Home ଜିଲ୍ଲା ପରିକ୍ରମା ପାଚିକା ସହାୟିକା ସଂଘ ପକ୍ଷରୁ ଦାବୀପତ୍ର ପ୍ରଦାନ

ପାଚିକା ସହାୟିକା ସଂଘ ପକ୍ଷରୁ ଦାବୀପତ୍ର ପ୍ରଦାନ

14

ଭଦ୍ରକ, ୩୦ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭାରତୀୟ ମଜଦୂର ସଂଘ ଦ୍ୱାରା ପରିଚାଳିତ ରାଜ୍ୟ ପାଚିକା ସହାୟିକା ସଂଘ ଭଦ୍ରକ ଜିଲ୍ଲା ପକ୍ଷରୁ ୯ ଦଫା ଦାବି ସମ୍ବଳିତ ଏକ ଦାବୀପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି। ଶତାଧିକ ପାଚିକା ସହାୟିକା ବନ୍ତଛକ ପୋଲ ତଳୁ ଏକ ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ପହଂଚିଥିଲେ। ସେଠାରେ ପଥପ୍ରାନ୍ତ ସଭା ଓ ବିକ୍ଷୋଭ ପ୍ରଦର୍ଶନ କରାଯିବା ପରେ ଭାରତୀୟ ମଜଦୂର ସଂଘର ଜିଲ୍ଳା ସଭାପତି ମନୋଜ ବସନ୍ତରାୟଙ୍କ ନେତୃତ୍ୱରେ ଉଭୟ ସଂଘର ଏକ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନ ଜରିଆରେ ଦାବୀପତ୍ର ପ୍ରଦାନ କରିଥିଲେ। ସଂଘର ପ୍ରମୁଖ ଦାବି ଗୁଡ଼ିକ ମଧ୍ୟରେ ପାଚିକା ସହାୟିକାମାନଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ପ୍ରଦାନ କରିବା, ମାସିକ ବେତନ ୨୮ ହଜାର ଟଙ୍କା ପ୍ରଦାନ କରାଯିବା, ପାଚିକା ସହାୟିକାଙ୍କୁ ସାମାଜିକ ସୁରକ୍ଷା ଅନ୍ତର୍ଭୁକ୍ତ କରିବା ସହିତ ଇଏସ୍‌ଆଇ ଓ ଇପିଏଫ୍ ଲାଗୁ କରିବା, କାର୍ଯ୍ୟ କରୁଥିବା ସମୟରେ ମୃତ୍ୟୁ ବରଣ କଲେ ମୃତ୍ୟୁକାଳୀନ ସହାୟତା ରାଶି ୧୦ ଲକ୍ଷ ଟଙ୍କା ପ୍ରଦାନ କରିବା, ଅବସର ପରେ ମାସିକ ଭତା ୫ ହଜାର ଟଙ୍କା ଲେଖାଏଁ ପ୍ରଦାନ କରିବା, ବିଦ୍ୟାଳୟରେ ରୋଷେଇ ନିମନ୍ତେ ଜାଳେଣି କାଠର ବ୍ୟବହାର ବନ୍ଦ କରି ଗ୍ୟାସ୍‌ର ବ୍ୟବହାର ଲାଗୁ କରିବା, ପାଚିକାଙ୍କ ନିମନ୍ତେ ଡ୍ରେସ୍ କୋର୍ଡ଼ ଲାଗୁ କରିବା, ରୋଷେଇ ସମୟରେ ବ୍ୟବହାର ପାଇଁ ସୁରକ୍ଷା ଜ୍ୟାକେଟ ପ୍ରଦାନ କରିବା, ଅବସରକାଳୀନ ସହାୟତ ରାଶି ଏକକାଳୀନ ୫ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ଦାବୀପତ୍ରରେ ଉଲ୍ଲେଖ କରାଯାଇଛି। ଏହି ଦାବୀପତ୍ର ପ୍ରଦାନରେ ପାଚିକା ସହାୟିକା ସଂଘର ଜିଲ୍ଲା ନେତ୍ରୀ ସସ୍ମିତା ନାୟକ, ମମତା ବାରିକ, ନିରୂପମା ଗିରି, ଶ୍ରୀମତୀ ପଣ୍ଡା, ଶକୁନ୍ତଳା ମହାପାତ୍ର, ଅନୁସୟା ଦାସ, ହୀରାମଣି ମଲ୍ଲିକ, କନକ ମଲ୍ଲିକ, ପ୍ରଭାତୀ ଅପା, ମୁକ୍ତକାନ୍ତ ସାହୁ, ପରେଶ ନାଥ ଧଳ, ଦୟାନିଧି ନାୟକ, ଶତୃଘ୍ନ ମଲ୍ଲିକ, ବିପ୍ର ଚରଣ ସେଠୀ, ବିଭୁତି ପାଣିଗ୍ରାହୀ ପ୍ରମୁଖ ସାମିଲ ହୋଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.