Home ଜିଲ୍ଲା ପରିକ୍ରମା ପୁସ୍ତକମେଳା ବନ୍ଦ ହେଲେ ଜାତିର ଅବକ୍ଷୟ ହେବ- ପ୍ରଫୁଲ୍ଲ ଘଡ଼େଇ, ଭଦ୍ରକ ପୁସ୍ତକମେଳାର ପଂଚମ ସନ୍ଧ୍ୟା

ପୁସ୍ତକମେଳା ବନ୍ଦ ହେଲେ ଜାତିର ଅବକ୍ଷୟ ହେବ- ପ୍ରଫୁଲ୍ଲ ଘଡ଼େଇ, ଭଦ୍ରକ ପୁସ୍ତକମେଳାର ପଂଚମ ସନ୍ଧ୍ୟା

14

ଭଦ୍ରକ, ୨୦ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ କଳା-ସାହିତ୍ୟ-ସଂସ୍କୃତିର ଉର୍ବର ମାଟି। କାନ୍ତକବିଙ୍କଠାରୁ ଆରମ୍ଭ କରି ଅପୂର୍ବ ରଂଜନଙ୍କ ଯାଏ ସମଗ୍ର ଓଡ଼ିଶାର ସାହିତ୍ୟ ଓ ସାଂସ୍କୃତିକ ଜିଜ୍ଞାସାକୁ ଭଦ୍ରକ ହିଁ ସମୃଦ୍ଧ କରିଆସିଛି। ଏଣୁ ମୋର ବିଶ୍ୱାସ ଭଦ୍ରକର ବୁଦ୍ଧିଜୀବୀ ସମାଜ କେବେ ପୁସ୍ତକମେଳା ବନ୍ଦ ହେଇଯାଉ ବୋଲି ଚାହିଁବେ ନାହିଁ ଓ ଏହି ମେଳା ଆଗାମୀ ବର୍ଷ ପାଖରୁ ଆହୁରି ସମୃଦ୍ଧ ହେବ। ଯଦି ପୁସ୍ତକମେଳା ବନ୍ଦ ହୁଏ, ତେବେ ଜାତିର ଅବକ୍ଷୟ ଆରମ୍ଭ ହେଲା ବୋଲି ଧରିନେବାକୁ ହେବ ବୋଲି ଭଦ୍ରକ ପୁସ୍ତକମେଳାର ପଞ୍ଚମ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରାକ୍ତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡେଇ ମତବ୍ୟକ୍ତ କରିଛନ୍ତି। ସ୍ଥାନୀୟ ମନମୋହନ ସଙ୍ଗୀତ ପରିଷଦ ପଡିଆରେ ଚାଲିଥିବା ପୁସ୍ତକମେଳାର ଆଜିର ସନ୍ଧ୍ୟାକୁ ମେଳା କମିଟି ସଭାପତି ଅଜୟ ନାୟକ ପୌରୋହିତ୍ୟ କରିଥିଲେ। “ପୁସ୍ତକମେଳାର ଭବିଷ୍ୟତ” ଶୀର୍ଷକ ଆଲୋଚନାଚକ୍ରରେ ମୁଖ୍ୟବକ୍ତା ଭାବେ ବିଶିଷ୍ଟ ବେଦବିତ୍ ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡା ଓ ସମ୍ମାନିତ ଅତିଥି ଭାବେ ପାଳିଆବିନ୍ଧା କଲେଜର ଓଡ଼ିଆ ବିଭାଗ ମୁଖ୍ୟ ଅଧ୍ୟାପକ ଡକ୍ଟର ବିଶ୍ୱରଂଜନ ଦାସ ଯୋଗଦେଇ ପଠନ ସଂସ୍କୃତିର ଅବକ୍ଷୟ ହେଲେ ଜାତିର ଭବିଷ୍ୟତ ସଂକଟାପନ୍ନ ହେବ ବୋଲି ମତବ୍ୟକ୍ତ କରିଥିଲେ। ଗାଳ୍ପିକ କୈଳାସ ବେହେରା ସ୍ୱାଗତ ଭାଷଣ ଓ ଲୋକନାଟକ ନିର୍ଦ୍ଦେଶକ ଗୌରାଙ୍ଗ ବାରିକ୍ ଅତିଥିମାନଙ୍କୁ ମଂଚ ଆହ୍ୱାନ କରିଥିଲେ। ମେଳା କମିଟି ସମ୍ପାଦକ ରୂପକ ବିହାରୀ ରାୟ ପ୍ରାକ୍ ସୂଚନା ପ୍ରଦାନ କରିଥିଲେ। ଏହି ଅବସରରେ “ରତ୍ନାକର ମହାନ୍ତି ସ୍ମୃତି ସଂସଦ”ର ଆବାହକ ଅଶୋକ ମହାନ୍ତି ମୁଖ୍ୟ ଅତିଥି ଶ୍ରୀ ଘଡେଇଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିବା “ଉତ୍ସବ ଡ୍ୟାନ୍ସ ଗ୍ରୁପ”ର ନୃତ୍ୟଗୁରୁ ରିଚିସ୍ମିତା ମହାନ୍ତି ଓ କୁନିକୁନି କଳାକାରମାନଙ୍କ ଅତିଥିମାନଙ୍କ ଦ୍ୱାରା ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ସାଂସ୍କୃତିକ ସମ୍ପାଦକ ବସନ୍ତ ମହାନ୍ତି ମାନପତ୍ର ପାଠ କରିଥିଲେ। କୈଳାସ ମହାପାତ୍ର, ପଦ୍ମନ ରାୟ, ଲଲାଟେନ୍ଦୁ ମହାନ୍ତି, ସୁଧାକର ରାଉତ, ଅଧ୍ୟାପକ ଲଲାଟେନ୍ଦୁ ମଳିକ, ଅଧିବକ୍ତା ଗଦାଧର ବଳ, ଇନ୍ଦ୍ରମଣି ପଣ୍ଡା, ଗୀତାରାଣୀ ଆଇଚ, ରାଧାରାଣୀ ମହାପାତ୍ର, ଚର୍ଚ୍ଚିକା ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ବେଳେ ବସୁମିତ୍ରା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.