାତ୍ର ଓ ସମ୍ମାନିତ ଅତିଥି ଭାବେ ପ୍ରାକ୍ତନ ରାଜସ୍ୱମନ୍ତ୍ରୀ ମନମୋହନ ସାମଲ, ସମ୍ମାନିତ ବକ୍ତା ଭାବେ ସାଂସ୍କୃତିକ ସମ୍ପାଦକ ବସନ୍ତ ମହାନ୍ତି ଯୋଗଦେଇ ଲେଖକ ଓ ପାଠକଙ୍କୁ ଗୋଟିଏ ସ୍ଥାନରେ ସମ୍ମିଳିତ କରି ଭୂମିର ମହନୀୟତା ପ୍ରତିପାଦନରେ ପୁସ୍ତକମେଳାର ଭୂମିକା ମହତ୍ୱପୂର୍ଣ୍ଣ ବୋଲି ମତବ୍ୟକ୍ତ କରିଥିଲେ। କମିଟିର ଉପସଭାପତି ଅଧ୍ୟାପକ ଡକ୍ଟର ବିଶ୍ୱରଞ୍ଜନ ଦାସ ସ୍ୱାଗତ ଭାଷଣ ଓ ସମ୍ପାଦକ ରୂପକ ବିହାରୀ ରାୟ ସମ୍ପାଦକୀୟ ବିବରଣୀ ପ୍ରଦାନ କରିଥିଲେ। ସୁଧାକର ରାଉତ, ଲଲାଟେନ୍ଦୁ ମହାନ୍ତି, ଏସ.ଏମ. ଫାରୁକ, କଳାକାର ବାରିକ୍‌, ଚାରୁଲତା ମହାପାତ୍ର, କଳ୍ପନା ଜେନା, ଗୀତାରାଣୀ ଆଇଚ, ପଦ୍ମନ ରାୟ, କୈଳାସ ମହାପାତ୍ର, ରାଜୁ ମହାପାତ୍ର, ଅମ୍ବିକା ଦାସ, ଲକ୍ଷ୍ମୀକାନ୍ତ ବାରିକ, ବସନ୍ତ ନାୟକ, ଶ୍ରୀହର୍ଷ ସ୍ୱାଇଁ, ରାଜାରାମ ମହାକୁଡ଼, ପ୍ରଭାତ ପାଢ଼ୀ ପ୍ରମୁଖଙ୍କ ସମେତ ଫେଲୋସିପ କାର୍ଯ୍ୟକର୍ତାମାନେ ସହଯୋଗ କରିଥିଲେ। ଡକ୍ଟର ରାଧାରାଣୀ ମହାପାତ୍ର ଧନ୍ୟବାଦ ପ୍ରଦାନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.