Home ଜିଲ୍ଲା ପରିକ୍ରମା ପାର୍ବତୀ ନାୟକଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ

ପାର୍ବତୀ ନାୟକଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ

21

ଭଦ୍ରକ, ୨୨ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – “ମିଛ କବିତା’ ର ସମ୍ପାଦକ ଦୀପ୍ତି ରଞ୍ଜନ ନାୟକ ଙ୍କ ମାତୃ ଦେବୀ ସ୍ୱର୍ଗତା ପାର୍ବତୀ ନାୟକଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ସଭାପତିତ୍ୱ କରିଥିଲେ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ର ବରିଷ୍ଠ ଆଇନଜୀବି ଦେବାଶିଷ ସାମଲ। ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଦସ୍ୟ ପ୍ରଦୀପ ମଲ୍ଲିକ, ବାବା ଆଖଣ୍ଡଳମଣି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷ ତଥା ସୁସାହିତ୍ୟିକ ନିହାର ରଞ୍ଜନ କର, ବରିଷ୍ଠ ସାମ୍ବାଦିକ ରବି ନାରାୟଣ ଖିଲାର, ଧୁଷୁରି ପ୍ରେସ ୟୁନିଅନର ସଭାପତି ସନ୍ତୋଷ ଦାସ, କୋଷାଧ୍ୟକ୍ଷ ରତିକାନ୍ତ ନାୟକ ପ୍ରମୁଖ ଯୋଗ ଦେଇଥିଲେ। ଅନ୍ୟାନ୍ୟ ଅତିଥି ମାନଙ୍କ ମଧ୍ୟରେ ମା ଶାରଦା ଦେବୀ ମହାବିଦ୍ୟାଳୟ ର ଅଧ୍ୟାପକ ଶ୍ରୀଧର ସାହୁ, ଧୁଷୁରି ପ୍ରେସ ୟୁନିଅନର ଉପଦେଷ୍ଟା ପଣ୍ଡିତ ପଂଚାନନ ମିଶ୍ର, ପୂର୍ବତନ ସରପଂଚ ଅନିଲ ଦାସ,ଅବସର ପ୍ରାପ୍ତ ଶିକ୍ଷକ ବ୍ରହ୍ମାନନ୍ଦ ବିଶ୍ୱାଳ, କହ୍ନେଇ ଚରଣ ବିଶ୍ୱାଳ, ଗଦାଧର ସାମଲ, ହୃଷୀକେଶ ନାୟକ,ସଙ୍ଗୀତ କାର ସୁବାଷ ଚନ୍ଦ୍ର ମଲ୍ଲିକ, ସମୀର ଗୋସ୍ୱାମୀ,ବରିଷ୍ଠ ଶିକ୍ଷକ ଦିଲ୍ଲୀପ କୁମାର ଦାସ, ନବ ଯୁଗ ଫାଉଣ୍ଡେସନ ର ସଭାପତି ମାନସ ସାହୁ ପ୍ରମୁଖ ଉପସ୍ଥିତ ରହି ସ୍ୱର୍ଗତା ପାର୍ବତୀ ନାୟକ ଙ୍କ ସ୍ମୃତିଚାରଣ କରିଥିଲେ। ତାଙ୍କ ପରି ଧର୍ମ ପରାୟଣ ମଣିଷ ବର୍ତମାନ ସମାଜ ରେ ମିଳିବା କଷ୍ଟକର । ଅନ୍ୟ ର ଦୁଃଖ ଦେଖି ତାଙ୍କ ହୃଦୟ କାନ୍ଦି ଉଠୁ ଥିଲା। ସଭାରେ ଉପସ୍ଥିତ ବ୍ୟକ୍ତି ଙ୍କ ମୁଖରୁ ସ୍ୱର୍ଗତା ପାର୍ବତୀ ନାୟକ ଙ୍କ ମହନୀୟତା ବିଷୟରେ ପ୍ରତିପାଦିତ ହୋଇଥିଲା । ପ୍ରଦୀପ ପ୍ରଜ୍ଜ୍ୱଳନ ସହିତ ଫଟୋଚିତ୍ର ଉପରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ସଭା ଶେଷ ରେ ଧନ୍ୟବାଦ୍ ଅର୍ପଣ କରିଥିଲେ ତାଙ୍କ ସୁପୁତ୍ର ଦୀପ୍ତି ରଞ୍ଜନ ନାୟକ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.