Home ଅପରାଧ ପାଇଖାନା ଟାଙ୍କିରୁ ମହିଳାଙ୍କ ଗଳିତ ଶବ ଉଦ୍ଧାର ଘଟଣା ହତ୍ୟା ଅଭିଯୁକ୍ତ ସ୍ୱାମୀଙ୍କୁ ଗିରଫ କରି...

ପାଇଖାନା ଟାଙ୍କିରୁ ମହିଳାଙ୍କ ଗଳିତ ଶବ ଉଦ୍ଧାର ଘଟଣା ହତ୍ୟା ଅଭିଯୁକ୍ତ ସ୍ୱାମୀଙ୍କୁ ଗିରଫ କରି କୋର୍ଟ ଚାଲାଣ

40

କୋରାପୁଟ : ୬/୯ (ଓଡ଼ିଆ ପୁଅ/ଅଭିନାଶ ଜାନାମ) କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ କାକରିଗୁମ୍ମାର ବହୁ ଚର୍ଚ୍ଚିତ ଗୌରୀ ସାହୁ ହତ୍ୟାଘଟଣାରେ ଅଭିଯୁକ୍ତ ସ୍ୱାମୀ ଦଶରଥ ସାହୁଙ୍କୁ ଗିରଫ କରି କରିଥିବା ବେଳେ ଗତ ଚାରି ମାସ ତଳେ ଜଘନ୍ୟ ଘଟିଥିବା ବେଳେ ପ୍ରମାଣ ନଷ୍ଟ କରିବାକୁ ଅଭିଯୁକ୍ତ ସ୍ୱାମୀ ପାଇଖାନା ଟାଙ୍କିରେ ପିଙ୍ଗି ଦେଇଥିଲେ। ପୋଲିସ ତଦନ୍ତ ପରେ ନିଜେ ହତ୍ୟା କରିଥିବା ମୃତ ମହିଳା ଗୌରୀ ସାହୁଙ୍କ ସ୍ୱାମୀ ଦଶରଥ ସ୍ୱୀକାର କରିଥିବା ଜଣାପଡିଛି। ଏହି ଚାଞ୍ଚଲ୍ୟକର ଘଟଣାର ପର୍ଦ୍ଧାପାସ କରିଛି ଲକ୍ଷ୍ମୀପୁର ପୋଲିସ। ଅଭିଯୁକ୍ତର ଉପସ୍ଥିତିରେ ପାଇଖାନା ଟାଙ୍କିରୁ ଗଳିତ ଶବ ଉଦ୍ଧାର କରାଯାଇ କିଛି ଅଂଶ ଭୁବନେଶ୍ୱର ପଠା ଯାଇଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି। ପରୀକ୍ଷା ରିପୋର୍ଟରୁ ଗୁରୁତ୍ତ୍ୱପୂର୍ଣ୍ଣ ତଥ୍ୟ ମିଳିବ ବୋଲି ଆଶା କରୁଛି। ସେହିପରି ଅଭିଯୁକ୍ତ ଦଶରଥ ସାହୁ କହିବା ଅନୁଯାୟୀ ଠେଲି ଦେବାରୁ ଘର ଲୁହା ଗ୍ରୀଲରେ ମୁଣ୍ଡ ପିଟି ହୋଇ ପ୍ରବଳ ରକ୍ତ ସ୍ରାବ ହେବାରୁ ମୃତ୍ୟୁ ବରଣ କରିଥିଲେ ବୋଲି କହିଛନ୍ତି। ତେବେ ଏହି ଘଟଣାର କେତେ ସତ୍ୟତା ରହିଛି ବୋଲି ସନ୍ଦେହ ଘେରରେ। ଅନ୍ୟପଟେ ପରେନସିକ ରିପୋର୍ଟ ହିଁ ଅଦାଲତରେ ମାମଲାର ଶୁଣାଣୀ ସମୟରେ ପ୍ରମୁଖ ପ୍ରମାଣ ହେବ ବୋଲି ଚର୍ଚ୍ଚା ଜୋରଧରିଛି। ମୃତ୍ୟୁର ପ୍ରକୃତ କାରଣ ଏହି ରିପୋର୍ଟରୁ ସ୍ପଷ୍ଟ ହେବ। ଅନ୍ୟପକ୍ଷରେ ଅଭିଯୁକ୍ତ ଦଶରଥ ସାହୁଙ୍କୁ ଥାନାରେ ଅଟକ ରଖି ତଦନ୍ତ ଆରମ୍ଭ କରିବା ସହ ଏକ ମାମଲା ରୁଜୁ କରି କେସ ନଂ ୯୬/୨୦୨୨ଅନୁସାରେ ଦଫା ୩୦୨ ଓ ୨୦୧ ଲଗାଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା କାକରିଗୁମ୍ମା ଥାନା ଅଧିକାରୀ ଉଲ୍ଲାସ ରାଉତ ସୂଚନା ଦେଇଛନ୍ତି। ତେବେ ପୋଲିସ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଦଶରଥକୁ ରିମାଣ୍ଡରେ ଆଣି ଅଧିକ ପଚରାଉଚରା କରି ତଥ୍ୟ ହାସଲ କରିବ ବୋଲି ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.