Home ଜିଲ୍ଲା ପରିକ୍ରମା ପାଇଖାନା ତିଆରିକୁ ନେଇ ଉଗ୍ର ହେଲା ବିବାଦ, ଭାଇକୁ ଲୁହାରଡ୍‌ରେ ଆକ୍ରମଣ କଲା ଭାଇ

ପାଇଖାନା ତିଆରିକୁ ନେଇ ଉଗ୍ର ହେଲା ବିବାଦ, ଭାଇକୁ ଲୁହାରଡ୍‌ରେ ଆକ୍ରମଣ କଲା ଭାଇ

36

ଭଦ୍ରକ, ୨୬ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜମି ଭାଗ ନକରି ପାଇଖାନା ତିଆରିକୁ ନେଇ ଭାଇ ଭାଇଙ୍କ ମଧ୍ୟରେ ଗଣ୍ଡଗୋଳ । ଦୁଇ ଜଣ ମେଡିକାଲରେ ଭର୍ତ୍ତି । ଲୁହାରଡରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଭଦ୍ରକ ଜିଲା ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ ବେଲମଳା ଗାଁରେ ଏମିତି ଘଟଣା ଘଟିଛି । ଥାନାରେ ଲିଖିତ ଅଭିଯୋଗ ଅନୁଯାୟୀ କାଶୀନାଥ ଓ ତାଙ୍କ ଭାଇଙ୍କ ମଧ୍ୟରେ ଜମିବାଡି ବିବାଦ ଲାଗି ରହିଥିଲା । ଜମିବାଡି ଭାଗବଣ୍ଟାକୁ ନେଇ ଲାଗିଥିବା ବିବାଦ ଲାଗି ରହିଥିଲା । ଜମିବାଡି ଭାଗବଣ୍ଟାକୁ ନେଇ ଲାଗିଥିବା ବିବାଦ ଉଗ୍ର ରୂପ ନେଇଛି । ଅପରପକ୍ଷ ପାଇଖାନା ତିଆରି କରୁଥିବା ବେଳେ କାଶୀନାଥଙ୍କ ପରିବାର ବିରୋଧ କରିଥିଲେ । ଫଳରେ ଭାଇଙ୍କ ପରିବାର ଲୋକେ କାଶୀନାଥଙ୍କ ସ୍ତ୍ରୀଙ୍କୁ ରଡରେ ଆକ୍ରମଣ କରିଥିଲେ । କାଶୀନାଥ ବିରୋଧ କରିବାରୁ ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲେ । ଉଭୟ ଏବେ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବାବେଳେ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ସେପଟେ ପୋଲିସ୍ ଘଟଣାସ୍ଥଳରେ ପହଞ୍ôଚ ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.